ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଲେ ଧୋନୀ


ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ କ୍ରିକେଟକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି । ପୂର୍ବରୁ ସେ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇଥିବାବେଳେ ଆଜି ସେ କ୍ରିକେଟରୁ ସବୁଦିନ ପାଇଁ ସନ୍ୟାସ ନେବାର ନେଇଛନ୍ତି ।

ଧୋନୀ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଏ ସଂପର୍କରେ ସୂଚନା ଦେଇଛନ୍ତି । ଧୋନୀ ଶେଷ ଥରକ ପାଇଁ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶେଷ ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲେ । କିନ୍ତୁ ଆଜି ଯେତେବେଳେ ଆଇପିଏଲ ପାଇଁ ଚେନ୍ନାଇ କ୍ୟାମ୍ପକୁ ଅଭ୍ୟାସ ପାଇଁ ଆସିଥିଲେ ସେତେବେଳେ ଧୋନୀ ନିଜ ସନ୍ୟାସ ସଂପର୍କରେ ଘୋଷଣା କରିଥିଲେ ।

 

 

View this post on Instagram

 

Thanks a lot for ur love and support throughout.from 1929 hrs consider me as Retired

A post shared by M S Dhoni (@mahi7781) on

ଧୋନୀ ୨୦୧୪ ଡିସେମ୍ବରରୁ ଆନ୍ତର୍ଜାତିକ ଟେଷ୍ଟରୁ ସନ୍ୟାସ ନେଇଥିଲେ । ଗତ କିଛି ଦିନ ଏହି କିମ୍ବଦନ୍ତୀ ଖେଳାଳୀଙ୍କ ସନ୍ୟାସକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା । ଧୋନୀ ବିଶ୍ୱକପ ପରେ ଦୁଇ ମାସ ପାଇଁ ବ୍ରେକ ନେଇଥିଲେ । ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳର ଅଂଶ ନଥିଲେ । ଧୋନୀ ସାଉଥ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜରେ ମଧ୍ୟ ଖେଳିନଥିଲେ ।


Share It

Comments are closed.