ରାମାୟଣ ପରିବର୍ତ୍ତେ ଆଜି ସନ୍ଧ୍ୟାରୁ ପ୍ରସାରିତ ହେବ ‘ଉତ୍ତର ରାମାୟଣ’


ଦୂରଦର୍ଶନରେ ଇତିହାସ ସୃଷ୍ଟି କରିଥିବା ଧାରାବାହିକ ‘ରାମାୟଣ’ ଆଜି ଶେଷ ହେଇଛି। ମାନେ ରବିବାରଠୁ ଲବ-କୁଶଙ୍କ ଉପରେ ଆଧାରିତ ଉତ୍ତର ରାମାୟଣ ଆରମ୍ଭ ହେବାକୁ ଯାଉଛି ।। ୩୩ବର୍ଷ ପରେ ବି ଏହି ଧାରାବହିକର ଲୋକପ୍ରିୟତା ଯୋଗୁ ଦୂରଦର୍ଶନ ଲବ-କୁଶ ଅଧ୍ୟାୟକୁ ଦ୍ୱିତୀୟ ଥର ପ୍ରସାରଣ ଲାଗି ନିଷ୍ପତ୍ତି ନେଇଛି। ଏହି ସମ୍ପର୍କରେ ପ୍ରସାର ଭାରତୀ ସିଇଓ ସୋସିଆଲ ମିଡିଆ ସାଇଡ୍‌ରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଶନିବାର ରାବଣ ବଧ ହେବା ପରେ ‘ରାମୟଣ’ ଶେଷ ହୋଇଛି। ରବିବାର ସକାଳେ ତାର ରିପିଟ୍ ଟେଲିକାଷ୍ଟ ହେବା ପରେ ରାତିରେ ଉତ୍ତର ରାମାୟଣ ଅର୍ଥତ୍ ‘ଲବ-କୁଶ’ କାହାଣୀ ଆରମ୍ଭ ହେବ। ପ୍ରତି ରାତି ୯ଟାରେ ଦେଖାଇବ। ଏହି ଉତ୍ତର ରାମାୟଣ ନାମରେ ୧୯୮୮ ମସିହାରେ ପ୍ରସାରିତ ଅଧ୍ୟୟକୁ ବି ରାମନନ୍ଦ ସାଗର ନିର୍ମାଣ କରିଥିଲେ।


Share It

Comments are closed.