ଜିଓଫୋନ ନେକ୍ସଟ୍ ବୁକିଂ ଆରମ୍ଭ, ଅତ୍ୟାଧୁନିକ ଫିଚରଯୁକ୍ତ ଏହି ସୁଲଭ ସ୍ମାର୍ଟଫୋନ୍ ଜିଓ ଗ୍ରାହକ ସଂଖ୍ୟାରେ ବୃଦ୍ଧି ଆଣିବ


ଭୁବନେଶ୍ୱର: ଭାରତର ସର୍ବବୃହତ ଦୂରସଂଚାର କମ୍ପାନୀ ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ଜିଓଫୋନ ନେକ୍ସଟ ବଜାରରେ ଦମଦାର ଢଙ୍ଗରେ ପ୍ରବେଶ କରିଛି । ଏହାର ବୁକିଂ ଆରମ୍ଭ ହୋଇଯାଇଛି ଏବଂ ଫୋନ ଦୀପାବଳିରୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଏହି ସ୍ମାର୍ଟଫୋନକୁ ଜିଓ, ଗୁଗଲ ସହିତ ମିଶି ଡିଜାଇନ କରିଛି । ଗୁଗଲର ନୂଆ ଆଣ୍ଡ୍ରଏଡ୍ ଭିତିକ ଅପରେଟିଂ ସିଷ୍ଟମ ‘ପ୍ରଗତି’ ଏବଂ କ୍ୱାଲକମ୍‌ର ଶକ୍ତିଶାଳୀ ପ୍ରୋସେସର ସହିତ ଜିଓଫୋନ ନେକ୍ସଟ ବୈଶିଷ୍ଟ୍ୟ ଦୃଷ୍ଟିକୋଣରୁ ଯଥେଷ୍ଟ ଆଗରେ ରହିଛି ।

ଜିଓଫୋନ ନେକ୍ସଟର ବୁକିଂ ତିନି ପ୍ରକାରରେ କରାଯାଇପାରୁଛି । ପ୍ରଥମେ ଅନ୍‌ଲାଇନ WWW.JIO.COM/NEXT ଲିଙ୍କରେ ଯାଇ ମୋବାଇଲ ବୁକ୍ କରାଯାଇପାରିବ । ଦ୍ୱିତୀୟରେ ଗ୍ରାହକମାନେ ନିଜର ହ୍ୱାଟସଆପ୍‌ରୁ 7018270182 ନମ୍ବରରେ ‘HI’ ଲେଖି ମେସେଜ ପଠାଇପାରିବେ । ତୃତୀୟ ପ୍ରକାରରେ ଜିଓମାର୍ଟ ଡିଜିଟାଲ ରିଟେଲ ଷ୍ଟୋରକୁ ଯାଇ ଫୋନ ବୁକ୍ କରାଯାଇପାରିବ । ଜିଓମାର୍ଟ ଡିଜିଟାଲର ପାଖାପାଖି ୩୦ ହଜାର ଷ୍ଟୋର ସହଭାଗୀ ରହିଛନ୍ତି, ଯେଉଁମାନେ ଦେଶର କୋଣ ଅନୁକୋଣରେ ଉପସ୍ଥିତ ଅଛନ୍ତି ।

ପ୍ରବେଶ ସ୍ତରର କୌଣସି ଫୋନରେ ଦେଶରେ ପ୍ରଥମ ଥର ପାଇଁ ଉପଭୋକ୍ତା ଋଣ ସୁବିଧା ପ୍ରଦାନ କରାଯାଉଛି । ଏଥିପାଇଁ ଜିଓ ବଡ ପ୍ରସ୍ତୁତି କରିଛି । ବିଶେଷଜ୍ଞଙ୍କ ମତରେ ଏହାଦ୍ୱାରା କେବଳ ଜିଓର ଗ୍ରାହକ ସଂଖ୍ୟା ବୃଦ୍ଧିପାଇବେ ନାହିଁ, ତାହାସହିତ ଜିଓର ପ୍ରତି ବ୍ୟବହାରକାରୀ ପିଛା ରାଜସ୍ୱ (ଏଆରପିୟୁ) ମଧ୍ୟ ବୃଦ୍ଧିପାଇବ । ଦେଶରେ ପ୍ରାୟ ୩୦ କୋଟି ୨ଜି ଗ୍ରାହକ ରହିଛନ୍ତି ଏବଂ ଜିଓ ତାହାର ଜିଓଫୋନ ନେକ୍ସଟ ଦ୍ୱାରା ଏହି ଗ୍ରାହକଙ୍କ ମଧ୍ୟରୁ ସଂଖ୍ୟାଧିକଙ୍କୁ ନିଜ ଆଡକୁ ଆକର୍ଷିତ କରିପାରିବ । ରିଲାଏନ୍ସ ଅଧ୍ୟକ୍ଷ୍ୟ ମୁକେଶ ଅମ୍ବାନି ପୂର୍ବରୁ ୨ଜି ମୁକ୍ତ ଭାରତ ଆହ୍ୱାନ ଦେଇ ନିଜର ରଣନୀତି ପ୍ରକାଶ କରିସାରିଛନ୍ତି ।

