ଓଡିଶାରେ ନିର୍ମାଣ ହେବ ଦେଶର ପ୍ରଥମ କୋଭିଡ-୧୯ ହସ୍ପିଟାଲ


କରୋନା ଭାଇରସକୁ ନେଇ ବୃଦ୍ଧି ପାଉଥିବା ବିପଦକୁ ଦେଖି ଓଡିଶା ସରକାର ଦେଶର ସର୍ବବୃହତ୍ତ କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରିବାକୁ ଯାଉଛନ୍ତି । ଏହା ୧୦୦୦ ବେଡ ବିଶିଷ୍ଟ ହେବ ଏବଂ ଆଗାମୀ ୪୦ ଦିନ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ୧୦୦୦ ବେଡ ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ-୧୯ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଓଡିଶା ସରକାର, କର୍ପୋରେଟ ଏବଂ ମେଡିକାଲ କଲେଜ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ଆଜି ଲୋକସେବା ଭବନରେ ଭବନରେ ଦୁଇଟି ଚୁକ୍ତନାମା ସ୍ବାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭିନିଲ୍ କ୍ରିଷ୍ଣା ଓ କିମ୍ସ ହସ୍ପିଟାଲ ମଧ୍ୟରେ ଗୋଟିଏ ଏମଓୟୁରେ ସ୍ବାକ୍ଷର କରିଥିବା ବେଳେ ଅନ୍ୟଟି ସ୍ବାସ୍ଥ୍ୟ ସଚିବ ଓ ମହାନଦୀ କୋଲ୍ଡଫିଲ୍ଡସର ପରିଚାଳନା ନିର୍ଦ୍ଦେଶକ ଏସ୍.ଏସ୍.ପଣ୍ଡା  ଏବଂ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଭିତରେ ସ୍ବାକ୍ଷରିତ ହୋଇଛି। ଏହି ଅବସରରେ ସୋୟା ବିଶ୍ବବିଦ୍ୟାଳୟ କୁଳପତି ଡ.ଅଶୋକ ମହାପାତ୍ର ଓ କିମ୍ସ ପକ୍ଷରୁ ଏହାର ସିଇଓ ଡ. ବିଷ୍ଣୁ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏହି  ଦୁଇ ପ୍ରକଳ୍ପକୁ ଓଡ଼ିଶା ଖଣି ନିଗମର  ଓ ମହାନଦୀ କୋଲ୍ଡଫିଲ୍ଡସ ଆର୍ଥିକ ସହାୟତା ଯୋଗାଇବ।


Share It

Comments are closed.