ଖରିଫ ଧାନସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶ


ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ପ୍ୟାକ୍ସ / ଲ୍ୟାମ୍ପସ, ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତ ଦ୍ୱାରା ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ ଧାନସଂଗ୍ରହ କାର୍ଯ୍ୟ କରାଯାଉଥିବାବେଳେ ଆଜି ସୁଦ୍ଧା ମୋଟ ୨୬ ଲକ୍ଷ ୪୮ ହଜାର ୪୭୪ ମେଟ୍ରିନ ଟନ ଧାନସଂଗ୍ରହ କରାଯାଇଛି । ଏହା ଗତବର୍ଷ ଆଜି ଦିନ ସୁଦ୍ଧା ଖରିଫ ଧାନସଂଗ୍ରହଠାରୁ ୨୪ ପ୍ରତିଶତ ଅଧିକ । ଗତବର୍ଷ ଆଜିର ତାରିଖ ସୁଦ୍ଧା ମୋଟ ୨୧ ଲକ୍ଷ ୩୦ ହଜାର ୧୯୯ ମେଟ୍ରିନ ଟନ ଧାନସଂଗ୍ରହ ହୋଇଥିଲା । ଧାନ ସଂଗ୍ରହ କାର୍ଯ୍ୟରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ଓ ବ୍ୟବସ୍ଥିତ ଭାବେ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦାୟିତ୍ୱରେ ଥିବା ଅଧିକାରୀମାନେ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାଗୁଡିକର ତୁରନ୍ତ ସମାଧାନ କରି ଧାନସଂଗ୍ରହକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ର୍‌ୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବିଭାଗ ଦ୍ୱାରା ନାମ ପଞ୍ଜୀତ୍କତ କରିଥିବା ଚାଷୀଙ୍କଠାରୁ ପି-ପାସ ଜରିଆରେ ଏବଂ ଆଗୁଆ ଟୋକେନ ପ୍ରଦାନ ମାଧ୍ୟମରେ ଖରିଫ ଧାନସଂଗ୍ରହ କରାଯାଉଛି । ଏଥି ସହିତ ମଣ୍ଡିରେ ସାମାଜିକ ଦୂରତ୍ୱ ଓ ସମସ୍ତ କୋଭିଡ-୧୯ ମାର୍ଗଦର୍ଶିକା ଅନୁପାଳନ କରି ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଅଦ୍ୟାବିଧି ଅଧିକ ଧାନସଂଗ୍ରହ ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରୁ ବରଗଡରେ ୬, ୩୧, ୧୧୯ ମେଟ୍ରିକ ଟନ, ବଲାଙ୍ଗୀର ୨, ୧୪, ୩୪୦ ମେଟ୍ରିକ ଟନ, କଳାହାଣ୍ଡିରେ ୩, ୨୪, ୧୧୯ ଟନ, କୋରାପୁଟରେ ୧, ୯୧, ୦୩୦ ମେଟ୍ରିକ ଟନ, ନୂଆ ପଡାରେ ୧, ୦୪, ୪୬୫ ମେଟ୍ରିକ ଟନ, ସମ୍ବଲପୁରରେ ୩,୨୨,୭୨୪ ଟନ, ସୁବର୍ଣ୍ଣପୁର ୨,୨୩, ୬୧୫ ଟନ ଓ ନବରଙ୍ଗପୁର ଜିଲ୍ଲାରେ ୯୭, ୩୩୧ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଚଳିତ ଖରିଫ ଧାନ ବିକ୍ରି ନିମନ୍ତେ ରାଜ୍ୟରେ ମୋଟ ୧୪ ଲକ୍ଷ ୯୯ ହଜାର ୬୬୧ ଜଣ ଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିଥିବାବେଳେ ଅଦ୍ୟାବିଧି ୧୪ ଲକ୍ଷ ୩୯ ହଜାର ୭୬୬ ଜଣଙ୍କ ନାମ ଯାଞ୍ଚ କରାଯାଇଛି । ଆଜି ସୁଦ୍ଧା ୪ ଲକ୍ଷ ୨୩ ହଜାର ୬୫୮ ଜଣ ଚାଷୀ ସେମାନଙ୍କର ଧାନ ବିକ୍ରି କରିଛନ୍ତି ।


Share It

Comments are closed.