ନ୍ୟୁଜ ୧୮ ନେଟୱର୍କ ପକ୍ଷରୁ ବାଏଜୁସ ୟଙ୍ଗ ଜିନିୟସର ଦ୍ୱିତୀୟ ସଂସ୍କରଣ ଘୋଷଣା


ଭୁବନେଶ୍ୱର – ନ୍ୟୁଜ ୧୮ ନେଟୱର୍କର ନେଟୱର୍କ ପକ୍ଷରୁ ଆଜି ବାଏଜୁସର ୟଙ୍ଗ ଜିନିୟସକୁ ବୃହତ ଏବଂ ଶ୍ରେଷ୍ଠ କରିବା ପ୍ରତିଶ୍ରୁତି ସହିତ ଦ୍ୱିତୀୟ ସଂସ୍କରଣର ଘୋଷଣା କରାଯାଇଛି ।ଏହି ଶୋ’ରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ଶିଶୁମାନେ https://www.news18.com/younggenius/ ରେ କିମ୍ବା ବାଏଜୁସର ଆପକୁ ଡାଉନଲୋଡ କରିବା ଏଜୁସୟଙ୍ଗଜିନିୟସବି ଭାଗରେ ପଞ୍ଜୀକରଣ କରିପାରିବେ ।
ଏହି ଶୋ’ର ସକରାତ୍ମକ ତଥା ଅନୁପ୍ରେରିତ ବର୍ଣ୍ଣନା,ନେଟୱର୍କ ୧୮ର ବରିଷ୍ଠ ସମ୍ପାପକ ଏବଂ ଆଙ୍କର ଆନନ୍ଦ ନରସିମାହଙ୍କ ଦ୍ୱାରା ହୋଷ୍ଟ କରାଯିବ,ଯାହା କିସ୍ୱତନ୍ତ୍ର ଭାବେ ଏହି ଅଭୂତ ପୂର୍ବ ସମୟରେ ସମ୍ପୂର୍ଣ୍ଣ ପରିବାରକୁ ଟିଭି ଦେଖିବାର ଅନୁଭୂତିକୁ ପ୍ରଭାବିତ କରିଥାଏ ।ଏହିଶୋ’ରେ ୧୧ଟି ଏପିସୋଡ ରହିଛି ଯେଉଁଥିରେ ୬ ରୁ ୧୫ ବର୍ଷ ବୟସ ମଧ୍ୟରେ ୨୦ଟି ଯୁବ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯିବ ଯେଉଁମାନେ କଳା, ଏକାଡ଼େମୀ, ପ୍ରଯୁକ୍ତି ଏବଂ ସ୍ପୋର୍ଟସ ଇତ୍ୟାଦିରେ ସୁନାମ ଅର୍ଜନ କରିଛନ୍ତି । ପ୍ରତ୍ୟେକ ଏପିସୋଡ ଆକର୍ଷଣୀୟ ଅନୁଭୂତି ପ୍ରଦାନ କରିବ କାରଣ ଏଥିରେ ଭାରତର କିଛି ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ମଧ୍ୟ ଯୋଗ ଦେବେ ଯେଉଁମାନେ କେବଳ ଶିଶୁ ମାନଙ୍କର ପ୍ରତିଭାକୁ ପ୍ରଶଂସା କରିବେନି ବରଂ ନିଜର ସଫଳତାର ପଥ ସମ୍ପର୍କରେ ବର୍ଣ୍ଣନା କରିବେ ।
