ଆସନ୍ତା ଫେବୃଆରୀରେ ଭାରତ ଗସ୍ତରେ ଆସିପାରନ୍ତି ଟ୍ରମ୍ପ


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ତିନିଦିନିଆ ଭାରତ ଗସ୍ତରେ ଆସି ପାରନ୍ତି । ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମ ୨୧ରୁ ୨୪ ଫେବୃଆରୀ ମଧ୍ୟ ରହିପାରେ । ଟ୍ରମ୍ପଙ୍କ ଏହି ଗସ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅହମ୍ମଦାବାଦର ଏକ ସାର୍ବଜନୀକ କାର୍ଯ୍ୟକ୍ରମରେ ଯୋଗ ପାରନ୍ତି । ମିଳିଥିବା ସୂଚନା ମୁତାବକ ତାଙ୍କର ଭାରତ ଗସ୍ତ କାର୍ଯ୍ୟକ୍ରମ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।
ଏହା ଜାଣିବାକୁ ମିଳିଛି ଯେ, ଆମେରିକା ସରକାରଙ୍କ ଦ୍ୱାରା ଦିଲ୍ଲୀସ୍ଥିତ ଆଇଟିସି ମୋର‌୍ୟ ହୋଟେଲକୁ ୨୧ରୁ ୨୪ ଫେବୃଆରୀ ପର୍ଯ୍ୟନ୍ତ ବୁକ ମଧ୍ୟ କରାଯାଇଛି । ଏଥିରେ ପ୍ରେସିଡେନ୍ସିଆଲ ସୁଟ ମଧ୍ୟ ସାମିଲ ରହିଛି । ମୋର‌୍ୟ ହୋଟେଲରେ ପୂର୍ବରୁ ଆମେରିକା ରାଷ୍ଟ୍ରପତି ବାରକ ଓବାମା ଏବଂ ବିଲ କ୍ଲିଣ୍ଟନ ମଧ୍ୟ ରହିସାରିଛନ୍ତି ।


Share It

Comments are closed.