ସାହାରୁଖ ଖାନଙ୍କ ଡାଇଲଗ ନକଲ କଲେ କେକେଆର ଖେଳାଳୀ

Share It

[vc_row][vc_column][vc_column_text]ଭାରତରେ ଏବେ କ୍ରିକେଟର ପର୍ବ ଚାଲିଛି, ସନ୍ଧ୍ୟା ହୋଇଯିବା ମାତ୍ରେ ହିଁ ସମସ୍ତ ଟି.ଭି ଲଗାଇ କ୍ରିକେଟର ପର୍ବ ଆଇପିଏଲକୁ ଉପଭୋଗ କରିବା ପାଇଁ ଚାତକ ପକ୍ଷୀ ଭଳି ଚାହିଁ ରହୁଛନ୍ତି । ଖାଲି କ୍ରିକେଟ ପ୍ରେମୀ ନୁହନ୍ତି ମନରୋଞ୍ଜନ ପ୍ରେମୀ ମଧ୍ୟ ଏହାକୁ ଦେଖିବାକୁ ଭୁଲୁ ନାହାନ୍ତି । ପଡିଆରେ ଏବେ ସାଧାରଣ ଖେଳ ପ୍ରେମୀ, ଦର୍ଶକମାନଙ୍କ ଛାଡିଦେଲେ ବଡ ବଡ ଶିଳ୍ପପତୀ, ନାମୀ ଦାମୀ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ଆଇପିଏଲର ସମୟ ଯେତେ ବିତି ବିତି ଯାଉଛି, ଏହାର ମନୋରଞ୍ଜନ ସେତେ ବଢି ବଢି ଯାଉଛି ।
ତେବେ ଆସନ୍ତୁ ଜାଣିବା କେକେଆର ଟିମର ଖେଳାଳୀଙ୍କ ସଂପର୍କରେ, ଯାହାର ମାଲିକ ହେଉଛନ୍ତି ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନ ।
କେକେଆର ଗତ ଦୁଇଟି ଯାକ ମ୍ୟାଚରେ ଲଗାତାର ଜିତି ନିଜର ପ୍ଲେ ଅଫ ଟ୍ରାକରେ ନିଜ ସ୍ଥାନ ବଜାୟ ରଖିଥିବା ବେଳେ ଏବେ କେକେଆର ଖେଳାଳୀ ଏକ ଖୁସି ମୁହର୍ତ୍ତରେ ନିଜ ନିଜ କମ୍ପାନୀର ପ୍ରସଂଶା କରିବା ସହ ସାହାରୁଖଙ୍କ କେତୋଟି ସୁପୁର ହିଟ ପିଲ୍ମ ଡାଇଲଗକୁ ମଧ୍ୟ କପି କରି ବୋଲିଛନ୍ତି, ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି ।[/vc_column_text][vc_video link=”https://twitter.com/RedChilliesEnt/status/996781580793217024?s=08″ align=”center”][vc_column_text]କ୍ରିସ ଲେନ, ସୁନିଲ ନାରିନ, କୁଲଦିପ ଯାଦବ, ଦିନେଶ କାର୍ତ୍ତିକ, ପିୟୁସ ଚାୱାଲା ଏବଂ ଅନ୍ୟାନଙ୍କ ଦ୍ୱାରା କପି କରି ବୋଲା ଯାଇଥିବା ସାହାରୁଖଙ୍କ ପ୍ରସିଦ୍ଧ ଡାଇଲଗକୁ ରେଡ ଚିଲି ଏଣ୍ଟରଟେନମେଣ୍ଟ ପକ୍ଷରୁ ଏହାକୁ ସେୟାର କରାଯାଇଛି ।
ଏହାକୁ ଦେଖି ଶାହାରୁଖ ଟୁଇଟରେ ପ୍ରତି ଜବାବ ଦେଇଛନ୍ତି ଯେ, “ମୁଁ ମୋ ଟିମକୁ ବହୁତ ଭଲ ପାଏ, ସେଥିପାଇଁ ଗୋଟେ ଡିଲ କରୁଛି । ମୁଁ ତୁମ ପାଇଁ କ୍ରିକେଟ ଛାଡି ଦେଉଛି, ତୁମେ ମୋ ଅଭିନୟ ଛାଡି ଦିଅ!! ହା ହା ”[/vc_column_text][vc_single_image image=”2236″ img_size=”full” alignment=”center”][/vc_column][/vc_row]


Share It

Comments are closed.