ସାମ୍‌ସଙ୍ଗ ପକ୍ଷରୁ ଭାରତରେ ଗ୍ୟାଲାକ୍ସି ଏମ୍‌୩୨ ୫ଜିର ଶୁଭାରମ୍ଭ


ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱସନୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମ୍‌ସଙ୍ଗ ପକ୍ଷରୁ ୫ଜି ଅନୁଭୂତି ପାଇଁ ୧୨ଟି ବ୍ୟାଣ୍ଡ-ସପୋର୍ଟ ଓ ୨ ବର୍ଷର ଓଏସ୍ ଅପଗ୍ରେଡ୍ ପ୍ରତିଶ୍ରୁତି ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ନୂଆ ଗ୍ୟାଲାକ୍ସି ଏମ୍‌୩୨ ୫ଜିର ଶୁଭାରମ୍ଭର ଘୋଷଣା କରାଯାଇଛି । ମିଡିଆଟେକ୍ ଡାଇମେନ୍‌ସିଟି ୭୨୦ ପ୍ରୋସେସର୍ ଦ୍ୱାରା ପରିଚାଳିତ ହାସ୍‌ଟ୍ୟାଗ ମନ୍‌ଷ୍ଟର୍ ଲାଇକ୍ ଏ ବସ୍ ଗ୍ୟାଲାକ୍ସି ଏମ୍‌୩୨ ୫ଜିକୁ ଦ୍ରୁତ-ଗତିଶୀଳ ଜୀବନ ବଂଚୁଥିବା ଟେକ୍‌-ସ୍ୟାଭି ମିଲେନିଆଲ ଓ ଜେନ୍ ଜେଡ୍ ଉପଭୋକ୍ତାମାନଙ୍କ ପାଇଁ ଡିଜାଇନ୍ କରାଯାଇଛି । ଗ୍ୟାଲାକ୍ସି ଏମ୍‌୩୨ ୫ଜିରେ ସାମ୍‌ସଙ୍ଗର ଡିଫେକ୍ସ ଗ୍ରେଡ୍ ନକ୍ସ ସିକ୍ୟୁରିଟି ରହିଥିବା ବେଳେ ଏହା ହେଉଛି ଏକ ଡାଇମେନ୍‌ସିଟି ୭୨୦ ପ୍ରୋସେସର୍ ଥିବା ଭାରତର ପ୍ରଥମ ସ୍ମାର୍ଟଫୋନ୍ । ବିଶାଳ ୫୦୦୦ ମେଗାହର୍ଜ ବ୍ୟାଟେରୀ ଓ ଇନ୍‌-ବକ୍ସ ୧୫ ୱାଟ୍ ୟୁଏସ୍‌ବି-ସି ଫାଷ୍ଟ ଚାର୍ଜର ସହିତ ଗ୍ୟାଲାକ୍ସି ଏମ୍‌୩୨ ୫ଜି, ଗୋଟିଏ ଥର ଚାର୍ଜ ହେଲେ ୧୦୬ ଘଂଟା ପର୍ଯ୍ୟନ୍ତ ମ୍ୟୁଜିକ୍ ପ୍ଲେବ୍ୟାକ୍‌, ୩୬ ଘଂଟାର ଟକ୍‌ଟାଇମ୍‌, ୧୯ ଘଂଟାର ଇଂଟର୍‌ନେଟ୍ ବ୍ୟବହାର ସମୟ ଓ ୨୦ ଘଂଟାର ଭିଡିଓ ପ୍ଲେବ୍ୟାକ୍ ପ୍ରଦାନ କରୁଛି । ଗ୍ୟାଲାକ୍ସି ଏମ୍‌୩୨ ୫ଜିର ମୂଲ୍ୟ ୬ଜିବି+୧୨୮ ଜିବି ପାଇଁ ୨୦,୯୯୯ଟଙ୍କା ଓ ୮ଜିବି+୧୨୮ଜିବି ଭାରିଆଂଟ୍ ପାଇଁ ୨୨,୯୯୯ ଟଙ୍କା ରହିଛି । ଗ୍ୟାଲାକ୍ସି ଏମ୍‌୩୨ ୫ଜି ସାମ୍‌ସଙ୍ଗ ଡଟ୍ କମ୍‌, ଆମାଜନ୍ ଡଟ୍ ଇନ୍ , ଅଗ୍ରଣୀ ଅନ୍‌ଲାଇନ୍ ପୋର୍ଟାଲ ଓ ନିର୍ଦ୍ଧିଷ୍ଟ ରିଟେଲ୍ ଷ୍ଟୋର୍‌ଗୁଡିକରେ ଉପଲବ୍ଧ ହେବ । ଗ୍ୟାଲାକ୍ସି ଏମ୍‌୩୨ ୫ଜିରେ ଆଇସିଆଇସିଆଇ କ୍ରେଡିଟ୍ କାର୍ଡ ଓ ଇଏମ୍‌ଆଇ ଟ୍ରାଞ୍ଜାକ୍ସନଗୁଡିକ ଉପରେ ୨୦୦୦ ଟଙ୍କାର ତୁରନ୍ତ କ୍ୟାଶବ୍ୟାକ୍ ଅଫର୍ ମଧ୍ୟ ରହିଛି ।
ଏସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ମୋବାଇଲ ମାର୍କେଟିଙ୍ଗ୍ ବିଭାଗର ବରିଷ୍ଠ ନିର୍ଦ୍ଦେଶକ ଓ ମୁଖ୍ୟ ଆଦିତ୍ୟ ବାବର୍ କହିଛନ୍ତିଯେ, “ ଗ୍ୟାଲାକ୍ସି ଏମ୍ ସିରିଜ୍ ୨୦୧୯ରେ ଲଂଚ୍ ହେବା ପରଠାରୁ ବଜାରରେ ବ୍ୟାଘାତ ସୃଷ୍ଟି କରିଛି । ଆମେ ଭାରତରେ ୫ଜି ବିପ୍ଳବ ପାଇଁ ପ୍ରସ୍ତୁତ ହେଉଥିବାରୁ ନୂଆ ଗ୍ୟାଲାକ୍ସି ଏମ୍‌୩୨ ୫ଜି ଏହାର ୧୨ଟି ୫ଜି ବ୍ୟାଣ୍ଡ-ସପୋର୍ଟ ଓ ଦୁଇ ବର୍ଷର ଓଏସ୍ ଅପ୍‌ଡେଟ୍‌ର ପ୍ରତିଶ୍ରୁତି ସହିତ ‘ମନ୍‌ଷ୍ଟର୍‌’ ବିରାସତକୁ ସଶକ୍ତ କରୁଛି, ଯାହାକି ଆମର ଉପଭୋକ୍ତାମାନେ ସବୁବେଳେ ବି ଫ୍ୟୁଚର୍ ରେଡି ଅଟନ୍ତି ବୋଲି ସୁନିଶ୍ଚିତ କରୁଛି । ଗ୍ୟାଲାକ୍ସି ଏମ୍‌୩୨ ୫ଜି ସାମ୍‌ସଙ୍ଗ ନକ୍ସ, ସାମ୍‌ସଙ୍ଗର ଡିଫେନ୍ସ-ଗ୍ରେଡ୍ ମୋବାଇଲ ସିକ୍ୟୁରିଟି ପ୍ଲାଟ୍‌ଫର୍ମରେ ସୁସଜ୍ଜିତ ରହିଛି ଏବଂ ଏହା ଆମର ଉପଭୋକ୍ତାଙ୍କୁ ହାସ୍‌ଟ୍ୟାଗ ମନ୍‌ଷ୍ଟର୍ ଲାଇକ୍ ଏ ବସ୍ ରହିବା ପାଇଁ ସକ୍ଷମ କରିବା ଲାଗି ପ୍ରିମିୟମ ଡିଜାଇନ୍‌କୁ ପ୍ରଦର୍ଶିତ କରୁଛି ।”
ମିଡିଆଟେକ୍ ଇଣ୍ଡିଆର କର୍ପୋରେଟ୍ ସେଲ୍‌ସ ବିଭାଗର ନିର୍ଦ୍ଦେଶକ କୁଲଦୀପ ମଲିକ୍ କହିଛନ୍ତି, “ ମିଡିଆଟେକ୍ ଡାଇମେନ୍‌ସିଟି ୭୨୦ ମିଡ୍‌-ରେଞ୍ଜ୍‌ର ୫ଜି ସ୍ମାର୍ଟଫୋନ୍‌ଗୁଡିକରେ ପ୍ରିମିୟମ ଅନୁଭୂତିକୁ ସକ୍ଷମ କରୁଛି ଏବଂ ସାମ୍‌ସଙ୍ଗ ଗ୍ୟାଲାକ୍ସି ଏମ୍‌୩୨ ୫ଜି ହେଉଛି ଏହି ଶକ୍ତି ଦକ୍ଷତାସମ୍ପନ୍ନ ୭ଏନ୍‌ଏମ୍ ଏସ୍‌ଓସି ଦ୍ୱାରା ପରିଚାଳିତ ପ୍ରଥମ ଡିଭାଇସ୍ । ମିଡିଆଟେକ୍ ଡାଇମେନ୍‌ସିଟି ୭୨୦ ଅତ୍ୟାଧୁନିକ କନେକ୍ଟିଭିଟି, ସର୍ବୋତମ ଦକ୍ଷତା, ସ୍ମାର୍ଟ କ୍ୟାମେରା, ସୁଗମ ଷ୍ଟ୍ରିମିଙ୍ଗ୍ ଏବଂ ଅତିରିକ୍ତ ପାୱାର-ସେଭିଙ୍ଗ୍ ଟେକ୍ନୋଲୋଜି ଦେବା ପାଇଁ ମିଡିଆଟେକ୍ ୫ଜି ଅଲ୍‌ଟ୍ରାସେଭ୍ ସହିତ ଏକ ସମ୍ପୂର୍ଣ୍ଣ ଇଂଟିଗ୍ରେଟେଡ୍ ୫ଜି ମୋଡେମ୍ ପ୍ରଦାନ କରୁଛି । ଆମେ ସାମ୍‌ସଙ୍ଗ ଏବଂ ଆମର ଡାଇମେନ୍‌ସିଟି ପ୍ଲାଟ୍‌ଫର୍ମଗୁଡିକ ଉପରେ ଆଧାରିତ ଆଗାମୀ ଡିଭାଇସ୍‌ଗୁଡିକ ସହିତ ଆମର ଜାରି ରହିଥିବା ସହଭାଗିତାକୁ ଆଗକୁ ବଢାଇବାକୁ ଆଶା ରଖିଛୁ ।”


Share It

Comments are closed.