ଫଳ ସହିତ ଏହି ଖାଦ୍ୟଗୁଡ଼ିକର ସେବନ ହୋଇପାରେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଜାଣନ୍ତୁ ଖାଇବାର ସଠିକ ଉପାୟ


ପୁଷ୍ଟିକର ତତ୍ୱରେ ଭରପୂର ଫଳର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ଲାଭ ମିଳିଥାଏ । ସକାଳ ସମୟରେ ବାହାରକୁ ଯିବା ପାଇଁ ବ୍ୟସ୍ତତା ରହିଥାଏ । ତେଣୁ ଭଲରେ ଜଳଖିଆ କରିବାକୁ ସମୟ ମିଳିପାରିନଥାଏ । ଏମିତିରେ ଫଳ ଖାଇବା ସବୁଠାରୁ ବଢ଼ିଆ ବିକଳ୍ପ ହୋଇଥାଏ । ପ୍ରତ୍ୟେକ ଫଳର ନିଜର କିଛି କିଛି ବିଶେଷ ଗୁଣ ଓ ଫାଇଦା ରହିଥାଏ । କିନ୍ତୁ ଫଳ ଖାଇବାର ମଧ୍ୟ ଏକ ଉପାୟ ରହିଥାଏ । ଅସଲରେ ଆମେ ଫଳ ଭାବି କିଛି ମଧ୍ୟ ଖାଇନେଇଥାଉ ଏବଂ ଆମେ ଭାବିଥାଉ ଯେ ଫଳ ଖାଇବା ଦ୍ୱାରା କୌଣସି କ୍ଷତି ହୋଇନଥାଏ । ଅନେକ ଥର ଫଳର ଭୁଲ ଢ଼ଙ୍ଗରେ ଖାଇବା, ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେବେ ଆସନ୍ତୁ ବିନା ବିଳମ୍ବରେ ଜାଣିବା ଫଳ ଖାଇବାର ସଠିକ ଉପାୟ..ା
ସାଧାରଣରେ ଲୋକମାନେ ଫଳ ଖାଇବାର କୌଣସି ବିଶେଷ ଉପାୟ ଅନୁସରଣ କରନ୍ତି ନାହିଁ । ଫଳ ଖାଇବାର ସବୁଠାରୁ ସଠିକ ସମୟ ସକାଳ ହୋଇଥାଏ । ଅନ୍ୟପଟେ ଖଟା ଫଳକୁ ଛାଡ଼ିଦେଲେ କୌଣସି ଫଳକୁ ଖାଲି ପେଟରେ ଖିଆଯାଇପାରିବ । ସକାଳ ସମୟରେ ଲୋକମାନଙ୍କୁ ଷେଓ ଖାଇବାର ପରାମର୍ଶ ମଧ୍ୟ ଦିଆଯାଇଥାଏ । କାରଣ ଏଥିରେ ପେକ୍ଟିନ ରହିଥାଏ ଯାହାକି ଆପଣଙ୍କ ଇନଟେଷ୍ଟାଇନ୍ (ଖାଦ୍ୟନଳୀର ନିମ୍ନଭାଗ) ପାଇଁ ଲାଭଦାୟକ ହୋଇଥାଏ ।

ଏମିତି କୁହାଯାଇଥାଏ ଯେ ପାଚିଲା ଫଳଗୁଡ଼ିକୁ କେବେ ମଧ୍ୟ କଂଚା ଫଳ ସହିତ ଖାଇବା ଉଚିତ ନୁହେଁ । ଏହା ସହିତ ପନିପରିବା ସହିତ ଫଳର ସେବନ କ୍ଷତିକାରକ ହୋଇଥାଏ । ଖାଦ୍ୟ ଖାଇବା ପରେ ଫଳର ସେବନ ଆପଣଙ୍କୁ ସମସ୍ୟାରେ ପକାଇପାରେ, କାରଣ ଏହା ଆପଣଙ୍କ ପାଚନ କ୍ରିୟାକୁ ପ୍ରଭାବିତ କରିପାରେ । ସବୁଠାରୁ ବଢ଼ିଆ ଉପାୟ ହେଉଛି ଏହା ଯେ ଯେଉଁ ଫଳକୁ ଆପଣଙ୍କୁ ଖାଇବାର ଅଛି ତାହାକୁ ଖାଦ୍ୟ ଖାଇବା ପୂର୍ବରୁ ହିଁ ଖାଇ ନିଅନ୍ତୁ ।
କ୍ଷୀର ସହିତ ଖଟା ଫଳର ସେବନ କରିବା ଠିକ ନୁହେଁ । କାରଣ ଏସିଡ ଯୁକ୍ତ ଫଳଗୁଡ଼ିକୁ କ୍ଷୀର ସହିତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ ।


Share It

Comments are closed.