ସଂନ୍ଧ୍ୟା ସମୟରେ ଭୁଲରେ ଦାନ କରନ୍ତୁ ନାହିଁ ଏହି ଜିନିଷ, ନଚେତ ହୋଇଯିବ ଅନର୍ଥ


କଥାରେ ଅଛି ଦାନ କଲେ ପୁନ୍ୟ ଅର୍ଜନ ହୋଇଥାଏ । କୌଣସି ଗରିବ ଲୋକଙ୍କୁ ଦାନ କରିବା ଏକ ମହତ୍ବପୂର୍ଣ୍ଣ କାମ ବୋଲି ବିବେଚନା କରାଯାଏ । ଶାସ୍ତ୍ରରେ ଦାନର ମହତ୍ବ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ କଥା କୁହାଯାଇଛି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ସନ୍ଧ୍ୟା ସମୟରେ ଦାନ କରିବାକୁ କାହିଁକି ବାରଣ କରାଯାଏ ? ସନ୍ଧ୍ୟା ସମୟରେ ଦାନ ଦେବା ଅତ୍ୟନ୍ତ ଅଶୁଭ ବୋଲି ଧରାଯାଏ । ଏହାଦ୍ବାରା ଆପଣଙ୍କ ଜୀବନରେ ଅନେକ ସମସ୍ୟା ଦେଖା ଦେଇପାରେ । ତେବେ ଆସନ୍ତୁ ଜାଣିବା ସନ୍ଧ୍ୟା ସମୟରେ କେଉଁ ଜିନିଷ ଦାନ କରିବା ଉଚିତ୍ ନୁହେଁ…

-ସନ୍ଧ୍ୟା ସମୟରେ କ୍ଷୀର ଦାନ କରିବା ଉଚିତ୍ ନୁହେଁ । କ୍ଷୀରକୁ ମା’ ଲକ୍ଷ୍ମୀ ଏବଂ ଚନ୍ଦ୍ରଙ୍କର ପ୍ରତୀକ ବୋଲି କୁହାଯାଇଥାଏ । ତେଣୁ ସନ୍ଧ୍ୟା ସମୟରେ କ୍ଷୀର ଦାନ କରିବା ଦ୍ବାରା ଘରେ ଅର୍ଥାଭାବ ଦେଖାଦିଏ ।

-ସୂର୍ଯ୍ୟାସ୍ତ ସମୟରେ କାହାକୁ ଦହି ଦେବା ଉଚିତ୍ ନୁହେଁ । ଏହାଦ୍ବାରା ଆପଣଙ୍କ ସୁଖ-ଶାନ୍ତି ଓ ବୈଭବ ହାନି ଘଟିଥାଏ ।

-ସନ୍ଧ୍ୟା ସମୟରେ କାହାକୁ ବି ପିଆଜ ଆଉ ରସୁଣ ଦେବା ଉଚିତ୍ ନୁହେଁ । ରସୁଣ ଆଉ ପିଆଜର ସମ୍ପର୍କ କେତୁ ଗ୍ରହ ସହ ରହିଥାଏ । ସନ୍ଧ୍ୟା ସମୟରେ ଏହାକୁ ଦେବା ଦ୍ବାରା ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

-ସନ୍ଧ୍ୟା ସମୟରେ ଲକ୍ଷ୍ମୀ ଘରେ ପ୍ରବେଶ କରିଥାନ୍ତି । ତେଣୁ ସନ୍ଧ୍ୟା ସମୟରେ ଆପଣ କାହାକୁ ବି ଅର୍ଥଦାନ କରିବା ଦ୍ବାରା ଲକ୍ଷ୍ମୀଙ୍କୁ ଗୃହରୁ ବିଦା କରିବେ କୁହାଯାଏ ।


Share It

Comments are closed.