ସୋନିର ନୂତନ ଡବ୍ଲୁଏଫ୍‌-୧୦୦୦ଏକ୍ସଏମ୍‌୩ ୱେୟାରଲେସ୍ ହେଡ୍‌ଫୋନ୍‌


ଭୁବନେଶ୍ୱର : ସୋନି ଇଣ୍ଡିଆ ଆଜି ନିଜର ନୂତନ ୱେୟାରଲେସ୍ ହେଡ୍‌ଫୋନ୍ ଡବ୍ଲୁଏଫ୍‌-୧୦୦୦ଏକ୍ସଏମ୍‌୩ର ଶୁଭାରମ୍ଭ କରିଛି । ୧୦୦୦ଏକ୍ସରେ ରହିଛି ଡବ୍ଲୁଏଫ୍‌-୧୦୦୦ଏକ୍ସଏମ୍‌୩ ବଡ୍ସ ଏକ ପ୍ରିମିୟମ୍‌, ଉଚ୍ଚମାନ ଧ୍ୱନି ସହ ସଙ୍ଗୀତ ଉପଭୋଗ କରିବାର ବିଶେଷତ୍ୱ । ଏହାର ନୂତନ ଏଚ୍‌ଡି ନଏଜ୍ କ୍ୟାନ୍‌ସେଲିଂ ପ୍ରୋସେସର୍ କ୍ୟୁଏନ୍‌୧ଇ ଚିପ୍ ଏବଂ ଡୁଆଲ୍ ନଏଜ୍ ସେନ୍ସର ଟେକ୍ନୋଲୋଜି ବାହାର ଧ୍ୱନିକୁ ବନ୍ଦ କରି କେବଳ ସଙ୍ଗୀତର ଆନନ୍ଦ ପ୍ରଦାନ କରିଥାଏ । ଏହାର ହେଡ୍‌ଫୋନ୍ ଗୁଡିକରେ ଆକର୍ଷଣୀୟ ବ୍ୟାଟେରୀ ଲାଇଫ୍ ରହିବା ସହ ଆପଣଙ୍କୁ ଦିନସାରା ବ୍ୟସ୍ତ ରଖିବା ପାଇଁ କୁଇକ୍ ଚାର୍ଜ ଫଙ୍କସନ୍‌ର ବ୍ୟବସ୍ଥା ମଧ୍ୟ ରହିଛି । ଅଭିନବ ସେନ୍ସ ଇଞ୍ଜନ୍ ଟେକ୍ନୋଲୋଜି ଦ୍ୱାରା ଚଳିତ, ଡବ୍ଲୁଏଫ୍‌-୧୦୦୦ଏକ୍ସଏମ୍‌୩ ନଏଜ୍ କ୍ୟାନ୍‌ସେଲିଂ ହେଡ୍‌ଫୋନ୍ ବିଭିନ୍ନ ବୈଶିଷ୍ଟ୍ୟ ସହିତ ଆପଣଙ୍କୁ ସ୍ମାଟ୍ ଲିସିନିଂ ଅଭିଜ୍ଞତା ଦେଇଥାଏ । ଏହି ନୂତନ ଡବ୍ଲୁଏଫ୍‌-୧୦୦୦ଏକ୍ସଏମ୍‌୩ ୱେୟାରଲେସ୍ ହେଡ୍‌ଫୋନ୍ ୬ ଅଗଷ୍ଟ ୨୦୨୦ ପରଠାରୁ ସୋନିର ସମସ୍ତ ଷ୍ଟୋରରେ ଉପଲବ୍ଧ ହୋଇଛି ।


Share It

Comments are closed.