ନାଗପୁର ପୋଲିସର ଅଭିନବ ପ୍ରୟାସ , ‘କୁଛ କୁଛ ହୋତା ହୈ’ ଫିଲ୍ମର ମିମ୍ ସହିତ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ କଲେ ଅନୁରୋଧ


କୋଭିଡ-୧୯ ସଂକଟ ସମୟରେ ଘରୁ ବାହାରିବା ସମୟରେ ମାସ୍କ ବ୍ୟବହାରର ଗୁରୁତ୍ୱ ବିଷୟରେ ଲୋକମାନଙ୍କୁ ସଚେତନ କରିବା ପାଇଁ ମହାରାଷ୍ଟ୍ରରରେ ନାଗପୁର ପୋଲିସ ୧୯୯୮ରେ ଆସିଥିବା ଶାହାରୁଖ ଖାନ୍‌ଙ୍କ ଅଭିନୀତ ଚଳଚିତ୍ର ‘କୁଛ୍ କୁଛ୍ ହୋତା ହୈ’ର ଏକ ଫଟୋର ବ୍ୟବହାର କରି ମିମ୍ ପୋଷ୍ଟ କରି ବେଶ୍ ରୋଚକ ଉପାୟ ଆପଣାଇଛନ୍ତି ।
ଟ୍ୱିଟରରେ ବୁଧବାର ଦିନ ପୋଷ୍ଟ କରାଯାଇଥିବା ଏହି ମିମ୍‌ରେ ଫିଲ୍ମର ଏକ ଦୃଶ୍ୟକୁ ବ୍ୟବହାର କରାଯାଇଛି, ଯେଉଁଥିରେ ଶାହାରୁଖ ଖାନ୍ କାଜୋଲଙ୍କୁ ଆଲିଙ୍ଗନ କରିଛନ୍ତି ଏବଂ ଏହା ସହିତ ରାଣୀ ମୁଖର୍ଜୀଙ୍କର ହାତ ଧରିଛନ୍ତି । ପୋଲିସ ଏହି ମିମ୍‌ରେ ଖାନଙ୍କୁ ‘ୟୁ’(ତୁମେ), କାଜୋଲଙ୍କୁ ‘ଗୋଇଙ୍ଗ୍ ଆଉଟ୍‌’ (ବାହାରକୁ ଯିବା) ଏବଂ ରାଣୀ ମୁଖର୍ଜୀଙ୍କୁ ‘ମାସ୍କ’ର ନାମ ଦେଇ ଏହି ସନ୍ଦେଶ ଦେଇଛନ୍ତି ଯେ ବାହାରକୁ ଯିବା ସମୟରେ ମାସ୍କ ଲଗାଇବାକୁ ଭୁଲନ୍ତୁ ନାହିଁ ।


ନାଗପୁର ପୋଲିସ ମାଇାକ୍ରୋ ବ୍ଲଗିଙ୍ଗ ସାଇଟ୍‌ରେ ମିମ୍‌ଗୁଡ଼ିକର କ୍ୟାପ୍ସନ ଲେଖିଛନ୍ତି, ‘ଏହି ବନ୍ଧନକୁ ଭାଙ୍ଗିବାକୁ ଦିଅନି କାରଣ ବହୁତ କିଛି ହୋଇଥାଏ ।’ନାଗପୁର ପୋଲିସ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଗତ ମାସରେ ଘରୁ ବାହାରିବା ସମୟରେ ଲୋକଙ୍କ ପାଇଁ ମାସ୍କ ପିନ୍ଧିବାକୁ ଅନିବାର୍ଯ୍ୟ କରିଥିଲା । ସେମାନେ ଏହି ଆଦେଶର ପାଳନ ପାଇଁ ପ୍ରୟାସ କରୁଛନ୍ତି ଏବଂ ଏହି ଲୋକାମନଙ୍କୁ ଘରକୁ ଫେରାଇଦେଉଛନ୍ତି ଯେଉଁମାନେ ବିନା ମାସ୍କରେ ବାହାରକୁ ଆସୁଛନ୍ତି ।


Share It

Comments are closed.