ସୁଶାନ୍ତଙ୍କ ମୃତ୍ୟୁ ପରେ ପ୍ରଥମ ଥର ସୋସିଆଲ ମିଡିଆରେ ଆକ୍ଟିଭ ହୋଇଛନ୍ତି କରଣ ଜୋହର


ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ଦୁଇ ମାସ ବିତିଗଲାଣି, କିନ୍ତୁ ଅଭିନେତାଙ୍କ ବିୟୋଗକୁ ପରିବାର ଭୁଲି ନାହାଁନ୍ତି କିମ୍ବା ତାଙ୍କର ସମସ୍ତ ପ୍ରଶଂସକ ଯେଉଁମାନେ ତାଙ୍କୁ ଆନ୍ତରିକତାର ସହ ଚାହୁଁଛନ୍ତି ସେମାନେ ମଧ୍ୟ ଭୁଲିନାହାନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ନେପୋଟିଜମକୁ ନେଇ ଏକ ବିତର୍କ ଚାଲିଛି। ଏହି ମାମଲାରେ ନିର୍ଦ୍ଦେଶକ କରଣ ଜୋହରଙ୍କୁ ସୋସିଆଲ ମିଡିଆରେ ବେଶ ଟ୍ରୋଲ କରାଯାଉଛି।

ଏହି କ୍ରମାଗତ ଟ୍ରୋଲ ହେତୁ କରଣ ଜୋହର ସୋସିଆଲ ମିଡିଆରୁ ଅଦୃଶ୍ୟ ହୋଇଯାଇଥିଲେ। ପ୍ରଥମେ ସେ ଟ୍ୱିଟରରେ ଅନେକ ଲୋକଙ୍କୁ ଅନଫଲୋ କରିଥିଲେ, ପରେ ସେ ପୋଷ୍ଟିଂ ମଧ୍ୟ ବନ୍ଦ କରିଥିଲେ। କିନ୍ତୁ ବର୍ତ୍ତମାନ ଦୀର୍ଘ ସମୟ ପରେ କରଣ ଜୋହର ସୋସିଆଲ ମିଡିଆରେ ପୁଣି ସକ୍ରିୟ ହୋଇଛନ୍ତି। ସ୍ୱାଧୀନତା ଦିବସ ଅବସରରେ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। କରଣ ତ୍ରିରଙ୍ଗାର ଫଟୋ ସେୟାର କରିଛନ୍ତି ଏବଂ ଲେଖିଛନ୍ତି- ସେହି ମହାନ ଦେଶ, ସେହି ମହାନ ସଂସ୍କୃତି ଏବଂ ସେହି ମହାନ ଇତିହାସ, ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭକାମନା, ଜୟ ହିନ୍ଦ ।


ଜଣାଇଦେଉଛୁ ଯେ କରଣ ପୂର୍ବରୁ ସେୟାର କରିଥିବା ଶେଷ ପୋଷ୍ଟ ସୁଶାନ୍ତ ସିଂ ରାଜପୁତଙ୍କ ସ୍ମୃତିରେ ଥିଲା। କିନ୍ତୁ ସୁଶାନ୍ତଙ୍କ ପ୍ରଶଂସକମାନେ କରଣଙ୍କ ପୋଷ୍ଟ କିମ୍ବା ତାଙ୍କ ଶୈଳୀକୁ ପସନ୍ଦ କରିନଥିଲେ। ଅହାଛଡ଼ା କଙ୍ଗନା ରଣାଓ୍ବତ ମଧ୍ୟ ନେପୋଟିଜିମ ଓ ସୁଶାନ୍ତଙ୍କ ମୃତ୍ୟୁ ପାଇଁ କରଣଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ।


Share It

Comments are closed.