ସୁସ୍ଥ ହୋଇ ଘରକୁ ଫେରିଲେ ଫିଲ୍ମ ପ୍ରଡ୍ୟୁସର କରିମ ମୋରାନୀ


ଫିଲ୍ମ ପ୍ରଡ୍ୟୁସର କରିମ ମୋରାନୀ ବର୍ତ୍ତମାନ ସଂପୂର୍ଣ୍ଣ ଋପେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେ କରୋନା ବିରୋଧୀ ଲଢେଇରେ ବିଜୟୀ ହୋଇଛନ୍ତି । ସର୍ବଶେଷରେ ତାଙ୍କ ରିପୋର୍ଟ ବର୍ତ୍ତମାନ ନେଗେଟିଭ ଆସିଛି । ଏହା ପୂର୍ବରୁ ତାଙ୍କର ଆଉ ଏକ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା । ଦୁଇଥର କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ବର୍ତ୍ତମାନ ହସ୍ପିଟାଲରୁ ଡିସଚାର୍ଜ କରାଇ ଦିଆଯାଇଛି ।
ମିଳିଥିବା ରିପୋର୍ଟ ଅନୁଯାୟୀ ଝିଅ ଅପେକ୍ଷା କରିମଙ୍କୁ ମହାମାରୀ କରୋନା ଠାରୁ ରିକଭରି ହେବାପାଇଁ ଅନେକ ସମୟ ଲାଗିଥିଲା । ତାଙ୍କୁ ୬୦ ବର୍ଷ ହୋଇଥିବା ହେତୁ ଏହା ହେଉଛି ସବୁଠାରୁ ମୁଖ୍ୟ କାରଣ । ଏହା ସହ ସେ ହୃଦରୋଗୀ ମଧ୍ୟ ଅଟନ୍ତି । ତାଙ୍କୁ ପୂର୍ବରୁ ଦୁଇଥର ହୃଦଘାତ ମଧ୍ୟ ହୋଇସାରିଛି । ତାଙ୍କର ବାଇପାସ ସର୍ଜରୀ ମଧ୍ୟ ହୋଇଥିଲା । ବର୍ତ୍ତମାନ କରିମ ସୁସ୍ଥ ହେବା ଖବର ଆସିବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।


Share It

Comments are closed.