ଅନ୍‌ଲାଇନରେ ରିଲିଜ ହେଲା ଇଫ୍ରାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅଙ୍ଗ୍ରେଜି ମିଡିୟମ’


ଅଭିନେତା ଇଫ୍ରାନ ଖାନଙ୍କ ଫିଲ୍ମ ‘ଅଙ୍ଗ୍ରେଜି ମିଡିୟମ’ ନିକଟ କିଛି ଦିନ ତଳେ ରିଲିଜ ହୋଇଥିବାବେଳେ କରୋନାକୁ ନେଇ ଉପୁଜିଥିବା ଲକଡାଉନ କାରଣ ପାଇଁ ଏହି ଫିଲ୍ମ ଅଧିକ ଦିନ ଯାଏଁ ସିନେମା ହଲମାନଙ୍କରେ ଚାଲି ପାରି ନଥିଲା । ସେପଟେ ବକ୍ସ ଅଫିସ କଲେକସନରେ ମଧ୍ୟ ଏହି ଫିଲ୍ମ ଫଛରେ ପଡିଯାଇଥିବା ନଜର ଆସିଛି । ତେବେ ବର୍ତ୍ତମାନ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି , ଯାହାକି ଅଭିନେତା ଇଫ୍ରାନ ଖାନ ନିଜେ ଏହି ସଂପର୍କରେ ସୂଚନା ଦେଇଛନ୍ତି ।

ଫିଲ୍ମଟି ବର୍ତ୍ତମାନ ଅନଲାଇନରେ ରିଲିଜ ହୋଇଛି । ବର୍ତ୍ତମାନ ଦର୍ଶକ ଏହାକୁ ଡିଜନି ପ୍ଲସ ହଟଷ୍ଟାର ଭିଆଇପିରେ ମଧ୍ୟ ଦେଖିପାରିବେ । ଏହି ଫିଲ୍ମରେ ଇଫ୍ରାନ ଖାନଙ୍କ ସହ ରାଧୀକା ମଦାନ, କରୀନା କପୁର ଖାନ ଏବଂ ଦୀପିକା ଦୋବ୍ରିୟାଲ ମୁଖ୍ୟ ଭୂମିକାରେ ନଜର ଆସିବେ ।
ପ୍ରକାଶ ଥାଉକି, ଫିଲ୍ମରେ ଡିମ୍ପଲ କପାଡିଆ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଏଥିରେ ଡିମ୍ପଲ, କରିନାଙ୍କ ମା’ ଭୂମିକାରେ ନଜର ଆସୁଛନ୍ତି । ସିନେମା ହଲରେ ଏହି ଫିଲ୍ମ ମାତ୍ର ୯.୩୬ କୋଟି ଆୟ କରିପାରିଥିବାବେଳେ ଲକଡାଉନ କାରଣରୁ ଏହି ଫିଲ୍ମର ପ୍ରିମିୟରକୁ ବନ୍ଦ କରିବାକୁ ପଡିଥିଲା ।


Share It

Comments are closed.