ଆଖୁ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ଦିଗରେ ବଡ ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲରେ ଇଥାନଲ ମିଶ୍ରଣ ପାଇଁ ବିଭିନ୍ନ ଗ୍ରେଡରୁ ଉତ୍ପନ୍ନ ଇଥାନଲର କ୍ରୟ ମୂଲ୍ୟ ବୃଦ୍ଧି କରିବା ନିଷ୍ପତିକୁ ସ୍ୱାଗତ କରିବା ସହ ଏହି ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଖୁ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ଦିଗରେ ଏହା ବଡ ପଦକ୍ଷେପ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି କ୍ୟାବିନେଟର ଆର୍ôଥକ ମାମଲାର କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ ଆଖୁ ରସରୁ ଉତ୍ପାଦନ ହେଉଥିବା ଇଥାନଲର ମୂଲ୍ୟ ଯଥାକ୍ରମେ ଲିଟର ପ୍ରତି ୬୨.୬୫ ଟଙ୍କା ବୃଦ୍ଧି କରାଯାଇଛି । ସେହିପରି ବି-ହେଭି ମୋଲାସେସ ଇଥାନଲର ବୃଦ୍ଧି ଲିଟର ପ୍ରତି ୫୭.୬୧ଟଙ୍କା ଏବଂ ସି-ହେଭି ମୋଲାସେସ ଇଥାନଲ ଲିଟର ପ୍ରତି ୪୫.୬୯ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଆଖୁଚାଷୀମାନେ ଉପକୃତ ହେବେ ।
ଏହି ନିଷ୍ପତି ଫଳରେ ଆଖୁ ମିଲର ନଗଦ ପାଣ୍ଠିକୁ ବୃଦ୍ଧି କରାଯିବ । ଏହାସହ ଜାତୀୟ ଜୈବ ଇନ୍ଧନ ନୀତି ଅନୁଯାୟୀ ଲକ୍ଷ୍ୟ ହାସଲରେ ଇଥାନଲର ଉପଲବ୍ଧିକୁ ବୃଦ୍ଧି କରାଯିବ । ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବାର ଅନେକ ଲାଭ ରହିଛି । ଏହା ଦ୍ୱାରା ପେଟ୍ରୋଲିୟମ ଉତ୍ପାଦ ଆମଦାନୀ ଉପରେ ନିର୍ଭରତା କମିବା ସହ ପ୍ରଦୂଷଣ କମିବ ଓ ଚାଷୀ ମାନଙ୍କୁ ଲାଭ ହେବ ।


Share It

Comments are closed.