କୌଣସି ଶୁଭ କାମ କରିବା ପୂର୍ବରୁ ନଡିଆ କାହିଁକି ଭଙ୍ଗାଯାଏ, ଆସନ୍ତୁ ଜାଣିବା


ଆମ ହିନ୍ଦୁ ଧର୍ମରେ ବିଶ୍ୱାସ ରହିଥାଏ, ଯେ କୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ନିଡିଆ ଭାଙ୍ଗିବା ନିହାତି ଆବଶ୍ୟକ । ଘରେ କୌଣସି ପୂଜା ହେଉ କିମ୍ବା ନୂତନ ଗୃହ ପ୍ରବେଶ ଅଥବା ନୂଆ ଗାଡି ଠାରୁ ବ୍ୟବସାୟ ଆରମ୍ଭ ହେଉ ନା କାହିଁକି । ସମସ୍ତ କାର୍ଯ୍ୟ କରିବା ପୂର୍ବରୁ ଆମେ ନଡିଆ ଭାଙ୍ଗିଥାଉ ।
ନଡିଆକୁ ଭାରତୀୟ ସଭ୍ୟତାରେ ଶୁଭ ଏବଂ ମଙ୍ଗଳକାରୀ ମନାଯାଏ । ଏଥିପାଇଁ ପୂଜାପାଠ ଏବଂ ମଙ୍ଗଳକାର୍ଯ୍ୟରେ ଏହାର ଉପଯୋଗ କରାଯାଇଥାଏ । ହିନ୍ଦୁ ଧର୍ମରେ ନଡିଆ ସୌଭାଗ୍ୟ ଏବଂ ସମୃଦ୍ଧିର ପ୍ରତୀକ ହୋଇଥାଏ । ନଡିଆ ଭଗବାନ ଗଣେଷଙ୍କୁ ଚଢାଯାଇଥାଏ ଓ ପ୍ରସାଦ ଭାବରେ ବଣ୍ଟାଯାଇଥାଏ । ଆମ ସୁନ୍ଦର ପୃଥିବୀରେ ସବୁଠାରୁ ପବିତ୍ର ଫଳ ହେଉଛି ନଡିଆ । ନଡିଆକୁ ସଂସ୍କୃତିରେ ଶ୍ରୀଫଳ ବୋଲି କୁହାଯାଏ । ଋଷି ବିଶ୍ୱାମିତ୍ର ଏହି ଶ୍ରୀଫଳର ନିର୍ମାତା ବୋଲି ପୌରାଣିକ କଥାରୁ ଜଣା ପଡିଛି । ତେବେ ଆସନ୍ତୁ ଜାଣିବା କୌଣସି କାର୍ଯ୍ୟର ଶୁଭାରମ୍ଭ ପୂର୍ବରୁ କାହିଁକି ନଡିଆ ଭଙ୍ଗାଯାଏ ।
ନଡିଆ ଉପରି ଭାଗର କଠିନ ଆବରଣ ଦର୍ଶାଇଥାଏ ଯେ, କୌଣସି ବି କାମରେ ସଫଳତା ପାଇବାକୁ ହେଲେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥାଏ । ନଡିଆର ଉପରି ଭାଗ ଟାଣ ହୋଇଥିବାବେଳେ ଏହାର ଭତର ଭାଗ ନରମ ଏବଂ ମଧୁର ହୋଇଥାଏ । ଏହା ମଧ୍ୟରେ ଥିବା ପାଣି ବହୁତ ଶୁଦ୍ଧ ଏବଂ ପବିତ୍ର । ଏହି କାରଣରୁ ନୂଆ ଘର ଏବଂ ନୂଆ ଗାଡି ବ୍ୟବହାର କରିବା ପୂର୍ବରୁ ନଡିଆ ଭଙ୍ଗାଯାଇଥାଏ ।
ନଡିଆ ଭାଙ୍ଗିବା ପଛରେ ଅନ୍ୟ ବହୁତ କାରଣ ମଧ୍ୟ ରହିଛି । ଏହାର ଅନ୍ୟ ଏକ ଉଦ୍ଦେଶ୍ୟ ହେଉଛି ଅହଂ ଭାବ ନଷ୍ଟ କରିବା । ନଡିଆ ମଣିଷ ଶରୀରକୁ ପ୍ରଦର୍ଶିତ କରିଥାଏ । ତେଣୁ ଆପଣ ଯେତବେଳେ ଏହାକୁ ଭାଙ୍ଗନ୍ତି ସେତେବେଳେ ଆପଣ ନିଜକୁ ବ୍ରହ୍ନାଣ୍ଡ ସମ୍ମିଳିତ କରିଦେଇଥାନ୍ତି । ନିଡିଆର ଥିବା ତିନିଗୋଟି ଚିହ୍ନ ଭଗବାନ ଶିବଙ୍କ ଆଖିର ପ୍ରତୀକ ବୋଲି ମନାଯାଏ । ତେଣୁ କୁହାଯାଏ ନଡିଆ ଭାଙ୍ଗିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ।
ନଡିଆକୁ ‘ଶ୍ରୀଫଳ’ କୁହାଯାଏ । ‘ଶ୍ରୀ’ର ଅର୍ଥ ଲକ୍ଷ୍ନୀ । ପୌରଣିକ ମାନ୍ୟତା ଅନୁସାରେ ଲକ୍ଷ୍ନୀଙ୍କ ବିନା କୌଣସି ଶୁଭ କାମ ପୂରଣ ହୋଇନଥାଏ । ଏଣୁ ସମସ୍ତ ଶୁଭ କାର୍ଯ୍ୟରେ ଏହି ଶ୍ରୀଫଳର ଉପଯୋଗ ହୋଇଥାଏ । ସଂସ୍କୃତରେ ନଡିଆକୁ କଳ୍ପ ବୃକ୍ଷ ମଧ୍ୟ କୁହାଯାଏ । କୌଣବି ପୂଜାକାର୍ଯ୍ୟ ପରେ ନଡିଆ ଭଙ୍ଗାଯାଏ ଏବଂ ପ୍ରସାଦ ଆକାରରେ ବଣ୍ଟାଯାଏ ।


Share It

Comments are closed.