ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ଦେହାନ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

କେ.ପି.ଧଳସାମନ୍ତଙ୍କ ବିୟୋଗ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, ଏପ୍ରିଲ ୧୩ –ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ଦେହାନ୍ତରେ ସାମାଜିକ ଗଣମାଧ୍ୟମରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଶ୍ରୀ ସାମନ୍ତ ମିଲିଟାରୀ ଅପରେସନର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ତାଙ୍କ ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି  ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ କେ.ପି. ଧଳସାମନ୍ତଙ୍କ ଦେହାନ୍ତ ଖବର ଶୁଣି ଅତ୍ୟନ୍ତ ଦୁଃଖିତ । ଓଡ଼ିଶାର ଜଣେ ନିଡ଼ର ସମର୍ଥକ, ସାମରିକ ବାହିନୀର ସଂସ୍କୃତି ଏବଂ ମୂଲ୍ୟବୋଧରେ ଶ୍ରୀ ସାମନ୍ତ ମିଲିଟାରୀ ଜେନେରାଲ୍ସଙ୍କ ମଧ୍ୟରୁ ଅନ୍ୟତମ । ମିଲିଟାରୀ ଅପରେସନର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଓ ତାଙ୍କ ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି  ।


Share It

Comments are closed.