ଗରିବଙ୍କୁ ସହାୟତା ପାଇଁ ୧.୭୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ


ଦାଦନ ଶ୍ରମିକ ଓ ଗରିବମାନଙ୍କୁ ସହାଯ୍ୟ କରିବାକୁ ଗୁରୁବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧. ୭୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ ଅନ୍ନ ଯୋଜନାରେ ଆଗାମୀ ତିନି ମାସ ପାଇଁ ମାଗଣାରେ ପ୍ରତ୍ୟେକ ଗରିବ ମୁଣ୍ଡପିଛା ୫ କିଲୋ ଖାଦ୍ୟଶସ୍ୟ ପାଇବେ । ପ୍ରତ୍ୟେକ ପରିବାର ମାଗଣାରେ ୧ କିଲୋ ଡାଲି ପାଇବେ । ଏହା ସହ ସମ୍ପ୍ରତି “ଏନଏଫଏସଏ’ ଅଧୀନରେ ମିଳୁଥିବା ୫ କିଲୋ ଖାଦ୍ୟ ଶସ୍ୟ ମଧ୍ୟ ପୂର୍ବ ପରି ମିଳିବ ।

ଦୁଇ କିସ୍ତିରେ ଲୋକେ ଏହି ମାଗଣା ଖାଦ୍ୟଶସ୍ୟ ନେଇ ପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହା ୮୦ କୋଟି ହିତାଧିକାରୀଙ୍କୁ ମିଳିବ । ପ୍ରତିମାସରେ ୮୦ କୋଟି ଗରିବ ଲୋକ ଆଗାମୀ ତିନି ମାସ ପାଇଁ ମାଗଣାରେ ମାସକୁ ୫ କିଲୋ ଚାଉଳ ବା ଗହମ ଓ ୧ କିଲୋ ନିଜ ପସନ୍ଦର ଡାଲି ମିଳିବ । କରୋନାଭାଇରସ୍ ସଂକ୍ରମଣ ମୁକାବିଲାରେ ନିୟୋଜିତ ପ୍ରତି ଡାକ୍ତର, ପାରାମେଡିକ୍ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ୫୦ ଲକ୍ଷ ଟଙ୍କାର ବୀମା କଭରେଜ୍ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । କରୋନା ଲକଡାଉନଜନିତ ପ୍ରଭାବର ମୁକାବିଲା କରିବାକୁ ଆର୍ଥିକ ପ୍ରୋତ୍ସାହନ ଚୂଡ଼ାନ୍ତ ହୋଇଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବାର୍ଷିକ ୬ହଜାର ଟଙ୍କା ପାଉଥିବା କୃଷକମାନେ ପ୍ରଥମ କିସ୍ତିରେ ୨୦୦୦ ଟଙ୍କା ପାଇବେ। ଏପ୍ରିଲ୍ ପ୍ରଥମ ସପ୍ତାହରେ ସେମାନଙ୍କୁ ଏହା ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବାର୍ଷିକ ୬ହଜାର ଟଙ୍କା ପାଉଥିବା କୃଷକମାନେ ପ୍ରଥମ କିସ୍ତିରେ ୨୦୦୦ ଟଙ୍କା ପାଇବେ । ଏପ୍ରିଲ୍ ପ୍ରଥମ ସପ୍ତାହରେ ସେମାନଙ୍କୁ ଏହା ପ୍ରଦାନ କରାଯିବ । ଦେଶର ୩ କୋଟି ଗରିବ ବରିଷ୍ଠ ନାଗରିକ, ଗରିବ ବିଧବା ଏବଂ ଗରିବ ଦିବ୍ୟାଙ୍ଗମାନଙ୍କ ପାଇଁ ଅର୍ଥମନ୍ତ୍ରୀ ୧୦୦୦ କୋଟି ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ମନରେଗା ପାରିଶ୍ରମିକ ଦୈନିକ ଟ. ୧୮୨/- ରୁ ଦୈନିକ ଟ. ୨୦୨/-କୁ ବୃଦ୍ଧି ପାଇଛି । ଏହା ୫ କୋଟି ପରିବାରକୁ ଉପକୃତ କରିବ । ୨୦ କୋଟି ମହିଳା ଜନଧନ ଯୋଜନା ଆକାଉଣ୍ଟଧାରୀ ଆସନ୍ତା ୩ ମାସ ପାଇଁ ମାସିକ ଟ. ୫୦୦/- ପାଇବେ ।


Share It

Comments are closed.