ସୃ୍ମତିରେ କଳ୍ପନା ଚାଓଲା

Share It

[vc_row][vc_column][vc_column_text]କଳ୍ପନା ଚାଓଲା ଭାରତ- ଆମେରିକୀୟ ମହାକାଶଚାରୀ ତଥା ପ୍ରଥମ ଭାରତୀୟ ମହିଳା ମହାକାଶଚାରୀ । ସେ ବହୁ ଭାରତୀୟ ଏବଂ ବିଦେଶୀ ମହିଳାଙ୍କ ପାଇଁ ଆଦର୍ଶ । କଳ୍ପନା ମାର୍ଚ୍ଚ ୧୭, ୧୯୬୨ ମସିହାରେ ହରିଆଣାର ଏକ କର୍ଣ୍ଣଲ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ସର୍ବଦା ନିଜର ଅନୁପ୍ରେରିତ ଏବଂ ଅବିଶ୍ୱସନୀୟ ଯାତ୍ରା ପାଇଁ ସମସ୍ତଙ୍କ ସ୍ମୃତିରେ ଜୀବନ୍ତ ହୋଇ ରହିବେ । ହରିୟାନାରୁ ସେ ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଆମେରିକୀୟ ସ୍ପେସ ଏଜେନ୍ସି ନାସାରେ ଯୋଗ ଦେଇଥିଲେ । ସେ ପ୍ରଥମେ ୧୯୯୪ ମସିହାରେ ଏକ ମହାକାଶଚାରୀ ଭାବେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ୧୯୯୫ ମସିହାରେ ମହାକାଶଚାରୀ ପ୍ରାର୍ଥୀ ଭାବେ ୧୫ତମ ମହାକାଶଚାରୀ ଗ୍ରୁପରେ ଯୋଗ ଦେଇଥିଲେ । ନାସା ଇତିହାସରେ ଫେବୃଆରୀ ୧, ୨୦୦୩ ଏକ ସ୍ମରଣୀୟ ଦିବସ ହୋଇ ରହିବି । କଳ୍ପନା ଚାଓଲାଙ୍କ ସହିତ ଅନ୍ୟ ୬ ମହାକାଶଚାରୀ ସ୍ପେସ ସର୍ଟଲ କଲମ୍ବିଆ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ।[/vc_column_text][/vc_column][/vc_row][vc_row][vc_column][vc_single_image image=”585″ img_size=”full”][/vc_column][/vc_row]


Share It

Comments are closed.