ଘରେ ଏହିସବୁ ଉଦ୍ଭିଦ ଲଗାଇଲେ ବଢ଼ିଥାଏ ସୁଖ ସମୃଦ୍ଧି, ଜାଣନ୍ତୁ କଣ


ଘରେ ବାସ୍ତୁଦୋଷ ଥିଲେ ଏହାର ପ୍ରଭାବ ଜୀବନ ଉପରେ ମଧ୍ୟ ପଡିଥାଏ। ବାସ୍ତୁ ଅନୁଯାୟୀ ଘରେ କେଉଁ ଗଛ ଲଗାଇବା ଉଚିତ ଓ କେଉଁ ଗଛ ଲଗାଇବା ଉଚିତ ନୁହେଁ ଜାଣନ୍ତୁ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ତୁଳସୀ ଗଛ ଲଗାଇଲେ ବାସ୍ତୁଦୋଷ ଦୂର ହୋଇଥାଏ ଓ ଘରକୁ ସୁଖ ସମୃଦ୍ଧି ଆସିଥାଏ। ଘରେ ତୁଳସୀ ଗଛ ଲଗାଇଲେ ଘରକୁ ସକାରତ୍ମକ ଶକ୍ତି ପ୍ରବେଶ କରିଥାଏ। ତୁଳସୀ ଗଛ ଉତ୍ତର, ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାଇବା ଉଚିତ। ଏହି ଦିଗରେ ତୁଳସୀ ଗଛ ଲଗାଇବା ଶୁଭ ହୋଇଥାଏ।

ବାସ୍ତୁ ଶାସ୍ତ୍ରରେ ଘରେ ମନି ପ୍ଲାଣ୍ଟ ଲଗାଇବା ଶୁଭ ବୋଲି କୁହାଯାଇଛି। ମନି ପ୍ଲାଣ୍ଟ ଦକ୍ଷିଣ ପୂର୍ବ ବା ଉତ୍ତର ଦିଗରେ ଲଗାଇବା ଉଚିତ। ଏହି ଦିଗରେ ଲଗାଇଲେ ଘରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ।

ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଘରେ ହଳଦୀ ଗଛ ଲଗାଇଲେ ନକାରାତ୍ମକ ଶକ୍ତି ସର୍ବଦା ଦୁରେଇ ରହେ। ହଳଦୀ ଗଛକୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ।

ବାସ୍ତୁ ଅନୁସାରେ ଘରେ ଲାଜକୁଳୀ ଲତା ମଧ୍ୟ ଲଗାଇବା ଉଚିତ। ଏହି ଗଛ ଲଗାଇଲେ ଋଣରୁ ମୁକ୍ତି ମିଳିବ ସହ ରୋଗରୁ ମଧ୍ୟ ମୁକ୍ତି ମିଳେ ବୋଲି କୁହାଯାଏ। ଲାଜକୁଳୀ ଲତା ଘରର ମୁଖ୍ୟ ଫାଟକର ବାମ ତରଫରେ ଲଗାଇବା ଉଚିତ।

ହିନ୍ଦୁ ଧର୍ମରେ ଅଶ୍ୱଥ ଗଛକୁ ପୂଜା କରାଯାଏ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅଶ୍ୱଥ ଗଛ ଲଗାଇବା ଉଚିତ ନୁହେଁ। ଘରେ ଅଶ୍ୱଥ ଗଛ ଥିଲେ ଅଶୁଭ ବୋଲି କୁହାଯାଏ। ଘରେ ଅଶ୍ୱଥ ଗଛ ଥିଲେ ଧନ ହାନି ହୋଇଥାଏ ଓ ଅଯଥା ଖର୍ଚ୍ଚ ହୁଏ ବୋଲି କୁହାଯାଏ।

କିଛି ଲୋକ ଘରେ, ଅଫିସରେ କଣ୍ଟାଯୁକ୍ତ, କାକଟସ ପ୍ରଜାତିର ଗଛ ଲଗେଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଏହିଭଳି ଗଛ ଲଗାଇବା ଉଚିତ ନୁହେଁ। ଘରେ ଏସବୁ ଗଛ ଲଗାଇଲେ ଧନ ହାନି ହେବାର ସମ୍ଭାବନା ରହିଥାଏ। ତାଛଡା ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ।


Share It

Comments are closed.