ଶରୀରର ଉଚ୍ଚତା ବଢାଇବା ପାଇଁ ୫ଟି ଘରୋଇ ଉପାୟ


ଶରୀରର ଉଚ୍ଚତା ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱକୁ ପ୍ରକାଶିତ କରିବା କାର୍ଯ୍ୟ କରିଥାଏ । ଭଲ ଉଚ୍ଚତା ପାଇବା ପାଇଁ ପିଲାଠାରୁ ବୁଢା ସମସ୍ତେ ଉତ୍ସୁକ ଥାନ୍ତି । କାରଣ ଭଲ ଉଚ୍ଚତା ଥିଲେ ଆତ୍ମବିଶ୍ୱାସ ବଢିଥାଏ । ପ୍ରକୃତରେ ମଣିଷର ବିକାଶ ସହ ତାର ଉଚ୍ଚତା ମଧ୍ୟ ବଢିଥାଏ । ସାଧାରଣତଃ ଝିଅମାନଙ୍କର ଉଚ୍ଚତା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବଢିଥାଏ । ଆପଣଙ୍କର ଖାଦ୍ୟ ଅଭ୍ୟାସ ଉପରେ ଆପଣଙ୍କର ଉଚ୍ଚତା ନିର୍ଭର କରିଥାଏ । ଲୋତେ ଉଚ୍ଚତା ବଢାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ସେବନ କରୁଛନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । କିନ୍ତୁ ଆୟୁର୍ବେଦରେ ଏଭଳି କିଛି ଉପାୟ ଓ ଔଷଧ ରହିଛି ଯାହାଦ୍ୱାରା ଜଣେ ବ୍ୟକ୍ତି ନିଜର ଉଚ୍ଚତା ବଢାଇପାରିବେ । ଏଭଳି କିଛି ଘରୋଉ ଉପାୟ ହେଉଛି:

– ଖାଦ୍ୟ-ପାନୀୟର ସଠିକ୍ ଚୟନ:  ଭଲ ଉଚ୍ଚତା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଭଲ ଖାଦ୍ୟାଭ୍ୟାସ । ଆପଣ ଯାହା ଖାଉଛନ୍ତି ତାର ଆପଣଙ୍କ ଶରୀରର ବିକାଶ ଉପରେ ବହୁତ ଅଧିକ ପ୍ରଭାବ ପଡିଥାଏ । ତେଣୁ  ଉଚ୍ଚତା ବଢାଇବା ଲାଗି ଭିଟାମିନ୍, କ୍ୟାଲ୍ସିୟମ, ଜିଙ୍କ୍ ପ୍ରୋଟିନ୍ ଓ ଫସ୍ଫରସ୍ର ମାତ୍ରା ଅଧିକ ଥିବା ଖାଦ୍ୟ ଖାଇବା ଉଚିତ ଏବଂ କ୍ଷୀର, ଫଳରସ ଓ ପାଣି ଅଧିକ ପିଇବା ଉଚିତ । ତେବେ ଆପଣଙ୍କୁ ଚିନିର ବ୍ୟବହାର କମ୍ କରିବାକୁ ପଡିବ ।

 

– ଯୋଗ ବ୍ୟାୟାମ: ଯୋଗ ଓ ବ୍ୟାୟାମ ଦ୍ୱାରା ଉଚ୍ଚତା ବଢାଇଯାଇପାରିବ । ପ୍ରତିଦିନ ଯୋଗ ଓ ବ୍ୟାୟାମ କରିବା ଦ୍ୱାରା ଶରୀରରେ ଫୂର୍ତ୍ତି ଆସିଥାଏ; ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ ଫଳପ୍ରଦ ହୋଇଥାଏ । ଉଚ୍ଚତା ବଢାଇବା ପାଇଁ ତଡାସନ କ୍ରିୟା କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିଭଳି କରିବେ ତଡାସନ: ସର୍ବପ୍ରଥମେ ସିଧା ଠିଆ ହୋଇ ହାତ ଉପରକୁ କରନ୍ତୁ, ଏହାପରେ ଗଭୀର ନିଶ୍ୱାସ ନିଅନ୍ତୁ ଓ ହାତକୁ ଧିରେ ଧିରେ ଉପରକୁ ଉଠାଇବା ସହ ପାଦର ଗୋଇଠିକୁ ମଧ୍ୟ ଉପରକୁ ଉଠାନ୍ତୁ, ଏହାଫଳରେ ଶରୀରରେ ଷ୍ଟ୍ରେଚିଙ୍ଗ୍ ହୋଇଥାଏ ଓ ଏହା ଉଚ୍ଚତା ବଢାଇବାରେ ସହାୟକ ହୋଇଥାଏ ।

 

– ପର୍ଯ୍ୟାପ୍ତ ଶୋଇବା: ଭଲ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ଶୋଇବା ଜରୁରୀ । କିନ୍ତୁଅଧିକ ଶୋଇବା ଦ୍ୱାରା ଉଚ୍ଚତା ବଢିବାରେ ତାହା ଶୁଣିବାକୁ ନିଶ୍ଚିତ ଅଜବ ଲାଗୁଥିବ କିନ୍ତୁ ଏହା ସତ ଅଟେ । ଅଧିକ ଶୋଇବା ଦ୍ୱାରା ଶରୀରରେ  ଟିସ୍ୟୁ ବା ପେଶୀର ବହିର୍ଗମନ ହୋଇଥାଏ ଯାହା ଉଚ୍ଚତା ବଢାଇବାରେ ସହାୟକ ହୋଇଥାଏ ।

 

– ଅଧିକ ପାଣି ପିଇବା: ଅଧିକ ପାଣି ପିଇବା ଦ୍ୱାରା ଶରୀରରୁ ଟକ୍ସିକ୍ ପଦାର୍ଥ ବାହାରିଯାଇଥାଏ ଓ ଶରୀରର ବିକାଶ ସଠିକ୍ ଭାବେ ହୋଇପାରିଥାଏ । ଅଧିକ ପାଣି ପିଇବା ଦ୍ୱାରା ପେଟର ଗ୍ୟାସ୍ ଦୂର ହୋଇଥାଏ । ଯାହାଫଳରେ ଶରୀର ହର୍ମୋନ୍ ବୃଦ୍ଧି ସଠିକ୍ ଭାବେ ହୋଇପାରିଥାଏ ।

 

– ଚାଲିବା ଓ ଶୋଇବାର ସଠିକ୍ ଉପାୟ: ଭଲ ଉଚ୍ଚତା ପାଇଁ ଆପଣଙ୍କୁ ଚାଲିବା, ବସିବା ଓ ଶୋଇବାର ଶୈଳୀ ସଠିକ୍ ରଖିବାକୁ ପଡିବ । ପ୍ରାୟ ସମୟରେ ଲୋକେ ଶୋଇବା ବେଳେ ସେମାନଙ୍କ ଶରୀର ଅନୁଚିତ ମୁଦ୍ରାରେ ରହିଛି ବୋଲି ଧ୍ୟାନ ଦିଅନ୍ତି ନାହିଁ; ଯାହା ଶରୀରର ଉଚ୍ଚତାରେ ବ।।ଧା ସୃଷ୍ଟି କରିଥାଏ । ତେଣୁ ସଠିକ୍ ମୁଦ୍ରାରେ ଶୋଇବା ଉଚିତ ଏବଂ ମୁଣ୍ଡ ଓ ବେକକୁ ତଳକୁ ନୁଆଁଇ ଚାଲିବା ଉଚିତ ନୁହେଁ ।


Share It

Comments are closed.