ସକାଳର ଜଳଖିଆ ସ୍କିପ କରୁଥିଲେ ଜାଣି ରଖନ୍ତୁ ଏହାର ପରିଣାମ


ଦିନସାରାର ଭୋଜନ ମଧ୍ୟରେ ସକାଳର ଜଳଖିଆକୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଜଳଖିଆକୁ ଇଂରାଜୀରେ ବ୍ରେକ୍‌‌ଫାଷ୍ଟ ବୋଲି କୁହାଯାଏ। ଏହି ନାମରୁ ଜଣାଯାଉଛି, ରାତିସାରା ଫାଷ୍ଟ ଅର୍ଥାତ୍‌‌ ଉପବାସରେ ରହି ସକାଳେ ଉଠି ଏହାକୁ ଶେଷ କରିବା। ଜଳଖିଆ ମୁଖ୍ୟତଃ ଶରୀରକୁ ପୋଷକ ଯୁକ୍ତ ଖାଦ୍ୟ ପହଞ୍ଚାଇବାର କାର୍ଯ୍ୟ କରିଥାଏ। ଏଥିପାଇଁ ସକାଳ ସମୟରେ ସର୍ବଦା ସ୍ୱାସ୍ଥ୍ୟକର ଓ ପୁଷ୍ଟିଯୁକ୍ତ ଖାଦ୍ୟର ସେବନ କରିବା ଉଚିତ୍‌‌। ମାତ୍ର ସକାଳ ସମୟରେ ଜଳଖିଆ ନଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ୍‌‌ କ୍ଷତିକାରକ ହୋଇଥାଏ। ଶରୀରରେ ମାରାତ୍ମକ ରୋଗ ସୃଷ୍ଟିର କାରଣ ପାଲଟିଥାଏ। ସକାଳର ଜଳଖିଆ ସେବନ ନକରିବା ଦ୍ୱାରା ହୃଦୟ ଜନିତ ସମସ୍ୟା ସୃଷ୍ଟି ହେବାର ଅଧିକ ସମ୍ଭାବନା ଥାଏ। ଏହା ବ୍ୟତୀତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ଜାଣନ୍ତୁ..

ଯେଉଁମାନେ ସକାଳର ଜଳଖିଆ ଖାଆନ୍ତି ନାହିଁ। ସେମାନଙ୍କ ରକ୍ତଚାପ ସାଧାରଣ ଠାରୁ ଅଧିକ ରହିଥାଏ। ଯାହା ଦ୍ୱାରା ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇଥାଏ। ଏହା ହୃଦୟ ଜନିତ ସମସ୍ୟା ସୃଷ୍ଟିର ମୁଖ୍ୟ କାରଣ ହୋଇଥାଏ।

ଜଳଖିଆ ନ ଖାଇବା ଦ୍ୱାରା ମଧୁମେହ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଯେଉଁମାନେ କର୍ମକ୍ଷେତ୍ରରେ କାମ କରନ୍ତି, ସେମାନଙ୍କ କ୍ଷେତ୍ରରେ ଏହାର ସମ୍ଭାବନା ଅଧିକ ଥାଏ।

ଯେଉଁମାନେ ଜଳଖିଆ ଖାଇନଥାଆନ୍ତି, ବାରମ୍ବାର ଭୋକ ଲାଗିଥାଏ। ଏହାସହ ଅଧିକ ମାତ୍ରାରେ ଖାଇଥାଆନ୍ତି ମଧ୍ୟ। ଏଭଳି ଖାଦ୍ୟ ସେବନ ଦ୍ୱାରା ଏହା କ୍ୟାଲୋରୀ ଓ ଶର୍କରା ଖାଦ୍ୟରୁ ଅଧିକ ଗ୍ରହଣ କରିଥାଏ। ଏହା ଓଜନ ବୃଦ୍ଧିର ଏକ ମୁଖ୍ୟକାରଣ।

ସକାଳର ଜଳଖିଆ ସେବନ ନକରିବା ଦ୍ୱାରା ଦିନଯାକ ଥକ୍କାପଣ ଅନୁଭବ ହୋଇଥାଏ। କାମ କରିବାରେ ଆଗ୍ରହ ଆସିନଥାଏ। ଏହାସହ ମସ୍ତିଷ୍କ ଉପରେ କୁପ୍ରଭାବ ପକାଇବା ସହ ଚିଡଚିଡା ଭାବ ବୃଦ୍ଧି କରିଥାଏ।

ଏକ ଅଧ୍ୟୟନ ଅନୁଯାୟୀ, ଜଳଖିଆ ସେବନ ନକରିବା ଦ୍ୱାରା ଶରୀର ଉପରେ ଏହା ବିଭିନ୍ନ ପ୍ରକାର କୁପ୍ରଭାବ ପକାଇବା ସହ କର୍କଟ ରୋଗର ସମ୍ଭାବନାକୁ ବୃଦ୍ଧି କରିଥାଏ।

ଜଳଖିଆ ନଖାଇବା ଦ୍ୱାରା ରକ୍ତରେ ଶର୍କରାର ସ୍ତର ହ୍ରାସ ପାଇଥାଏ, ଏହା ରକ୍ତଚାପ, ମାଇଗ୍ରେନ ଓ ମୁଣ୍ଡବିନ୍ଧା ଆଦି ସମସ୍ୟାକୁ ସୃଷ୍ଟି କରିଥାଏ।


Share It

Comments are closed.