କରୋନାକୁ ମାତ ଦେଲେ ଜୋୟା, କହିଲେ ଏବେ ଘରକୁ ଯିବାର ଆସିଛି ସମୟ


ଚୀନରୁ ପ୍ରଥମେ ଦେଖାଦେଇଥିବା ମହାମାରୀ କରୋନା ଭାଇରସ ବର୍ତ୍ତମାନ ସାରା ଦେଶରେ ନିଜ ଭୟାବହତା ଦେଖାଉଥିବାବେଳେ ସେପଟେ ଭାରତରେ ଏହି ଭାଇରସର ସଂକ୍ରମଣ କାରଣରୁ ୯୦୦୦ରୁ ଅଧିକ ସଂକ୍ରମିତ ଏବଂ ୩୦୦ ଜଣଙ୍କ ପ୍ରାଣହାନୀ ମଧ୍ୟ ହୋଇସାରିଲାଣି ।
ତେବେ ଏହି ମଧ୍ୟରେ ଏକ ଖୁସିର ଖବର ମିଳିଛି । କାରଣ ଏହି ଭାଇରସ ସହ ଲଢେଇ କରି ଅନେକ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ସେହିଭଳି ଫିଲ୍ମ ପ୍ରଡ୍ୟୁସର କରିମ ମୋରାନିଙ୍କ ଝିଅ ରାଜା ମାରୋନୀଙ୍କ ପରେ ବର୍ତ୍ତମାନ ତାଙ୍କର ଦ୍ୱିତୀୟ ଝିଅ ଜୋୟା ମରୋନୀ ମଧ୍ୟ କରୋନା ବିରୋଧୀ ଲଢେଇରେ ବିଜୟୀ ହୋଇଛନ୍ତି । ସେ ହସ୍ପିଟାଲରୁ ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ମିଳିଯାଇଛି ।


ପ୍ରକାଶ ଥାଉକି, ଜୋୟାଙ୍କ ଠାରୁ କରୋନା ଭାଇରସ ସଂକ୍ରମଣ ଚିହ୍ନଟ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇ ଦିଆଯାଇଥିଲା । ଏହା ପର ଠାରୁ ସେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ଥିଲେ । ଜୋୟା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ହସ୍ପିଟାଲର ଏକ ଛବି ସେୟାର କରି ହସ୍ପିଟାଲ ୱାର୍ଡ ମଧ୍ୟରେ ମୁହଁରେ ଏକ ମାସ୍କ ପିନ୍ଧିବା ସହ ହସ୍ପିଟାଲ କତ୍ତୃପକ୍ଷଙ୍କ ସହ ଅତି ଆନନ୍ଦରେ ସେଲଫି ନେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ସେ କ୍ୟାପସନରେ ଲେଖିଛନ୍ତି ଯେ, “ଓଏମଜି! ଏବେ ସମୟ ଆସିଛି ସ୍ପେଶରୁ ଆସିଥିବା ମୋର ଯୋଦ୍ଧାଙ୍କୁ ଗୁଡ ବାୟ କହିବା ପାଇଁ, ମୁଁ ସବୁବେଳେ ତାଙ୍କୁ ମୋ ପ୍ରାର୍ଥନାରେ ସ୍ମରଣ ରଖିବି । ଗୁଡବାଏ ଆଇସୋଲେସନ ଆଇସିୟୁ । ବର୍ତ୍ତମାନ ପ୍ରିୟ ଘରକୁ ଯିବାକୁ ସମୟ ଆସିଯାଇଛି ।”


Share It

Comments are closed.