ରାଜ୍ୟରେ ୪୨୭୦ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ


କରୋନା ସ୍ଥିତି ଅତି ସାଙ୍ଘାତିକ ଆଡକୁ ଯାଉଛି । ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି ମହାମାରୀ କରୋନା । ନୂଆ ଆକ୍ରାନ୍ତ ଚିହ୍ନଟରେ ଓଡ଼ିଶା ରେକର୍ଡ ସୃଷ୍ଟି ହେଉଛି। ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୪୨୭୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪୭୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୭୯୨ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୬୨ ହଜାର ୯୨୦ କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆଜି ରାଜ୍ୟରେ ସର୍ବାଧିକ ୪୨୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୮୭୬ ଜଣ, କଟକରୁ ୩୭୪ ଜଣ, ପୁରୀରୁ ୨୮୭ ଜଣ, ଜଗତସିଂହପୁରରୁ ୧୮୮ ଜଣ, ବରଗଡ଼ରୁ ୧୮୩ ଜଣ,ଯାଜପୁରରୁ ୧୬୨ ଜଣ, ବାଲେଶ୍ୱରରୁ ୧୫୦ ଜଣ, ଅନୁଗୁଳରୁ ୧୪୭ ଜଣ,ମୟୂରଭଞ୍ଜରୁ ୧୩୧ ଜଣ, ଝାରସୁଗୁଡାରୁ ୧୨୧ ଜଣ, ନୂଆପଡ଼ାରୁ ୧୧୯ଜଣ, ସମ୍ବଲପୁରରୁ ୧୧୪ ଜଣ, କେନ୍ଦ୍ରାପଡ଼ାରୁ ୯୯ ଜଣ, ବଲାଙ୍ଗୀରରୁ ୯୭ ଜଣ, କେନ୍ଦୁଝରରୁ ୮୭ ଜଣ,ନବରଙ୍ଗପୁରରୁ ୮୬ ଜଣ, କୋରାପୁଟରୁ ୮୩ ଜଣ, ରାୟଗଡ଼ାରୁ ୮୦ ଜଣ, ସୋନପୁରରୁ ୭୪ ଜଣ, କନ୍ଧମାଳରୁ ୭୩ ଜଣ, ଗଞ୍ଜାମରୁ ୬୮ ଜଣ, ମାଲାକାନଗିରିରୁ ୬୪ ଜଣ, ଢ଼େଙ୍କାନାଳରୁ ୬୩ ଜଣ,ଗଜପତିରୁ ୫୮ ଜଣ, ଭଦ୍ରକରୁ ୫୫ ଜଣ, ନୟାଗଡ଼ରୁ ୪୭ ଜଣ, କଳାହାଣ୍ଡିରୁ ୪୪ ଜଣ, ସୁନ୍ଦରଗଡ଼ରୁ ୩୮ ଜଣ, ବୌଦ୍ଧରୁ ୨୨ ଜଣ, ଦେବଗଡ଼ରୁ ୧୮ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୨୬୨ ଜଣ ଆକ୍ରାନ୍ତ ଚିଂହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧ଲକ୍ଷ ୬୨ ହଜାର ୯୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୬ ହଜାର୪୭୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧ ଲକ୍ଷ ୨୫ହଜାର ୭୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬୪୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୨୫ ଲକ୍ଷ ୬୭ ହଜାର ୭୭୭ ସାମ୍ପୁଲ ଟେଷ୍ଟ୍ ହୋଇଛି।


Share It

Comments are closed.