ସୋନୁ ସୁଦଙ୍କ ବିରୋଧରେ ଅଭିଯୋଗ ଆଣିଲା ବିଏମସି: ପ୍ରତିରକ୍ଷା ପାଇଁ ହାଇକୋର୍ଟ ଯିବେ ଅଭିନେତା, ଜାଣନ୍ତୁ ପୁରା ଘଟଣା


ମୁମ୍ବାଇର ଜୁହୁ ପୋଲିସ ଷ୍ଟେସନରେ ବିଏମସି ଅଭିନେତା ସୋନୁ ସୁଦଙ୍କ ବିରୋଧରେ ଅଭିଯୋଗ ଆଣିଛି। ବିଏମସି ଅଭିଯୋଗ କରିଛି ଯେ ସୋନୁ ସୁଦ ୬ ମହଲା ବିଶିଷ୍ଟ ଆବାସିକ କୋଠାକୁ ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି। ଏହି ପ୍ରସଙ୍ଗରେ ଏକ ଅଭିଯୋଗ ଦାଖଲ କରାଯାଇଛି।

ବିଏମସି ସୋନୁଙ୍କ ବିରୋଧରେ ମାମଲା ଦାୟର କରିବାକୁ ପୋଲିସକୁ ଅନୁରୋଧ କରିଛି। ବିଏମସି କହିଛି ଯେ MRTP (Maharashtra Region and Town Planning) ଅଧିନିୟମ ଅନୁଯାୟୀ ସୋନୁ ସୁଦଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିବା ଉଚିତ।

ଏହାପୂର୍ବରୁ ବିଏମସି ସୋନୁ ସୁଦଙ୍କୁ ବେଆଇନ ନିର୍ମାଣ ସମ୍ପର୍କରେ ନୋଟିସ ଜାରି କରିଥିଲା। ଅଧିକାରୀଙ୍କ କହିବାନୁସାରେ, ସୋନୁ ସୁଦ ମଧ୍ୟ ଏହି ନୋଟିସ ବିରୋଧରେ ସିଭିଲ କୋର୍ଟରେ ପହଂଚିଥିଲେ କିନ୍ତୁ ସେଠାରୁ ତାଙ୍କୁ କୌଣସି ଆଶ୍ବସ୍ତି ମିଳିନଥିଲା ।

ତେବେ ସୋନୁ ସୁଦ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଏହା ଉପରେ ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ ସହ କଥାବାର୍ତ୍ତା କରି ଅଭିନେତା କହିଛନ୍ତି ଯେ କୌଣସି ପରିବର୍ତ୍ତନ ପାଇଁ ବିଏମସିରୁ ଅନୁମୋଦନ ନିଆଯାଇଛି। ଏହି ଅନୁମୋଦନ ମହାରାଷ୍ଟ୍ର କୋଷ୍ଟାଲ୍ ଜୋନ୍ ପରିଚାଳନା ପ୍ରାଧିକରଣରୁ ହେବାର ଥିଲା | କୋଭିଡ -୧୯ ହେତୁ ଏହି ଅନୁମୋଦନ ମିଳିଲା ନାହିଁ | ଆମ ପକ୍ଷରୁ କୌଣସି ଅନିୟମିତତା ହୋଇନାହିଁ। ମୁଁ ସବୁବେଳେ ନିୟମ ପାଳନ କରିଆସୁଛି। କୋଭିଡ -୧୯ ସମୟରେ ହୋଟେଲଟି କରୋନା ୱାରିୟର୍ସଙ୍କ ଘର ହୋଇଗଲା | ଯଦି ଅନୁମତି ଦିଆଯାଇନଥାଏ, ମୁଁ ଏହାକୁ ପୁନର୍ବାର ଏକ ବାସସ୍ଥାନ ଭାବରେ କରିବି | ମୁଁ ବମ୍ବେ ହାଇକୋର୍ଟରେ ବିଏମସି ବିରୋଧରେ ଆବେଦନ କରିବି। ”

ଖବର ଅନୁଯାୟୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ପରେ ଏହି ମାମଲାରେ ସୋନୁ ସୁଦଙ୍କ ବିରୋଧରେ ଏକ ଏଫଆଇଆର ମଧ୍ୟ ଦାଖଲ କରାଯାଇପାରେ।


Share It

Comments are closed.