ଭଉଣୀ ରଙ୍ଗୋଲି ଚାଂଡେଲାଙ୍କ ଟ୍ୱିଟର ଆକାଉଂଟ ସସପେଂଡକୁ ନେଇ ଏକ ଭିଡିଓ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି କଙ୍ଗନା ରଣାୱତ


ରଙ୍ଗୋଲି ଚାଂଡେଲାଙ୍କ ଟ୍ୱିଟର ଆକାଉଂଟ ସସପେଂଡ ହେବା ପରେ ଭଉଣୀଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି କଙ୍ଗନା ରଣାୱତ । ଗୋଟିଏ ଭିଡିଓ ମାଧ୍ୟମରେ କଙ୍ଗନା ରଙ୍ଗୋଲୀଙ୍କୁ ଦୃଢ଼ ସମର୍ଥନ କରି କହିଛନ୍ତି ଯେ , ‘ସେ କିଛି ଭୁଲ କରି ନାହାନ୍ତି ।’ ଏହି ଭିଡିଓରେ କଙ୍ଗନା ଏକ ଗଣତାନ୍ତ୍ରିକ ଦେଶରେ ମତାମତ ଦେବାର ସ୍ୱାଧିନତା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି, ଯେବେକି ରଙ୍ଗୋଲି ମୁସଲିମ ଅନୁସରଣକାରୀଙ୍କର ନରସଂହାରକୁ କୌଣସି ପ୍ରକାରେ ମଧ୍ୟ ସମର୍ଥନ କରିନାହାନ୍ତି ବୋଲି ସେ ଦାବି କରିଛନ୍ତି । ସେ ମଧ୍ୟ ଅନ୍ୟ ସମସ୍ୟା ଗୁଡ଼ିକ ଉପରେ କହିଛନ୍ତି ଯେମିତିକି ନିର୍ଦ୍ଧିଷ୍ଟ ଦଳକୁ ଆତଙ୍କବାଦୀ ଭାବେ ନାମିତ କରିବା ଯାହାକି ସୋସିଆଲ ମିଡିଆ ସାଇଟରେ ଚକର କାଟୁଛି ।

କଙ୍ଗନା ଏହା ମଧ୍ୟ ପରାମର୍ଶ କରିଛନ୍ତି ଯେ ଏହିଭଳି ସୋସିଆଲ ମିଡିଆ ସାଇଟ ବନ୍ଦ କରାଯିବା ଉଚିତ ଏବଂ ଭାରତ ଆମର ପ୍ଲାଟଫର୍ମ ଆରମ୍ଭ କରିବା ଆବଶ୍ୟକ । ଏହାପରେ ସେ ଏକ ହସ ସହିତ ‘ହାପି ଲକଡାଉନ’ କହି ଭିଡିଓଟିକୁ ସମାପ୍ତି କରିଛନ୍ତି ।


ଆପଣଙ୍କୁ ଜଣାଇଦେଉଛୁ ଯେ ନୀକଟରେ ମୋରଦାବାଦରେ କୋଭିଡ-୧୯ ଚିକିତ୍ସା ଯାଂଚ ପାଇଁ ଯାଇଥିବା କିଛି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣକୁ ନେଇ କିଛି ବିବାଦୀୟ ଟ୍ୱିଟ ପରେ ଗୁରୁବାର ଦିନ ରଙ୍ଗୋଲିଙ୍କ ଟ୍ୱିଟର ଆକାଉଂଟ ସସପେଂଡ କରିଦିଆଯାଇଛି । ତାଙ୍କ ଏହି ଟ୍ୱିଟକୁ ନେଇ ଜ୍ୱେଲରୀ ଡିଜାଇନର ଫରା ଖାନ ଅଲ୍ଲୀ, ଫିଲ୍ମ ନିର୍ମାତା ରୀମା କାଗଟି, ଅଭିନେତ୍ରୀ କୁବ୍ରା ସୈତ ଏବଂ ବ୍ୟାଡମିଂଟନ ଖେଳାଳୀ ଜ୍ୱାଲା ଗୁଟ୍ଟା ଆଦି ପ୍ରମୁଖଙ୍କ ଦ୍ୱାରା ଟ୍ୱିଟରରେ ରିପୋର୍ଟ କରାଯିବା ପରେ ରଙ୍ଗୋଲୀଙ୍କ ଆକାଉଂଟକୁ ସସପେଂଡ କରିଦିଆଯାଇଛି ।


Share It

Comments are closed.