ପୁଣିଥରେ ମିଳିଲା ଜଳପରୀର ଦେହାବଶେଷ, ଭାରତରେ ପୂର୍ବରୁ ଦୁଇ ଥର ମିଳି ସାରିଛି


ଇଂଲଣ୍ଡସ୍ଥିତ ନର୍ଥପ୍ଲୋକ ସମୁଦ୍ରତଟରେ ଏକ ଜଳ ପରୀର ଦେହାବଶେଷ ମିଳିଥିବାର ଦାବି ପଲ୍ସ ଜୋନ୍ସ ନାମକ ଜଣେ ବ୍ୟକ୍ତି କରୁଥିବାବେଳେ ଏହାକୁ ନେଇ ପୁଣି ଥରେ ଜୋରସେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି କ’ଣ ସମତେ ଜଳପରୀ ଭଳି କୌଣସି ଜିନିଷ ଅଛି କିମ୍ବା ନାହିଁ ? କ’ଣ ଏହି ଛବିଟି ସତ ଅଟେ ନା ଏହା ଫଟୋସପ କରାମତି ଅଟେ ? କ’ଣ ଆମେ ଏବେବି ପ୍ରକୃତି ବିଷୟରେ ଅଜ୍ଞ ?
ମିଳିଥିବା ସୂଚନା ମୁତାବକ, ପଲ୍ସ ଦାବୀ କରିଛନ୍ତି ଯେ ସେ ନର୍ଥପ୍ଲୋକ ସମୁଦ୍ରତଟରେ ଜଳପରୀ ଭଳି ଦେଖାଯାଉଥିବା ଜୀବର ଦେହାବଶେଷ ଦେଖିଛନ୍ତି । ବର୍ତ୍ତମାନ କେତେକ ଲୋକେ ଏହା ସତ ଭାବୁଥିବାବେଳେ ଆଉ କେତେକ କହୁଛନ୍ତି ଏହା ମୃତ ସିଲ ଅଟେ । ଏହି ସବୁ ମଧ୍ୟରେ କେହି କେହି କହୁଛନ୍ତି ଏହାକୁ ସୁଟିଙ୍ଗ ପାଇଁ ପ୍ରସ୍ତୁତ କରାଯାଇଛି ।
ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ ଶୁଣିବାକୁ ଏହା ମିଳୁଛି ଯେ, ଏହି ମୃତ ଜଳପରୀର ଦେହାବଶେଷ ୨୦୧୪ ଗୁଜୁରାଟ ସମୁଦ୍ର ତଟ ନିକଟରୁ ମିଳିଥିଲା । କେହି କହୁଛନ୍ତି ଏହା ଏକ ଡେମି ଥିଲା ଯାହାକୁ ଫିଲ୍ମ ନିର୍ମାଣ ପାଇଁ ପ୍ରସ୍ତୁତ କରାଯାଇଥିଲା ।
ପ୍ରକାଶ ଥାଉକି, ପୂର୍ବରୁ ବିଶ୍ୱରେ ବିଭିନ୍ନ ଅଞ୍ଚଳରୁ ଜଳପରୀ ଦେଖାଦେଇଥିବାର ଖବର ସାମନାକୁ ଆସିସାରିଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି କୌଣସି ପ୍ରମାଣ ମିଳି ନାହିଁ ଯାହାକୁ ନେଇ ଏହା ସତ୍ୟ ବୋଲି କୁହାଯାଇ ପାରିବ ।


Share It

Comments are closed.