ନିଜ ବ୍ରାଇଡାଲ ଆଉଟଫିଟକୁ ନେଇ ବାରମ୍ବାର ଟ୍ରୋଲ ହେବା ପରେ ଟ୍ରୋଲରଙ୍କୁ ଏଭଳି ଯବାବା ଦେଇଛନ୍ତି ନେହା କକ୍କଡ଼


ଲକଡାଉନ ପରେ ଯେଉଁ ସବୁ ସେଲିବ୍ରିଟି ବାହାହୋଇଛନ୍ତି ସେମାନଙ୍କ ମଧ୍ୟରେ ନେହା କକ୍କଡ ଓ ରୋହନ ପ୍ରୀତ ସିଂହଙ୍କ ବିବାହ ବେଶ ଚର୍ଚାରେ ରହିଛି। ଅକ୍ଟୋବର ୨୪ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହା ସହ ନେହା ଓ ରୋହନଙ୍କ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ବାହାଘରରେ ନେହା ସୁନ୍ଦର ବ୍ରାଇଡାଲ ଲେହେଙ୍ଗାରେ ନଜର ଆସିଥିଲେ। ଅବଶ୍ୟ ସେ ମଧ୍ୟ ବେଶ୍ ସୁନ୍ଦର ଲାଗୁଥିଲେ। କିନ୍ତୁ ନିଜ ଜୀବନର ଏହି ଖୁସିର ମୂହୂର୍ତ ମଧ୍ୟରେ ନିଜର ବ୍ରାଇଡାଲ ଆଉଟଫିଟକୁ ନେଇ ଟ୍ରୋଲର ଶିକାର ହୋଇଛନ୍ତି ନେହା କକ୍କଡ଼ ।

ସେ କୁଆଡେ ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ବ୍ରାଇଡାଲ ଲୁକକୁ କପି କରିଛନ୍ତି ବୋଲି ୟୁଜରମାନେ ତାଙ୍କୁ ଟ୍ରୋଲ କରିଛନ୍ତି। ତାଙ୍କ ବ୍ରାଇଡାଲ ଆଉଟଫିଟକୁ ‘ରିମେକ’ ଓ ‘କପି’ କୁହାଯାଇ ଟ୍ରୋଲ କରାଯାଉଛି।

Image:DNA India

ଟ୍ରୋଲିଂ ପରେ ନେହା ଏବେ ମୁହଁ ଖୋଲିଛନ୍ତି। ଏହା ସହ ୟୁଜରଙ୍କୁ ଏହାର କଡ଼ା ଜବାବ ରଖିଛନ୍ତି। ଗୁରୁଦ୍ବାରାରେ ବାହାଘର ସମୟରେ ସେ ଯେଉଁ ଆଉଟଫିଟ ପିନ୍ଧିଥିଲେ ତାହା ତାଙ୍କୁ ଲୋକପ୍ରିୟ ଫ୍ୟାଶନ ଡିଜାଇନର ସବ୍ୟସାଚୀ ଉପହାର ଦେଇଥିବା କହିଛନ୍ତି ନେହା।

ସେ ସୋସିଆଲ ମିଡ଼ିଆରେ ନିଜର ବ୍ରାଇଡାଲ ଲୁକର ଏକ ଫଟୋ ସେୟାର କରି ଲେଖିଛନ୍ତି ଲୋକମାନେ ତାଙ୍କ ଜୀବନରେ ସବ୍ୟସାଚୀଙ୍କ ଡିଜାଇନ ଡ୍ରେସ ପିନ୍ଧିବାକୁ ବ୍ୟଗ୍ର ଥାନ୍ତି। ଏ ଆଉଟଫିଟ୍ ତାଙ୍କୁ ସବ୍ୟସାଚୀ ଗିଫ୍ଟ କରିଛନ୍ତି। ସ୍ବପ୍ନ ସତ ହୋଇଥାଏ ମାତ୍ର କଠିନ ପରିଶ୍ରମ କଲେ ଏହା ଆହୁରି ଅଧିକ ସୁନ୍ଦର ହୋଇଥାଏ। ତାଙ୍କର ଏବେ ଏ ପୋଷ୍ଟରୁ ସ୍ପଷ୍ଟ ବାରି ହୋଇଯାଇଛି ଯେ ସେ ତାଙ୍କ ବାହାଘର ଆଉଟଫିଟ୍ ନିଜେ ବାଛି ନ ଥିଲେ।


Share It

Comments are closed.