ଭବିଷ୍ୟତରେ ପୁରୁଷ ବି ଗର୍ଭ ଧାରଣା କରିବେ !


ଭବିଷ୍ୟତରେ ପୁରୁଷ ବି ଗର୍ଭ ଧାରଣା କରିବାର ଅନୁଭବ ପ୍ରାପ୍ତ କରିପାରିବେ ! ଏକ ଟପ ଫର୍ଟିଲିଟି ଏକ୍ସପର୍ଟ ଡକ୍ଟର ରିଚାର୍ଡ ପଲସନ ଏହି ତଥ୍ୟ ପ୍ରକାଶ କରଛନ୍ତି । ଡକ୍ଟର ପଲସନଙ୍କ ମତରେ , ଯେଉଁଭଳି ଭାବରେ ଗର୍ଭାଶୟ ପ୍ରତ୍ୟାରୋପିତ କରିବା କୌଶଳ ଏବେ ମଜବୁତ ହେବାରେ ଲାଗିଛି , ତଦ୍ୱାରା ଭବିଷ୍ୟତରେ ପୁରୁଷ ମଧ୍ୟ ଗର୍ଭଧାରଣ କରିବାର ସମ୍ଭାବନା ଉତ୍ପନ ହୋଇପାରେ । ଡେଲି ମେଲ ରିପୋର୍ଟ ମୁତାବକ , ଡକ୍ଟର ପଲସନ କହିଛନ୍ତି , ମହିଳାମାନଙ୍କ ଗର୍ଭାଶୟର ପ୍ରତିରୋପଣ କୌଶଳରେ ସଫଳତା ମିଳିବା ପରେ ପୁରୁଷମାନଙ୍କ ଠାରେ ମଧ୍ୟ ଏହି କୌଶଳ ବ୍ୟବହାର କରାଯାଇପାରିବ । ଏହା ଦ୍ୱାରା ଟ୍ରାନ୍ସ ୱିମେନ ଅର୍ଥାତ ପୁରୁଷରୁ ମହିଳା ହେଉଥିବା ଲୋକ ବି ଗର୍ଭବତୀ ହେବାର ସୁଖଦ ଅନୁଭୂତୁ ପାଇପାରିବେ । କାରଣ ଏବେ ସେମାନଙ୍କ ଶରୀରରେ ଗର୍ଭାଶୟ ପ୍ରତ୍ୟାରୋପଣ କରାଯାଇପାରିବ । ଏହା ଦ୍ୱାରା ପୁରୁଷ ବି ପିଲା ଜନ୍ମ କରିପାରିବେ । ଆମେରିକାନ ସୋସାଇଟି ଫର ରିପ୍ରଡକ୍ଟିଭ ମେଡିସିନର ପ୍ରେସିଡେଣ୍ଟପଲସନ ଟେକ୍ସାସରେ ଆୟୋଜିତ ଏକ ବାର୍ଷିକ ସମାରୋହରେ ଯୋଗ ଦେଇ ଏ ସମ୍ଭାବନା ସଂପର୍କରେ ସୂଚନା ଦେଇଛନ୍ତି


Share It

Comments are closed.