ଇମ୍ରାନଙ୍କ ଆଗାମୀ ଫିଲ୍ମ ‘ହାରାମୀ’ର ଫାଷ୍ଟ ଲୁକ ରିଲିଜ


ବଲିଉଡ୍‌ ଅଭିନେତା ଇମରାନ ହାସ୍‌ମୀଙ୍କର ଅପ୍‌କମିଙ୍ଗ୍‌ ଫିଲ୍ମ ‘ହାରାମି’ର ଫାଷ୍ଟ ଲୁକ୍‌ ଜାରି ହୋଇଛି। ନିଜେ ଇମରାନ ତାକୁ ସୋସିଆଲ ମିଡିଆ ଏକାଉଣ୍ଟରେ ସେୟାର କରିଛନ୍ତି । ସେଥିରେ ତାଙ୍କୁ ସଂପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି । ତାଙ୍କର କେଶ, ଦାଢ଼ି ବଢ଼ିଯାଇଥିବାବେଳେ ସେ ଆଖିରେ ମୋଟା ଚଷମା ଲଗାଇଛନ୍ତି । ବେକରେ ସୁନା ଚେନ୍‌ ପକାଇଛନ୍ତି । କ୍ୟାପ୍‌ସନରେ ଲେଖିଛନ୍ତି, ‘ହାରାମି’ର ଫାଷ୍ଟଲୁକ୍‌ । ଆପଣମାନଙ୍କୁ ପସନ୍ଦ ଆସିବ ବୋଲି ଆଶା କରୁଛି ।’

View this post on Instagram

#Harami first look

A post shared by Emraan Hashmi (@therealemraan) on

 

ଶ୍ୟାମ ମଦିରାଜୁ ଏହି ଫିଲ୍ମର କାହାଣୀ ରଚନା କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି । ଏହାର କାହାଣୀ ଅପରାଧ, ପ୍ରେମ ଉପରେ ପର୍ଯ୍ୟବସିତ । ବୁସାନ୍‌ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ ୨୦୨୦ର ମୁଖ୍ୟ ପ୍ରତିଯୋଗିତା ପର୍ଯ୍ୟାୟକୁ ମଧ୍ୟ ଏହା ମନୋନୀତ ହୋଇଛି ।


Share It

Comments are closed.