କରୋନା ଭ୍ୟାକ୍ସିନ ଉପରେ ବଡ଼ ଖୁଲାସା: ଆଷ୍ଟ୍ରାଜେନେକା ପରୀକ୍ଷଣରେ କୋଭିଡ-୧୯ ଔଷଧରୁ ହୋଇନଥିଲା ସାଇଡ ଇଫେକ୍ଟ
ଆଷ୍ଟ୍ରାଜେନେକାର ପରୀକ୍ଷଣରେ ହୋଇଥିବା ପାର୍ଶ୍ୱ ପ୍ରତିକ୍ରିୟା କୋଭିଡ-୧୯ ଔଷଧ ଦ୍ୱାରା ହୋଇନଥିବା ଜଣାପଡ଼ିଛି | ନ୍ୟୁଜ ଏଜେନ୍ସି ରଏଟର୍ସ ଏହାର ରିପୋର୍ଟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ସୂଚନା ଦେଇ ଏହା ପ୍ରକାଶ କରିଛି। ପ୍ରକାଶଥାଉ ଯେ ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଏହି ଔଷଧର ପରୀକ୍ଷଣ କିଛି ଦିନ ପାଇଁ ବନ୍ଦ କରାଯାଇଥିଲା |
AstraZeneca's trial illnesses may not be due to COVID-19 shot, reports Reuters quoting Oxford University.
— ANI (@ANI) September 16, 2020
ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଏଠାରେ ଚାଲୁଥିବା କରୋନା ଟିକା ପରୀକ୍ଷଣକୁ ୬ ସେପ୍ଟେମ୍ବରରେ ବନ୍ଦ କରିଦିଆଯାଇଥିଲା। ପ୍ରକାଶ ଯେ, ପରୀକ୍ଷଣରେ ଜଣେ ବ୍ୟକ୍ତିଙ୍କୁ ଔଷଧ ଦେବା ପରେ ତାଙ୍କଠାରେ ମେରୁଦଣ୍ଡ ସମ୍ବନ୍ଧିତ ସମସ୍ୟା ଆରମ୍ଭ ହୋଇଯାଇଥିଲା, ଯାହାକୁ ଟ୍ରାନ୍ସଭର୍ସ ମାଇଲାଇଟିସ୍ କୁହାଯାଏ।
କିନ୍ତୁ ବର୍ତ୍ତମାନ ଡକ୍ୟୁମେଣ୍ଟଗୁଡିକ ଦର୍ଶାଇଛି ଯେ ପରୀକ୍ଷଣ ସମୟରେ ଅଂଶଗ୍ରହଣକାରୀଙ୍କୁ ଔଷଧ ଦେବା ଦ୍ୱାରା ଏହି ଅସୁବିଧା ହୋଇଥିବା ନେଇ କୌଣସି ତଥ୍ୟ ଦେଖିବାକୁ ମିଳିନାହିଁ । ଅକ୍ସଫୋର୍ଡ ୟୁନିଭରସିଟିରୁ ଏହି ଔଷଧର ପରୀକ୍ଷଣ ବ୍ରିଟେନ, ବ୍ରାଜିଲ, ଭାରତ ଏବଂ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଛି, ଯଦିଓ ଏପର୍ଯ୍ୟନ୍ତ ଆମେରିକାରେ ହୋଇନାହିଁ। ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ତରଫରୁ ରଏଟର୍ସ ରିପୋର୍ଟ ଉପରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଆସିନାହିଁ।
Comments are closed.