ଉତ୍ତର କୋରିଆର କିଛି ଏପରି ଅଜବ ନିୟମ ଯାହା ପୁରା ଦୁନିଆକୁ ବିସ୍ମିତ କରିଥାଏ


ଉତ୍ତରକୋରିଆ ଏମିତିରେ ନିଜର ପରମାଣୁ ପରୀକ୍ଷଣ ଏବଂ ଆମେରିକା ସହିତ ଥିବା ତିକ୍ତ ସମ୍ପର୍କ ପାଇଁ ସାରା ଦୁନିଆରେ ବେଶ୍ ଜଣାଶୁଣା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏଠାରେ କିଛି ଏପରି ନିୟମ ରହିଛି ଯାହା ବିସ୍ମୟକର । ତେବେ ଆସନ୍ତୁ ସେହିଭଳି କିଛି ନିୟମ ବିଷୟରେ ଜାଣିବା ।

ପୁରା ଦୁନିଆରେ ଯେତେବେଳେ ସଭିଏଁ ୨୦୨୦ର ଉତ୍ସବ ପାଳନ କରୁଛନ୍ତି ସେତେବେଳେ ଉତ୍ତର କୋରିଆରେ ଏବେ ୧୦୯ବର୍ଷ ପାଳନ ହେଉଛି । ଅସଲକଥା ହେଉଛି ଉତ୍ତରକୋରିଆର ସଂସ୍ଥାପକ କିମ ସୁଙ୍ଗଙ୍କୁ କୁହାଯାଇଥାଏ । ତାଙ୍କର ଜନ୍ମ ୧୯୧୨ରେ ହୋଇଥିଲା । ତାଙ୍କ ଜନ୍ମଦିନ ବର୍ଷଠାରୁ ହିଁ ଉତ୍ତରକୋରିଆ ନିଜର ନୂଆବର୍ଷର ଗଣନା କରିଥାଏ । ତେଣୁ ଏହି ହିସାବରେ ଉତ୍ତରକୋରିଆ ନିଜର ୧୦୯ତମ ନୂଆବର୍ଷ ପାଳନ କରୁଛି ।

ଏଠାରେ ନିୟମ ରହିଛି ଯେ ଏଠାର ସାଧାରଣ ନାଗରୀକ କାର କିଣିପାରିବେ ନାହିଁ, କେବଳ ସୈନ୍ୟ ଏବଂ ସରକାରୀ ଅଧିକାରୀମାନଙ୍କୁ କାର ରଖିବାର ଅନୁମତି ରହିଛି । ଉତ୍ତର କୋରିଆରେ କିଜୋଙ୍ଗ ଡାଂଗ ନାମରେ ଗୋଟିଏ ମଡେଲ ସହର ନିର୍ମାଣ ହୋଇଛି । ଏହାକୁ ଠିକ ସୀମାନ୍ତରେ ନିର୍ମାଣ କରାଯାଇଛି କେବଳ ଦକ୍ଷିଣ କୋରିଆର ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ । କିନ୍ତୁ ଏଠାରେ କେହି ମଧ୍ୟ ବାସ କରନ୍ତି ନାହିଁ । ତେଣୁ ଏହାକୁ ଭୁତ ସହର ବୋଲି କୁହାଯାଇଥାଏ ।

ଉତ୍ତର କୋରିଆରେ ଗରୀବ ଲୋକମାନଙ୍କ ପାଇଁ ଫଟ ଉଠାଇବା ଏକ ଅପରାଧ ଅଟେ । କାରଣ ଉତ୍ତର କୋରିଆରେ ମାନ୍ୟତା ରହିଛି ଏହାଦ୍ୱାରା ଦେଶର ଛବି ଖରାପ ହୋଇଥାଏ । ଏଠାରେ ଲୋକମାନେ ନିଜ ପସନ୍ଦର ହେୟାରକଟ କରିପାରିବେନି । କାରଣ ଏଠାରେ ସରକାରଙ୍କ ପକ୍ଷରୁ ଲୋକମାନଙ୍କ ହେୟାରକଟ ପାଇଁ କିଛି ଡିଜାଇନ ଜାରି କରାଯାଇଛି ଏବଂ ଲୋକମାନେ ଏଗୁଡ଼ିକ ମଧ୍ୟରୁ ଯେକୌଣସି ଡିଜାଇନକୁ ପସନ୍ଦ କରି ନିଜର ହେୟାରକଟ କରାଇପାରିବେ ।

ଏଠାରେ ଲୋକମାନଙ୍କୁ ନୀଳରଙ୍ଗର ଜିନ୍ସ ପିନ୍ଧିବାର ଅନୁମତି ନଥାଏ । ଏମିତିରେ ପର୍ଯ୍ୟଟକଙ୍କୁ ଛୁଟ ରହିଥାଏ ଯେ ସେମାନେ ନୀଳ ରଙ୍ଗର ଜିନ୍ସ ପିନ୍ଧିପାରିବେ । କିନ୍ତୁ କିମ ସୁଙ୍ଗ ଏବଂ କିମ ଜୋଙ୍ଗ ଦ୍ୱିତୀୟଙ୍କର ମେମୋରିଆଲ ହଲକୁ ଯିବା ପୂର୍ବରୁ ଆପଣଙ୍କୁ ଅଲଗା ରଙ୍ଗର ପ୍ୟାଣ୍ଟ ପିନ୍ଧିବାକୁ ହେବ ।


Share It

Comments are closed.