ଓରିଏଣ୍ଟ ଇଲେକଟ୍ରିକ ପକ୍ଷରୁ ୫୦ ପ୍ରତିଶତ ବଜାର ଅଂଶ ହାସଲ କରିବାକୁ ଯୋଜନା


ୟୁଏସଡି ୧.୮ ବିଲିୟନ୍ ସିକେ ବିର୍ଲା ଗ୍ରୁପର ଏକ ଅଂଶ ଓରିଏଣ୍ଟ ଇଲେକଟ୍ରିକ ଲିଃ. ପକ୍ଷରୁ ପଶ୍ଚିମବଙ୍ଗର କଲିକାତାରେ ଏହାର ସମ୍ପୂର୍ଣ୍ଣ ରେଞ୍ଜର ପ୍ରିମିୟମ ସିଲିଙ୍ଗ ଫ୍ୟାନର ପ୍ରଦର୍ଶନ କରାଯାଇଛି । ଏରୋ ସିରିଜ ରେଞ୍ଜର ଏରୋଡାଇନାମିକାଲି ଡିଜାଇନ ହୋଇଥିବା ସାଇଲେଣ୍ଟ ଫ୍ୟାନର ସଫଳତା ଓରିଏଣ୍ଟ ଇଲେକଟ୍ରିକକୁ ପ୍ରିମିୟମ ଫ୍ୟାନ ବିଭାଗରେ ୪୦ ପ୍ରତିଶତ ବଜାର ଅଂଶ ସହିତ ଅଗ୍ରଣୀ ସ୍ଥାନକୁ ନେଇପାରିଛି । ଆଗାମୀ ବର୍ଷ ଏହି ବିଭାଗରେ ବଜାର ଅଂଶ ୫୦ ପ୍ରତିଶତକୁ ବୃଦ୍ଧି କରିବ ବୋଲି କମ୍ପାନୀ ପକ୍ଷରୁ ଯୋଜନା କରାଯାଉଛି । ଏହା ମଧ୍ୟ ଭାରତର ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳରେ ବୃଦ୍ଧି କରିବ ବୋଲି ନିଜର ଯୋଜନାକୁ ବ୍ୟକ୍ତ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଓରିଏଣ୍ଟ ଇଲେକଟ୍ରିକ, ଫ୍ୟାନ, ବରିଷ୍ଠ ଉପ ସଭାପତି ଏବଂ ବ୍ୟବସାୟିକ ମୁଖ୍ୟ ଅତୁଲ ଜୈ÷ନ କହିଛନ୍ତିଯେ, “କଲିକତା ଏପରି ଏକ ସ୍ଥାନ ଯେଉଁଠାରୁ ୧୯୫୦ର ପ୍ରାରମ୍ଭରୁ ଓରିଏଣ୍ଟ ଫ୍ୟାନର କାହାଣୀର ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ଏହା କେବଳ ଭାରତର ଘରେ ଘରେ ନୁହେଁ ବରଂ ଆମ୍ଭେମାନେ ଆମ୍ଭମାନଙ୍କର ଫ୍ୟାନ ରପ୍ତାନୀ କରୁଥିବା ୩୫ଟି ଦେଶରେ ନିଜର ନାମ ସୃଷ୍ଟି କରିପାରିଛି । କଲିକତାରେ ଆମ କାରଖାନା ଭାରତର ପ୍ରଥମ ଫ୍ୟାନ ପ୍ରସ୍ତୁତକାରୀ କାରଖାନା ଏବଂ ଏହା ଶ୍ରେଷ୍ଠ ରେଞ୍ଜର ଟିପିଡବ୍ଲୁ (ଟେବଲ, ୱାଲ,ପେଡେଷ୍ଟେଲ)ଫ୍ୟାନ ଉତ୍ପାଦନ କରିବାରେ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଛି । ମାତ୍ର ୪,୦୦୦ ଟଙ୍କା ମୂଲ୍ୟରୁ ଅଧିକରେ ମିଳୁଥିବା ଫର୍ମ ଏବଂ କାର୍ଯ୍ୟକ୍ରମ ପାଇଁ ସେହି ଫ୍ୟାନଗୁଡିକ ବିଭିନ୍ନ ଷ୍ଟାଇଲ ଏବଂ ଫିନିସେସ ପାଇଁ ଉପଲବ୍ଧ ହେଉଥିବାବେଳେ ଆମ୍ଭେମାନେ ଗ୍ରାହକଙ୍କ ବୃହତ ଗ୍ରହଣୀୟତା ଦେଖିବାକୁ ପାଇଛୁ । ସମ୍ପ୍ରତି କ୍ରୟ କରିବାକୁ ଚାହୁଁଥିବା ବିଭାଗରେ ଆମ୍ଭେମାନେ ଗତି କରୁଛୁ ଯାହା ପ୍ରିମିୟମ ଫ୍ୟାନ ପ୍ରତି ଲକ୍ଷ୍ୟ ପ୍ରଦାନ କରୁଛି ।”


Share It

Comments are closed.