ଗଣଦୁଷ୍କର୍ମରେ ସବୁଠାରୁ ଆଗରେ ରହିଛି ମଧ୍ୟପ୍ରଦେଶ


ମଧ୍ୟପ୍ରଦେଶରେ ନାବାଳିକା ବଳକ୍ରାର ମାମଲା ଥମିବାରେ ନା ନେଉ ନାହିଁ । ନିକଟ କିଛି ଦିନରେ ମଣ୍ଡସୋରରେ ୭ ବର୍ଷିୟା ନାବାଳିକା ସହ ଘଟିଥିବା ହୃଦୟବିଦାରକ ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବାବେଳେ ପୁଣି ଏକ ୪ ବର୍ଷିୟା ନାବାଳିକା ସହ ଏକ ଦୁଷ୍କର୍ମ ମାମଲା ସାମନାକୁ ଆସିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କୁ ଏକ ପତ୍ର ମାଧ୍ୟମରେ ଏହାର ସମାଧାନ କରିବା ପାଇଁ ନିବେଦନ କରିଛନ୍ତି ।
ସେ ପତ୍ରରେ ଲେଖି କହିଛନ୍ତି ଯେ, ଏହି ଭଳି ଦୁଷ୍କର୍ମ ମାମଲା ଗୁଡିକ ସାଧାରଣ ଲୋକଙ୍କ ମନକୁ ଦୋହଲାଇ ଦେଇଛି । ଏହିଭଳି ଘଟଣାମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଉଚିତ ଏବଂ ଏହାର ଉପରେ ତୁରନ୍ତ ହସ୍ତକ୍ଷେପ ପାଇଁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଫାଷ୍ଟ ଟ୍ରାକର ସ୍ଥାପନ କରି ମାମଲା ଗୁଡିକ ଉପରେ ତୁରନ୍ତ ଶୁଣାଣୀ କରିବା ଆବଶ୍ୟକ । ଏହି ମାମଲା ଉପରେ ଉଚ୍ଚ ପ୍ରାଥମିକତା ପ୍ରଦାନ କରିବା ପାଇଁ ଶିବରାଜ ସିଜିଆଇକୁ ନିବେଦନ କରିଛନ୍ତି ।

୨୬ ନଭେମ୍ବର ୨୦୧୭ରେ ନାବାଳିକା ବଳକ୍ରାର ମାମଲା ଉପରେ ମଧ୍ୟପ୍ରଦେଶ କ୍ୟାବନେଟ ଦ୍ୱାରା ଏକ ଐତିହାସିକ ନିଷ୍ପତି ନିଆଯାଇଥିଲା । ଯେଉଁଥିରେ ୧୨ରୁ କମ୍ ବର୍ଷିୟା ନାବାଳିକ ଦୁଷ୍କର୍ମ ମାମଲାରେ ଆସାମୀକୁ ମୃତ୍ୟୁଦଣ୍ଡ ଦେବାର ନିର୍ଣ୍ଣୟ ନିଆଯାଇଥିଲା । ମଧ୍ୟପ୍ରଦେଶ ଦୁଷ୍କର୍ମ ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ ମଧ୍ୟ ଉକ୍ତ ରାଜ୍ୟ ଏହି କ୍ଷେତ୍ର ସମସ୍ତଙ୍କ ଠାରୁ ଆଗରେ ରହିଛି ।
ଯଦି ସରକାରୀ ତଥ୍ୟକୁ ମଧ୍ୟ ଆମେ ଆକଳନ କରିବା ତେବେ ଶିଶୁ ଏବଂ ନାରୀ ବଳକ୍ରାର ମାମଲାରେ ମଧ୍ୟପ୍ରଦେଶ ସବୁଠାରୁ ଆଗରେ ରହିଛି । ବିଗତ ବର୍ଷ ମଧ୍ୟପ୍ରଦେଶରେ ୨,୪୬୭ ଜଣ ନାବାଳିକାଙ୍କୁ ବଳକ୍ରାର କରିବାର ମାମଲା ସମାନକୁ ଆସିଥିଲା, ଯାହାକି ଦେଶରେ ହୋଇଥିବା ନାବାଳିକା ବଳକ୍ରାର ମାମଲାର ସମ୍ପୂର୍ଣ୍ଣ ଅଧା ଅଟେ । ଏହି ଦୁଷ୍କର୍ମ ମାମଲା ଗୁଡିକରେ ୯୦ ଆସାମୀ ପୀଡିତାର ସମ୍ପର୍କିୟ ହୋଇଥାନ୍ତି ।
ନ୍ୟାସନାଲ କ୍ରାଇମ ରିପୋର୍ଟ ବ୍ୟୁରୋ ଅନୁଯାୟୀ ମଧ୍ୟପ୍ରଦେଶ କେବଳ ବଳାତ୍କାଲ କ୍ଷେତ୍ରରେ ଆଗରେ ନାହିଁ, ବରଂ ଏଠାରେ ଅନେକ ନାବାଳକ ମଧ୍ୟ ବଳାତ୍କାର ମାମଲାରେ ସାମିଲ ଅଛନ୍ତି । ୨୦୧୬ରେ ମଧ୍ୟପ୍ରଦେଶରେ ନାବାଳକଙ୍କ ବିରୁଦ୍ଧରେ ୪୪୨ ଦୁଷ୍କର୍ମ ମାମଲା ରୁଜ୍ଜୁ କରାଯାଇଛି । ଏହା ପଛରେ ମହାରାଷ୍ଟ୍ରରେ ନାବାଳକ ବଳାତ୍କାରୀଙ୍କ ସଂଖ୍ୟା ୨୫୮ ରହିଥିବାବେଳେ ରାଜସ୍ଥାନରେ ଏମାନଙ୍କ ସଂଖ୍ୟା ୧୫୯ ରହିଛି ।


Share It

Comments are closed.