ଦେଖିବାକୁ ଗଲେ ଜିଓଫୋନ ନେକ୍ସଟରେ ସ୍ମାର୍ଟଫୋନର ସମସ୍ତ ପ୍ରକାରର ଅତ୍ୟାଧୁନିକ ବୈଶିଷ୍ଟ୍ୟ ଭରି ରହିଛି, ସେହି ସମୟରେ ଜିଓ ୨ଜି ଗ୍ରାହକଙ୍କୁ ୪ଜି ଆଡକୁ ଆକର୍ଷିତ କରିବାକୁ ଏହି ହ୍ୟାଣ୍ଡସେଟ ମୂଲ୍ୟ କମ୍ ରଖିବାର ପ୍ରଚେଷ୍ଟା କରିଛି । ଜିଓଫୋନ ନେକ୍ସଟର ସବୁଠାରୁ ବଡ ବିଶେଷତା ହେଉଛି ଏହାର ସୁଲଭ ପ୍ରବେଶ ମୂଲ୍ୟ । ଜିଓଫୋନ ନେକ୍ସଟର ମୂଲ୍ୟ ୬୪୯୯ ଟଙ୍କା ରହଛି, କିନ୍ତୁ ଏହାକୁ ସହଜ କିସ୍ତିରେ ପ୍ରଥମେ ୧୯୯୯ ଟଙ୍କା ଡାଉନ ପେମେଂଟ ଦେଇ ନିଜର କରିହେବ । ଅବଶିଷ୍ଟ ଅର୍ଥକୁ ସହଜ କିସ୍ତିରେ ପରିଶୋଧ କରାଯିବ ଏବଂ ତାହା ମଧ୍ୟ ମୋବାଇଲ ତାରିଫ ପ୍ଲାନ ସହିତ ସଂଯୁକ୍ତ କରିଦିଆଯାଇଛି । ଏହି ମିଶ୍ରିତ ପ୍ଲାନ ୩୦୦ ଟଙ୍କାରୁ ଆରମ୍ଭ ହୋଇ ପ୍ରତି ମାସରେ ୬୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହା ଅର୍ଥ ୩୦୦ ଟଙ୍କାରେ ସ୍ମାର୍ଟଫୋନ କିସ୍ତି ସହିତ ମାସିକ ରିଚାର୍ଜ ମଧ୍ୟ ରହିଛି । ଗ୍ରାହକଙ୍କୁ ପ୍ରଥମେ କେବଳ ୧୯୯୯ ଟଙ୍କାର ଡାଉନ ପେମେଂଟ ଦେବାକୁ ପଡିବ ।

