କେନ୍ଦ୍ର ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ‘ଲବ ଅଗ୍ରୱାଲ’ କରୋନାରେ ଆକ୍ରାନ୍ତ


ଦେଶବାସୀଙ୍କୁ ଦୈନିକ ଦେଶରେ କରୋନା ସଂକ୍ରମଣ ସଂକ୍ରାନ୍ତରେ ସୂଚନା ଦେଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଲବ ଅଗ୍ରୱାଲ ନିଜେ କରୋନା ପୀଡ଼ିତ ହୋଇଛନ୍ତି । ଶୁକ୍ରବାର ତାଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି । ଟ୍ୱିଟ କରି ନିଜେ ଶ୍ରୀ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି ।
ସେଥିରେ ସେ ଲେଖିଛନ୍ତି ଯେ- ଡ଼ିୟର ଅଲ୍, ଆପଣମାନଙ୍କୁ ସୂଚନା ଦେବାକୁ ଚାହୁଁଛି ଯେ ମୁଁ କରୋନା ପଜିଟିଭ୍ ହୋଇଛି । ଏଥିପାଇଁ ଆଇସୋଲେସନରେ ରହୁଛି । ମୋର ସବୁ ବନ୍ଧୁ ଓ ସହଯୋଗୀଙ୍କୁ ଅନୁରୋଧ କରୁଛି ସେମାନେ ନିଜର ଦେଖାଶୁଣା କରନ୍ତୁ ।
ସୂଚନାଯୋଗ୍ୟ ଯେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓ ଯୁଗ୍ମ ସଚିବ ଲବ ଅଗ୍ରୱାଲ ଗୋଟିଏ କାର ବ୍ୟବହାର କରୁଥିଲେ । ସେହିପରି ସ୍ୱାସ୍ଥ୍ୟ ସଚିବ ଗତ କାଲି ଅର୍ଥାତ୍ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଧନଙ୍କ ସହ ବୈଠକ କରିଥିଲେ । ଯେଉଁ ବୈଠକରେ ନୀତି ଆୟୋଗ ସିଇଓ ମଧ୍ୟ ଉପସ୍ଥିତ ଥିଲେ । କୁହାଯାଉଛି ଯେ ଲବ ଅଗ୍ରୱାଲ ପଜିଟିଭ୍ ରହିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ କ୍ୱାରେଣ୍ଟାଇନରେ ରହିବେ । ଲବ ଅଗ୍ରୱାଲଙ୍କ ଠାରେ କରୋନାର କୌଣସି ଲକ୍ଷଣ ନ ଥିଲା, ତଥାପି ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Share It

Comments are closed.