ଏହି ପରିପ୍ରେକ୍ଷୀରେ ନ୍ୟୁଜ ୧୮ ନେଟୱର୍କ, ହିନ୍ଦି ନ୍ୟୁଜର ସିଇଓ,ଶ୍ରୀକରଣ ଅଭିଷେକ ସିଂ କହିଛନ୍ତି ଯେ,“ବାୟଜୁସର ୟଙ୍ଗ ଜିନିୟସ କାର୍ଯ୍ୟକ୍ରମର ସଫଳତା ଭାରତୀୟ ଟେଲିଭିଜନର ଫର୍ମାଟରେ ପ୍ରୋତ୍ସାହଜନକ ଏବଂ ମନୋରଞ୍ଜନ ମୂଳକ କାହାଣୀକୁ ପ୍ରଦର୍ଶନ କରୁଛି । ଏହାର ପ୍ରଥମ ସଂସ୍କରଣ ୯୮.୪ ପ୍ରତିଶତ ସକରାତ୍ମକ ଭାବନା ସହିତ ସୋସିଆଲ ପ୍ଲାଟଫର୍ମରେ ବହୁଳ ମାତ୍ରାରେ ଦର୍ଶକ ଦେଖିଥିଲେ । ଏବଂ ଦେଶରେ ବିଭିନ୍ନ ଦର୍ଶକମାନେ ସପ୍ତାହକୁ ସପ୍ତାହ ନୂତନ ଏପିସୋଡ ପାଇଁ କ୍ରମାଗତ ଭାବେ ଦାବି କରୁଛନ୍ତି । ଏହିପୂର୍ବ ପ୍ରତିକ୍ରିୟା ଆମ୍ଭମାନଙ୍କୁ ବାୟଜୁସର ୟଙ୍ଗ ଜିନିୟସର ଦ୍ୱିତୀୟ ସଂସ୍କରଣକୁ ଶୁଭାରମ୍ଭ କରିବାକୁ ଉତ୍ସାହିତ କରୁଛି ଯାହାକି ପ୍ରତିଭାଶାଳୀ ଶିଶୁମାନଙ୍କର କାହାଣୀକୁ ପ୍ରଦର୍ଶନ କରିବା”
ବାଏଜୁସରବ୍ୟବସାୟିକମୁଖ୍ୟ,ଶ୍ରୀ ଅତୀତ ମେହତାକହିଛନ୍ତି ଯେ,“ବାୟଜୁସୟଙ୍ଗଜିନିୟସରସିଜନ ୧ ରେଦେଶରବିଭିନ୍ନଚମତ୍କାରୀ ପ୍ରତିଭାମାନଙ୍କୁ ସମ୍ମାନିତ କରଯାଇଥିଲାଏବଂ ଆମ୍ଭେମାନେ ପୁନର୍ବାରଭାରତର ଯୁବ ପ୍ରତିଭାମାନଙ୍କୁନେଇସିଜନ ୨ ପ୍ରସ୍ତୁତକରିବାକୁ ଯାଉଛୁ । ଆମ ଦେଶ ବିଭିନ୍ନ ଚମତ୍କାରୀପ୍ରତିଭାରେଭରପୁରଏବଂଏହାଏପରି ଏକ ପ୍ଲାଟଫର୍ମ ଯାହାଲୁକ୍କାୟିତ ପ୍ରତିଭାମାନଙ୍କୁଚିହ୍ନଟକରିବାରଉଦ୍ଦେଶ୍ୟରଖିଥାଏ ।ଶିଶୁ ପ୍ରତିଭାମାନଙ୍କୁପ୍ରୋତ୍ସାହିତକରିବାରଉଦ୍ଦେଶ୍ୟସହିତଯେଉଁମାନେ ବିଭିନ୍ନବିଭାଗ ତଥା ଏକାଡ଼େମୀ, କଳା, ବିଜ୍ଞାନ, ସ୍ପୋର୍ଟସ, ମ୍ୟୁଜିକପରିସୃଜନଶୀଳବିଭାଗରେପ୍ରଶଂସା ପ୍ରାପ୍ତ କରିଛନ୍ତିସେମାନଙ୍କସ୍ୱପ୍ନକୁପୂର୍ଣ୍ଣକରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ । ବହୁସଂଖ୍ୟକଶିଶୁମାନଙ୍କୁସେମାନଙ୍କରୁଚି ପ୍ରତିସେମାନଙ୍କୁଉତ୍ସାହିତକରାଇବାଏବଂସେମାନଙ୍କଆକାଂକ୍ଷାକୁ ଉନ୍ନତ କରିବା ଆମ୍ଭମାନଙ୍କର ଲକ୍ଷ୍ୟା”


Share It

Comments are closed.