ସିଏଏ ବିରୋଧୀ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଏନଏଚଆରସି କାର୍ଯ୍ୟାଳୟରେ ପହଞ୍ଚିଲେ ପ୍ରିୟଙ୍କା, ରାହୁଲ


କଂଗ୍ରେସ ପୂର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଡ୍ରା ସୋମବାର ରାଷ୍ଟ୍ରିୟ ମାନବ ଅଧିକାର ଆୟୋଗ (ଏନଏଚଆଇସି) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଦୁହେଁ ରାଜ୍ୟ ପୋଲିସ ପକ୍ଷରୁ ସିଏଏ ବିରୋଧୀ ପ୍ରଦର୍ଶନକାରୀଙ୍କ ଉପରେ କରାଯାଉଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକ ଅଭିଯୋଗ ଦାଖଲ କରିବା ପାଇଁ ଏନଏଚଆରସି କାର୍ଯ୍ୟାଳୟରେ ପହଞ୍ଚିଥିଲେ ।


ସିଏଏ ବିରୋଧରେ ସାରା ଦେଶର ବିଭିନ୍ନ ସହରମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଦିଲ୍ଲୀର ସାହୀନ ବାଗରେ ଗତ ଏକ ମାସରୁ ଅଧିକ ସମୟ ହେବ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ଏହା ପରେ ମୁମ୍ବାଇରେ ମଧ୍ୟ ମହିଳାମାନେ ସାହୀନ ବଗ ଭଳି ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି । ନିକଟ କିଛି ଦିନ ତଳେ ଉତ୍ତରପ୍ରଦେଶରେ ମଧ୍ୟ ସିଏଏକୁ ନେଇ ମଧ୍ୟ ଖୁବ ଜୋରସେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା ।


Share It

Comments are closed.