ରାହୁଲଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି


କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ୪୮ ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ସାରା ଦେଶରେ କଂଗ୍ରେସ କର୍ମୀ ରାହୁଲଙ୍କ ଜନ୍ମ ଦିନକୁ ପୁରା ଧୁମ ଧାମରେ ପାଳିବାକୁ ଲାଗିପଡିଛନ୍ତି । ସାରା ଦେଶ ରାହୁଲଙ୍କ ଜନ୍ମ ଦିନକୁ ଆଡମ୍ବରରେ ପାଳିବା ପାଇଁ ତତ୍ପର ରହିଥିବା ବେଳେ ଦିଲ୍ଲୀସ୍ଥିତ ରାଇସିନିଆ ରୋଡ ଠାରେ ଥିବା ଯୁବ କଂଗ୍ରେସର କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ଆୟୋଜନ ପ୍ରସ୍ତୁତ କରାଯାଇଛି । କଂଗ୍ରେସ ଅଧକ୍ଷ ହେବା ପରେ ଏହା ହେଉଛି ରାହୁଲଙ୍କ ପ୍ରଥମ ଜନ୍ମଦିନ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧିଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି ଯେ, “କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଜନ୍ମ ଦିନର ଅନେକ ଅନେକ ଅଭିନନ୍ଦନ, ମୁଁ ତାଙ୍କର ଦୀର୍ଘ ଜୀବନି କାମନା କରୁଛି । ”

ରାହୁଲ ଗାନ୍ଧୀ ୧୯ ଜୁନ ୧୯୭୦ରେ ଜନ୍ମ ଗ୍ରହଣ କରିଥିବା ବେଳେ ବାପା ରାଜିବ ଗାନ୍ଧୀଙ୍କ ଦେହାନ୍ତ ପରେ ସେ ୨୦୦୪ରେ ରାଜନିତୀରେ ସକ୍ରିୟା ହୋଇଥିଲେ । ମା ସୋନିଆ ଗାନ୍ଧୀଙ୍କ ପରେ ରାହୁଲ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି । ରାହୁଲ ବର୍ତ୍ତମାନ ଆଗାମୀ ଦିନରେ ହେବାକୁ ଥିବା ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନରେ ଦଳକୁ କିପରି ବିଜୟୀ କରିବେ, ସେହି ପ୍ରସ୍ତୁତିରେ ଲାଗିପଡିଛନ୍ତି । ଆଗାମୀ ନିର୍ବାଚନରେ ଭାରତର ଶାସନ ଗାଦିରେ ବସିଥିବା ବିଜେପିକୁ କିପରି ବାଜିମାତ କରିବେ ସେଥିପାଇଁ ସେ ମହାଗଠବନ୍ଧନ ପ୍ରସ୍ତୁକ କରିବାର ଯୋଜନାରେ ଅଛନ୍ତି ।

ରାହୁଲଙ୍କ ଜନ୍ମ ଦିନ ଅବସରରେ କଂଗ୍ରେସ ଖୋଲିବ ବିଜେପିର ଭଣ୍ଡ ମୁଖା

କେନ୍ଦ୍ର ଏବଂ ହରିୟାଣାରେ ଶାସନଗାଦିରେ ବସିଥିବା ବିଜେପିର ଭଣ୍ଡମୁଖା ଖୋଲି ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ଯେଉଁଥିରେ କଂଗ୍ରେସ କର୍ମୀ ସମସ୍ତଙ୍କ ଘର ଘର ବୁଲିକି ବିଜେପିର ଭଣ୍ଡ ମୁଖା ଖୋଲିବାର ଅଭିଯାନ ପ୍ରସ୍ତୁତ କରିଛି । ରାହୁଲ ଗାନ୍ଧୀଙ୍କ ଏହି ଜନ୍ମ ଦିନ ଅବସରରେ ହରିୟାଣାରୁ ହିଁ ଅଭିଯାନ ଆରମ୍ଭ କରାଯିବ । ଏହି ଅଭିଯାନର ନାମ “କଂଗ୍ରେସ ଘର-ଘର” ଦିଆଯାଇଛି । ହରିୟାଣର କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଡଃ. ଅଶୋକ ତମ୍ବର ସାମ୍ବାଦିକମାନଙ୍କୁ ସୂଚନା ଦେଇ ଏହା କହିଛନ୍ତି ।
ସେ କହିଛନ୍ତି ଯେ, କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟର ବିଜେପି ସରକାର ଲୋକଙ୍କୁ ବହୁତ କଷ୍ଟ ଦେଉଛନ୍ତି । କଂଗ୍ରେସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି “ଘର-ଘର ” ଅଭିଯାନ ଦ୍ୱାରା ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଶାସନ ସମୟରେ ଜାତିବାଦ, ସାମ୍ପ୍ରଦାୟିକତା, ବେରୋଜଗାରୀ, ମହଙ୍ଗା ଏବଂ ଭ୍ରଷ୍ଟାଚାର କିପରି ବୃଦ୍ଧି ପାଇଛି ତାହାକୁ ଆମେ ସମସ୍ତଙ୍କ ସାମନ୍ନାରେ ପ୍ରଘଟ କରାଇବୁ ।


Share It

Comments are closed.