ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ୱରରୁ ନୂଆ ବିମାନ ଉଡ଼ାଣ ଆରମ୍ଭ


ଭୁବନେଶ୍ୱର: ଆଂଚଳିକ ସଂଯୋଗରେ ସୁଦୃଢ଼ୀକରଣ ଲକ୍ଷ୍ୟ ଅନୁଯାୟୀ ଭାରତର ଅଗ୍ରଣୀ ବିମାନ କଂପାନି ଇଣ୍ଡିଗୋ ପକ୍ଷରୁ ଆଜି ମାନ୍ୟବର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ (ଭର୍ଚୁଆଲ), ମାନବ୍ୟର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ (ଭର୍ଚୁଆଲ୍‌) ଓ ଅନ୍ୟ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ପ୍ରତୀକାତ୍ମକ ଭାବେ ଭୁବନେଶ୍ୱରରୁ ଜୟପୁର ମଧ୍ୟରେ ନୂଆ ଡାଇରେକ୍ଟ (ସିଧାସଳଖ) ବିମାନ ଉଡ଼ାଣର ଶୁଭାରମ୍ଭ କରାଯାଇଛି । ଭୁବନେଶ୍ୱର ବିମାନବନ୍ଦରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ନୂତନ ରୁଟ୍‌ର ଉଦଘାଟନ କରାଯାଇଛି । ପ୍ରଭାବୀ ଭାବେ ବିମାନର ଉଡ଼ାଣ ଚଳିତ ନଭେମ୍ବର ୨ରୁ ଆରମ୍ଭ ହୋଇଯାଇଛି ।
ଶ୍ରୀଯୁକ୍ତ ସଂଜୟ କୁମାର, ଚିଫ୍ ଷ୍ଟ୍ରାଟେଜି ଆଣ୍ଡ୍ ରେଭିନ୍ୟୁ ଅଫିସର, ଇଣ୍ଡିଗୋ କହିଛନ୍ତି ଯେ, “ମନ୍ଦିରମାଳିନୀ ସହର ଭୁବନେଶ୍ୱର ଓ ଗୋଲାପୀ ସହର ଜୟପୁର ମଧ୍ୟରେ ପ୍ରତ୍ୟକ୍ଷ ସଂଯୋଗ ଆରମ୍ଭ କରୁଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ । ଏହି ନୂତନ ଘରୋଇ (ଦେଶ ଭିତର) ବିମାନ ଆନ୍ତଃ ଓ ଅନ୍ତଃ ଆଂଚଳିକ ସଂଯୋଗକୁ ବଢ଼ାଇବ ଏବଂ ପୂର୍ବ ଭାରତ ରାଜ୍ୟରେ ବାଣିଜ୍ୟ, ବ୍ୟବସାୟ ସମେତ ପର୍ଯ୍ୟଟନର ପ୍ରସାର କରିବ । ଏହି ପ୍ରତ୍ୟକ୍ଷ ସଂଯୋଗର ଶୁଭାରମ୍ଭ କେବଳ ବିମାନ କଂପାନିର ଘରୋଇ ନେଟ୍‌ୱର୍କକୁ ସୁଦୃଢ଼ କରିବ ନାହିଁ ବରଂ ଦୁଇ ରାଜ୍ୟ ମଧ୍ୟରେ ଗମନାଗମନ ସମୟକୁ ୫୦%ରୁ ଅଧିକ ହ୍ରାସ କରିବ । ଆମର ଲିନ୍ କ୍ଳିନ୍ ଉଡ଼ାଣ ମେସିନ୍‌ର ବ୍ୟାପକ ନେଟୱର୍କ ଜରିଆରେ ଆମେ ଏକ ସୁଲଭ, ସମୟାନୁବର୍ତୀ, ସୁରକ୍ଷିତ ଓ ଚିନ୍ତାମୁକ୍ତ ଭ୍ରମଣ ଅନୁଭୂତି ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ ।”


Share It

Comments are closed.