ପାକିସ୍ତାନର ଏହି ପ୍ରଶଂସକଙ୍କୁ ଜର୍ସି ଗିଫ୍ଟ କରି ଉଦାହରଣ ପାଲଟିଲେ ଧୋନି

Share It

[vc_row][vc_column][vc_column_text]ପାକିସ୍ତାନର ନାଗରିକ ମହମ୍ମଦ ବାସିର, ଅର୍ଥାତ ସାରା ଦୁନିଆରେ ବାସିର ଚାଚା ଓ ଚାଚା ସିକାଗୋ ନାମରେ ପ୍ରସିଦ୍ଧ ଥିବା ଏହି ବ୍ୟକ୍ତି ଜଣକ ଧୋନିଙ୍କ ବିଷୟରେ ଏକ ବଡ କଥା ସାମନାକୁ ଆଣିଛନ୍ତି । ପାକିସ୍ତାନ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକା ସାକ୍ଷାତକାରରେ ବାସିର କହିଛନ୍ତି ଯେ, “ଏସିଆ କପ ଫାଇନଲର ଗୋଟେ ଦିନ ପୂର୍ବରୁ ଭାରତର ପୂର୍ବତ୍ତନ ଅଧିନାୟକ ଏମଏସ ଧୋନି ସେ ରହୁଥିବା ହୋଟେଲର ରୁମକୁ ଆସିଥିଲେ ଏବଂ ତାଙ୍କୁ ଟିମ ଇଣ୍ଡିଆର ନୂତନ ଜର୍ସିକୁ ମଧ୍ୟ ଗିଫ୍ଟ କରିଥିଲେ” ।
ବାସିର କହିଥିଲେ ଯେ, “ହୋଟେଲ ‘ହାୟାତ’ରେ ପ୍ରାୟ ରାତି ୧୨ରେ ମୁଁ ରହୁଥିବା ରୁମର କଲିଙ୍ଗବେଲ ବାଜିଲା । ମୁଁ ଯେତେବେଳେ କବାଟ ଖୋଲିଲେ ତ ସାଙ୍ଗେ ସାଙ୍ଗେ ଆଶ୍ଚର୍ଯ୍ୟ ହୋଇଗଲି କାରଣ ସାମନାରେ ଆଉ କେହି ନଥିଲେ ସ୍ୱୟଂ ମହେନ୍ଦ୍ର ସିଂହ ଧୋନି ଥିଲେ । ସେ ମୋତେ ଟିମ ଇଣ୍ଡିଆର ଗୋଟେ ନୂଆ ଜର୍ସି ମଧ୍ୟ ପ୍ରଦାନ କଲେ ଏବଂ କହିଲେ ଆପଣ ଏସିଆ କପ ଫାଇନାଲରେ ଏହି ଜର୍ସି ପିନ୍ଧିବେ ।”[/vc_column_text][vc_single_image image=”5162″ img_size=”full” alignment=”center”][vc_column_text]ଧୋନିଙ୍କ ଏହି ଗିପ୍ଟ ପାଇ “ଚାଚା ସିକାଗୋ” ବହୁତ ଖୁସି ହୋଇ ଯାଇଥିଲେ ଏବଂ ବାଙ୍ଗଲାଦେଶ ବିପକ୍ଷରେ ଥିବା ଏସିଆ କପରେ ଫାଇନାଲରେ ତାଙ୍କୁ ଇଣ୍ଡିଆ ଟିମର ଜର୍ସିରେ ଦେଖିବାକୁ ମିଳିଥିଲା । ଫାଇନାଲରେ ଟିମ ଇଣ୍ଡିଆ ଶେଷ ବଲରେ ବିଜୟୀ ହୋଇଥିଲେ ।[/vc_column_text][vc_single_image image=”5163″ img_size=”full” alignment=”center”][vc_column_text]ପ୍ରକାଶ ଥାଉକି, ଚାଚା ସିକାଗୋ ଟିମ ଇଣ୍ଡିଆ ଏବଂ ମହେନ୍ଦ୍ର ସିଂହ ଧୋନି ବହୁତ ବଡ ପ୍ରଶଂସକ ଅଟନ୍ତି । ୨୦୧୧ ୱାର୍ଲ କପ ସମୟରେ ମୋହାଲିରେ ହେବାକୁ ଥିବା ମ୍ୟାଚ ପାଇଁ ତାଙ୍କୁ ଟିକେଟ ମିଳି ନଥିଲା ଯାହା ଫଳରେ ଧୋନି ତାଙ୍କୁ ସେମି ପାଇନାଲରେ ଟିକେଟ ପ୍ରଦାନ କରିଥିଲେ । ଚଳିତ ଏସିଆ କପରେ ଚାଚା ସିକାଗୋ ସଚିନଙ୍କ ବଡ ଫ୍ୟାନ ସୁଧୀର ଗୌତମଙ୍କୁ ବହୁତ ସାହାଯ୍ୟ କରିଛନ୍ତି । ଏସିଆ କପରେ ଚାଚା ସିକାଗୋ ସୁଧୀର ଗୌତମଙ୍କ ପାଇଁ କେବଳ ଟିକେଟ କିଣି ନାହାନ୍ତି ବରଂ ତାଙ୍କର ଯିବାଆସିବାର ଖର୍ଚ୍ଚ ମଧ୍ୟ ବହନ କରିଛନ୍ତି ।[/vc_column_text][/vc_column][/vc_row]


Share It

Comments are closed.