ଲୁମିନସ୍ ପାୱାର ଟେକ୍ନୋଲୋଜିସ୍ ପକ୍ଷରୁ ହ୍ୱାଟ୍‌ସଆପ୍‌ରେ କଂଟାକ୍ଟଲେସ୍ ଗ୍ରାହକ ସେବାର ଶୁଭାରମ୍ଭ


ଭୁବନେଶ୍ୱର: ପାୱାର ବ୍ୟାକ୍‌ଅପ୍‌, ଘରୋଇ ବିଦ୍ୟୁତ୍‌କରଣ ଓ ଆବାସିକ ସୋଲାର ସ୍ଥାନ କ୍ଷେତ୍ରରେ ଏକ ଶକ୍ତିଶାଳୀ ଓ ବିଶ୍ୱାସନୀୟ ବ୍ରାଣ୍ଡ ଲୁମିନସ୍ ପାୱାର ଟେକ୍ନୋଲୋଜିସ୍ ପକ୍ଷରୁ ହ୍ୱାଟ୍‌ସଆପ୍‌ରେ ଏହାର ନୂତନ କଂଟାକ୍ଟଲେସ୍ ଗ୍ରାହକ ସେବାର ଶୁଭାରମ୍ଭ କରାଯାଇଛି । ଲୁମିନସ୍‌ର ହ୍ୱାଟ୍‌ସଆପ୍ ସପୋର୍ଟ ଏକାଧିକ ସେବା ପ୍ରଦାନ କରିବା ସହ ଗ୍ରାହକଙ୍କ ପ୍ରଶ୍ନର ସମାଧାନ କରିବ ଓ ସେମାନେ ଘରେ ସୁରକ୍ଷିତ ରହିଥିବା ସମୟରେ ସେମାନଙ୍କୁ ସାହାଯ୍ୟ କରିବ । ଗ୍ରାହକମାନେ ଖୁବ୍ ସହଜରେ ଲୁମିନସ୍‌ର ହ୍ୱାଟ୍‌ସଆପ୍ ସପୋର୍ଟ ନମ୍ବର +୯୧ ୭୦୪୨୮ ୩୩୯୩୯ରେ ସେବା କିମ୍ବା ଉତ୍ପାଦ ପାଇଁ ପଞ୍ଜୀକରଣ କରିବା, ଉତ୍ପାଦ କାଟାଲଗ୍ ପାଇବା, ଅନ୍‌ଲାଇନ୍ ଉତ୍ପାଦ କିଣିବା, କମ୍ପାନୀର ୱେବ୍‌ସାଇଟ୍ କିମ୍ବା ୟୁଟ୍ୟୁବ୍ ପେଜ୍ ଭିଜିଟ୍ କରିବା ଓ ନିକଟସ୍ଥ ଲୁମିନସ୍ ଷ୍ଟୋର୍ ସମ୍ପର୍କରେ ତତ୍କାଳ ସୂଚନା ପାଇବା ପାଇଁ କେବଳ “ହାଏ” ଲେଖି ପଠାଇପାରିବେ । ଏହି ସେବା ସପ୍ତାହର ସବୁ ଦିନ ଉପଲବ୍ଧ ରହିବ ।
ଏ ସମ୍ପର୍କରେ ଲୁମିନସ୍ ପାୱାର ଟେକ୍ନୋଲୋଜିସ୍‌ର ମାର୍କେଟିଙ୍ଗ୍ ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ସଚିନ ଭଲ୍ଲା କହିଛନ୍ତି ଯେ, ‘ଏହି ନୂତନ ସେବା ଆମର ସାମଗ୍ରିକ ମୂଲ୍ୟ ପ୍ରସ୍ତାବକୁ ବଢାଇବା ସହିତ ସାମ୍ପ୍ରତିକ ବଜାର ପରିସ୍ଥିତି ଦୃଷ୍ଟିରୁ ଆମର ଗ୍ରାହକଙ୍କ ସୁରକ୍ଷା ପାଇଁ ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।” ସେହିପରି ଲୁମିନସ୍ ପାୱାର ଟେକ୍ନୋଲୋଜିସ୍‌ର ବରିଷ୍ଠ ଉପାଧ୍ୟକ୍ଷ ଓ ସର୍ଭିସ୍ ହେଡ୍ ସନ୍ଦିପ ସାଧୁ କହିଛନ୍ତି ଯେ, “ବର୍ତମାନର ଆହ୍ୱାନପୂର୍ଣ୍ଣ ସମୟରେ ଆମେ ଅଧିକ ସତର୍କ ହୋଇଛୁ ଏବଂ ପରିବର୍ତିତ ଗ୍ରାହକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମର ନୂତନ ହ୍ୱାଟ୍‌ସଆପ୍ ସପୋର୍ଟ ସେବାର ଶୁଭାରମ୍ଭ କରିବା ସହିତ ଅନ୍ୟ ଅତିରିକ୍ତ ସୁରକ୍ଷା ସମ୍ବନ୍ଧିତ ପଦକ୍ଷେପ ଗ୍ରହଣ କରିଛୁ । ସମସ୍ତେ ସୁସ୍ଥ ରହିବା ସହ ନିଜ ଘରେ ସୁରକ୍ଷିତ ରହି ଆମର କଂଟାକ୍ଟଲେସ୍ ସେବାଗୁଡିକର ଲାଭ ଉଠାଇବେ ବୋଲି ଆମେ ଆଶା ରଖିଛୁ ।”
କମ୍ପାନୀ ପକ୍ଷରୁ ସାମ୍ପ୍ରତିକ କୋଭିଡ୍‌-୧୯ ମହାମାରୀ ସ୍ଥିତି ସମୟେରେ କଂଟାକ୍ଟଲେସ୍ ସେବାଗୁଡିକ ପାଇଁ ବର୍ଦ୍ଧିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ହ୍ୱାଟ୍‌ସଆପ୍ ସପୋର୍ଟର ଆରମ୍ଭ କରାଯାଇଛି । କମ୍ପାନୀ ପକ୍ଷରୁ କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱୟଂଚାଳିତ ସେବା ପଞ୍ଜୀକରଣ ପାଇଁ ଏକ କଞ୍ଜ୍ୟୁମର ଆପ୍ ଓ ଆଇଭିଆର୍ ଆଧାରିତ କଲ୍ ସେଂଟର୍ (ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଉପଲବ୍ଧ)ର ଶୁଭାରମ୍ଭ କରାଯାଇଥିଲା । ଏଥିସହିତ ସର୍ବୋତମ ସେବା ପ୍ରଦାନ କରିବା ନେଇ ନିଜର ପ୍ରତିଶ୍ରୁତିକୁ ବଜାୟ ରଖି ଲୁମିନସ୍ ଏହାର ସଂଗଠନ ମଧ୍ୟରେ ଓ ଗ୍ରାହକଙ୍କ ସହ କାର୍ଯ୍ୟ କରିବା ସମୟରେ ସୁରକ୍ଷିତ ସ୍ୱଚ୍ଛତା ଅଭ୍ୟାସକୁ ସୁନିଶ୍ଚିତ କରିବା ଲାଗି ଏକାଧିକ ପଦକ୍ଷେପମାନ ଗ୍ରହଣ କରିଛି ।


Share It

Comments are closed.