ନିଶାନ ପକ୍ଷରୁ ସମ୍ପୂର୍ଣ୍ଣ ନୂତନ ଟେକ୍ନୋଲୋଜିଯୁକ୍ତ ଏସୟୁଭିର ଶୁଭାରମ୍ଭ


ଭୁବନେଶ୍ୱର : ଏହାର “ମେକ ଇନ ଇଣ୍ଡିଆ, ମେକ ଫର ଦ ୱାର୍ଲ୍ଡ” ଦର୍ଶନକୁ ଦୃଷ୍ଟିରେ ରଖି ନିଶାନ ଇଣ୍ଡିଆ, ଚଳିତ ବର୍ଷ ଭାରତ ପାଇଁ ଏହାର ପ୍ରଥମ କମ୍ପାକ୍ଟ ଏସୟୁଭିର ଶୁଭାରମ୍ଭ କରିବାକୁ ଯାଉଛି । ନିଶାନର ବିଶ୍ୱସ୍ତରୀୟ ଏସୟୁଭି ସମ୍ରାଜ୍ୟ ଏବଂ ବିକଶିତ ଟେକ୍ନୋଲୋଜି ଉପରେ ନିର୍ମିତ ଏହି ନୂତନ କମ୍ପାକ୍ଟ ଏସୟୁଭିକୁ ଆଗାମୀ ଯାତ୍ରାଗୁଡ଼ିକ ପାଇଁ ଡିଜାଇନ କରାଯାଇଛି । ଏକ ଦୃଢ଼ ଏବଂ ଶକ୍ତିଶାଳୀ ରାସ୍ତା ଉପସ୍ଥାପାନ ପାଇଁ ବିଭିନ୍ନ ବୈଶିଷ୍ଟ୍ୟରେ ସମୃଦ୍ଧ ହେବା ସହ ଏହା ଏକ ଷ୍ଟାଇଲିଷ୍ଟ ଡିଜାଇନ ସହିତ ଆସିଛି । ନିଶାନ ଇଣ୍ଟେଲିଜେଣ୍ଟ ଗତିଶୀଳତାର ଏକ ଅଂଶ ଭାବେ ନିଶାନ ଇଣ୍ଡିଆର ନୂଆ ଏସୟୁଭି ନୂତନ ଟେକ୍ନୋଲୋଜି, ଯାନବାହନଗୁଡ଼ିକ ସମାଜରେ କିପରି ସଶକ୍ତ, ପରିଚାଳିତ ଏବଂ ଏକୀଭୂତ ହେବ ସେ କ୍ଷେତ୍ରରେ କମ୍ପାନୀର ଦର୍ଶନକୁ ସାମିଲ କରିଛି ।
ଏହି କମ୍ପାକ୍ଟ ଏସୟୁଭି, ଅପ୍ରତିଦ୍ୱନ୍ଦୀ ଅଭିନବତା ଏବଂ ଜାପାନିଜ ଇଞ୍ଜିନିୟରିଂର ନିଶାନର ଗ୍ଲୋବାଲ ଏସୟୁଭି ପାରମ୍ପରିକ ବୈଶିଷ୍ଟ୍ୟ ପ୍ରତି ନିଦର୍ଶନ, ଯାହାକି ପାଟ୍ରୋଲ, ପାଥଫାଇଣ୍ଡର, ଆର୍ମଡା, ଏକ୍ସ-ଟ୍ରେଲ, ଜ୍ୟୁକ, କ୍ୱାସକି ଏବଂ କିକ୍‌ସ ଭଳି ନିଶାନର କେତେକ ବିଶିଷ୍ଟ ମଡେଲଗୁଡ଼ିକ ଉପରେ ନିର୍ମିତ ।


Share It

Comments are closed.