ଆତ୍ମଘାତୀ ଆକ୍ରମଣରେ ହାକ୍କିନ ନେଟୱର୍କର ମୁଖ୍ୟ କମାଣ୍ଡର ନିହତ


ଆଫଗାନିସ୍ତାନ ଉପରେ ତାଲିବାନର ଦଖଲ ପରେ ଆତଙ୍କବାଦୀ ସଂଗଠନ ହକ୍କାନୀ ନେଟୱର୍କକୁ ସବୁଠାରୁ ବଡ ଝଟକା ଲାଗିଛି। ମଙ୍ଗଳବାର କାବୁଲ ନିକଟସ୍ଥ ସେନା ହସ୍ପିଟାଲାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ସିରାଜୁଦ୍ଧିନ୍ ହକ୍କାନୀଙ୍କ ମୁଖ୍ୟ ସେନା ରଣନୀତିଜ୍ଞ ଓ କାବୁଲର କମାଣ୍ଡର ମୌଲବି ହମଦୁଲ୍ଲା ମୁଖାଲିସର ମୃତ୍ୟୁ ହୋଇଛି। କାବୁଲ ଉପରେ କବଜା ପରେ ହମଦୁଲ୍ଲା ହିଁ ସବୁଠାରୁ ପ୍ରଥମେ ରାଷ୍ଟ୍ରପତି ଅଶରଫ୍ ଘନିଙ୍କ ଅଫିସରେ ପ୍ରବେଶ କରିଥିଲା। ସେତେବେଳେ ଅଶରଫ୍ ଗନିଙ୍କର ଚୌକି ଉପରେ ବସିଥିବା ମୌଲବୀ ହମଦୁଲ୍ଳା ମୁଖାଲିସର ଫଟୋ ଭାଇରାଲ ହୋଇଥିଲା। ହମଦୁଲ୍ଲା ତାଲିବାନର ସ୍ପେଶାଲ ଫୋର୍ସ ବଦ୍ରି ବ୍ରିଗେଡ୍‌ର କମାଣ୍ଡର ମଧ୍ୟ ଥିଲା। ଏହି ବ୍ରିଗେଡ୍‌କୁ କାବୁଲରେ ସୁରକ୍ଷା ଦାୟିତ୍ୱ ଦିଆଯାଇଛି।

ସମାଚାର ଏଜେନ୍ସି ଏଏଫପିର ସୂଚନା ଅନୁସାରେ,ଏହି ଆକ୍ରମଣରେ ୧୯ ଜଣଙ୍କର ମୃତ୍ୟୁ ହୋଇସାରିଛି। ସେଭଳି ୫୦ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ତୁରନ୍ତ ଦାୟୀ କରିନାହିଁ। ଅଗଷ୍ଟରେ ଆଫଗାନିସ୍ତାନର ଶାସନ ଉପରେ ଭାରି ପଡିଥିବା ତାଲିବାନର ଆକ୍ରମଣଠାରୁ ଅଧିକ ବଡ ଆକ୍ରମଣ ଥିଲା। ପୂର୍ବରୁ ଆକ୍ରମଣ ପାଇଁ ଇସଲାମିକ୍ ଷ୍ଟେଟ୍‌ର ଆତଙ୍କବାଦୀମାନେ ନେଇଥିଲେ, ଯାହାକି ତାଲିବାନର ଶତ୍ରୁ ଥିଲା।

ଆଫଗାନିସ୍ତାନର ଚର୍ଚ୍ଚିତ ସାମ୍ବାଦିକ ବିଲାଲ ସରଭାରୀ ଟ୍ବିଟ୍ କରି କହିଛନ୍ତି, ଆଇଏସଆଇଏସ୍‌ର ଆତଙ୍କବାଦୀ ଏବେ ନିଜର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଟାର୍ଗେଟକୁ ହତ୍ୟା କରିବାରେ ସଫଳ ହୋଇଯାଇଛି। ହମଦୁଲ୍ଳା ତାଲିବାନର ସବୁଠାରୁ ବଡ ନେତା ଥିଲା, ଏହାଦ୍ବାରା ନିଶ୍ଚିତ ଭାବରେ ତାଲିବାନର ନେତାମାନେ ଭୟଭୀତ ହୋଇଯାଇଛନ୍ତି।


Share It

Comments are closed.