ଡୁଆଲ ସିମ୍‌୍ ସୁବିଧା ରହିଥିବା ଜିଓଫୋନ ନେକ୍ସଟ୍ ରେ ରହିଛି ଅନେକ ଅଭିନବ ଓ ଆକର୍ଷଣୀୟ ଫିଚର । ଏହି ଫୋନରେ ୫.୪୫ ଇଂଚର ଏଚଡି ଟଚ୍ ସ୍କ୍ରିନ ସହିତ କର୍ଣ୍ଣର ଗରିଲା ଗ୍ଲାସ୍ ଥ୍ରୀ ରହିଛି । ଏଥିସହିତ ୨ ଜିବି ରାମ୍‌, ୬୪ ବିଟ୍ ସିପିୟୁ ସହିତ କ୍ୱାଡକୋର୍ କ୍ୟୁଏମ୍ ୨୧୫ ଚିପ୍ ସେଟ୍ ଏବଂ ୩୨ ଜିବି ଇଂଟରନାଲ ମୋମାରି ସାଙ୍ଗକୁ ୫୧୨ ଜିବି ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରିବା ଭଳି ଏସଡି କାର୍ଡ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ୧୩ ମେଗା ପିକ୍ସେଲ୍ ପଛ କ୍ୟାମେରା ଓ ୮ ମେଗା ପିକ୍ସେଲ୍ ସାମ୍ନା ସେଲ୍ଫି କ୍ୟାମେରା ସାଙ୍ଗକୁ ନାଇଟ୍ ମୋଡ୍‌, ପୋଟ୍ରେଟ୍ ମୋଡ୍ ତଥା ଏଚ୍‌ଡିଆର୍ ମୋଡ୍ ସହିତ ଦୀପାବଳି ଭଲି ଭାରତୀୟ ପର୍ବ ପର୍ବାଣୀ ପାଇଁ ସ୍ୱତନ୍ତ୍ର ଫିଲଟର ଉପଲବ୍ଧ ରହିଛି । ଏହି ଫୋନରେ ୩,୫୦୦ ଏମ୍‌ଏଚ୍ କ୍ଷମତାର ବ୍ୟାଟେରୀ ରହିଛି ଯାହା ସାଧାରଣ ବ୍ୟବହାର କ୍ଷେତ୍ରରେ ଥରେ ସମ୍ପୂର୍ଣ୍ଣ ଚାର୍ଜ ହେଲେ ୩୬ ଘଂଟା ଚାଲିପାରିବ । ଜିଓ ଓ ଗୁଗୁଲ ପକ୍ଷରୁ ମିଳିତ ଭାବେ ବିକଶିତ ଏହି ଫୋନରେ ଜିଓ ଓ ଗୁଗୁଲର ସମସ୍ତ ଆପ୍ ଅପଟିମାଇଜ ହୋଇ ପ୍ରିଲୋଡେଡ୍ ରହିଛି । ଏଥି ସହିତ ସ୍ୱୟଂଚାଳିତ ସଫ୍ଟୱେର୍ ଅପଗ୍ରେଡ୍‌, ରିଡ୍ ଆଲାଉଡ୍‌, ଭାଷାନୁବାଦ, ଭଏସ୍ ଆସିଷ୍ଟାଂଟ ଭଳି ଅନେକ ସୁବିଧା ରହିଛି ।

ଜିଓ ଏବଂ ଗୁଗଲ ଉଭୟ ପ୍ରଯୁକ୍ତି କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ହୋଇଥିବାବେଳେ ଜିଓଫୋନ ନେକ୍ସଟରେ ଅନେକ ଅତ୍ୟାଧୁନିକ ବୈଶିଷ୍ଟ୍ୟକୁ ସ୍ଥାନ ଦେଇଛନ୍ତି । ଫୋନର ଶୁଭାରମ୍ଭ ଅବସରରେ ପ୍ରକାଶ କରି ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନି କହିଛନ୍ତି, “ମୁଁ ଡିଜିଟାଲ ବିପ୍ଳବରେ ଦୃଢ ବିଶ୍ୱାସ କରୁଛି । କନେକ୍ଟିଭିଟି ଯୋଗାଇଦେଇ ଆମେ ୧୩୫ କୋଟି ଭାରତୀୟଙ୍କ ଜୀବନକୁ ଉନ୍ନତ ଏବଂ ସଶକ୍ତ କରିବା ପ୍ରୟାସ କରିଛୁ ଏବଂ ଏବେ ଆମର ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ସେମାନଙ୍କ ଜୀବନରେ ପରିବର୍ତନ ଆଣିବ ।”

ଗୁଗଲର ସିଇଓ ସୁନ୍ଦର ପିଚାଇ ଜିଓଫୋନ ନେକ୍ସଟକୁ ଏକ ମାଇଲ ଖୁଂଟ ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, “ଜିଓଫୋନ ନେକ୍ସଟ ଭାରତୀୟଙ୍କ ପାଇଁ ଡିଜାଇନ କରାଯାଇଥିବା ଏକ ଚମତ୍କାର ସ୍ମାର୍ଟଫୋନ ହୋଇଛି । ଏହି ହ୍ୟାଣ୍ଡସେଟ ପ୍ରତ୍ୟେକ ଭାରତୀୟଙ୍କୁ ଇଂଟରନେଟ ସହିତ ଯୋଡିହୋଇ ରହିବାର ସୁଯୋଗ ପ୍ରଦାନ କରିବ । ଫୋନ ସହିତ ସଂଯୁକ୍ତ ଇଞ୍ଜିନିୟରିଂ ଏବଂ ଡିଜାଇନ କ୍ଷେତ୍ରରେ ଥିବା ଆହ୍ୱାନକୁ ଆମର ଟିମ୍ ମିଳିତ ଭାବରେ ସମାଧାନ କରିଛନ୍ତି । ଲକ୍ଷ ଲୋକ ଏହି ସ୍ମାର୍ଟଫୋନକୁ କିଭଳି ଉପଯୋଗ କରିବେ ତାହା ଦେଖିବାକୁ ମୁଁ ଉତ୍ସୁକତାର ସହିତ ଅପେକ୍ଷା କରୁଛି ।”


Share It

Comments are closed.