ୟେଦୁରପପାଙ୍କ ରାଜନୈତିକ ସଚିବଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି


କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍‌ପାଙ୍କ ରାଜନୈତିକ ସଚିବ ଏନଆର ସନ୍ତୋଷ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବେଙ୍ଗାଲୁରର ରମୈୟା ମେମୋରିଆଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି କି ଏନଆର ସନ୍ତୋଷ ଅତ୍ୟଧିକ ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ । ପୋଲିସ ଏବେ ହସପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନଆର ସନ୍ତୋଷ “ଅପରେସନ କମଲ” ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପାଙ୍କ ସହଯୋଗୀ ଥିଲେ । ଏଥିରେ ତାଙ୍କର ରାଜ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇଥିଲେ । ତେବେ ଡିପ୍ରେସନ ଯୋଗୁଁ ସେ ଆତ୍ମହତ୍ୟାକୁ ଆପଣାଇଥିବା ସୂଚନା ମିଳିଛି ।

ଏନେଇ ମୁଖ୍ୟମନ୍ତ୍ରୀ ୟେଦୁରପା କହିଛନ୍ତି ଯେ ଏହି ଘଟଣା ପଛରେ କୌଣସି କାରଣ ନାହିଁ । ଡାକ୍ତର ଏବେ ତାଙ୍କର ଚିକିତ୍ସା କରୁଛନ୍ତି । ମୁଁ ତାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବି । ମୋତେ ଲାଗୁନି କି ସେ ନିଦ ବଟିକା ଖାଇ ଆତ୍ମହତ୍ୟା ପାଇଁ ଚେଷ୍ଟା କରୁଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି । ଏଥିରେ ଚିନ୍ତା କରିବାର କୌଣସି କାରଣ ନାହିଁ ।

ସଚିବ ଏନ.ଆର ସନ୍ତୋଷଙ୍କୁ ସିଏମ ୟେଦୁରୁପ୍ପାଙ୍କ ଅତି ନିକଟତର ବିବେଚନା କରାଯାଇଛି । ସାନ୍ତୋଷଙ୍କୁ ଚଳିତ ବର୍ଷ ମେ ମାସରେ ୟେଦୁରୁପ୍ପାଙ୍କ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା ।


Share It

Comments are closed.