୧୦୮ କର୍ମଚାରୀଙ୍କ ବଦାନ୍ୟତା, ରାସ୍ତାରେ ଭୋକିଲାକୁ ନିଜ ଖାଦ୍ୟଦେଇ ଦେଲେ ମହାନତାର ପରିଚୟ


ଭୁବନେଶ୍ୱର: କରୋନା ରୂପୀ ମହାମାରୀରେ ଅନ୍ୟ ରାଜ୍ୟ ପରି ଓଡ଼ିଶା ବର୍ତମାନ ଲକଡ଼ାଉନରେ ଥିବାବେଳେ, ଏହି ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ କାର୍ଯ୍ୟ ସତରେ ଖୁବ୍ ପ୍ରଶଂସନୀୟ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ । ଘଟଣା ଅନୁଯାୟୀ, ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ କର୍ମଚାରୀ ଯେପରିକି ପାଇଲଟ, ହିମାଂଶୁ ନାୟକ, ଇଏମଟି, ଦିଗମ୍ବର ଦୁର୍ଗା, ହେଲପର, ମହେନ୍ଦ୍ର ମାଝି ଗୋଟେ ରୋଗୀକୁ ବୁର୍ଲା ହସ୍ପିଟାଲରେ ଛାଡ଼ି କଳାହାଣ୍ଡି ଜିଲ୍ଲାକୁ ଫେରୁଥିଲେ । ଦୁର୍ଭାଗ୍ୟବଶତଃ ବାଟରେ ଗୋଟେ ହୋଟେଲ ଖୋଲା ଥିଲା ଏବଂ ସେମାନେ ସେଠାରୁ ସେମାନଙ୍କର ରାତ୍ରି ଭୋଜନ ପାଇଁ ଖାଦ୍ୟ ନେଇଥିଲେ । କିନ୍ତୁ ସେମାନେ ଯେତେବେଳେ ବରଗଡ଼ ଟାଉନରେ ପହଚିଂଲେ, ସେତେବେଳେ ରାସ୍ତା କଡ଼ରେ ଏକ ଗରିବ ବ୍ୟକ୍ତି ବସିଥିବାର ତାଙ୍କର ଦୃଷ୍ଟିକୁ ଆସିଥିଲା । ଏହାପରେ ଆମ୍ବୁଲାନ୍ସ କର୍ମଚାରୀମାନେ ସେଠାରେ ଓହ୍ଲାଇ ଜାଣିବାକୁ ପାଇଲେଯେ, ସଂପୃକ୍ତ ଗରିବ ବ୍ୟକ୍ତି ଜଣକ ଗତ ଦୁଇଦିନଧରି ଉପାସରେ ରହିଛନ୍ତି । ତେଣୁ ଏହିଭଳି ପରିସ୍ଥିତିରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜ କଥାକୁ ନଭାବି ଉକ୍ତ ଗରିବ ଲୋକକୁ ନିଜର ଖାଦ୍ୟ ଏବଂ ପାଣି ଦେଇ ନିଜର ବଦାନ୍ୟତାର ପରିଚୟ ଦେଖାଇଛନ୍ତି ।
କେବଳ ଏତିକି ନୁହେଁ, ଆଗରୁ ମଧ୍ୟ ରାଜ୍ୟର ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମୟରେ ଯେପରିକି ଫନିପରି ସାମୁଦ୍ରିକ ଝଡ଼ ସମୟରେ ମଧ୍ୟ ଆମ୍ବୁଲାନ୍ସ କର୍ମଚାରୀମାନେ ନିଜ ଜୀବନକୁ ପାଥେୟକରି ଅନେକ ଜୀବନ ବଂଚାଇବାର ନଜିର ରହିଛି । ଠିକ୍ ସେହିପରି ରୋଗୀକୁ ରକ୍ତ ଦାନକରି ହେଉ କିମ୍ବା ରୋଗୀଙ୍କୁ ସେମାନଙ୍କର ବହୁମୁଲ୍ୟ ଜିନିଷ ଫେରାଇ ହେଉ କିମ୍ବା ରୋଗୀଙ୍କୁ ଷ୍ଟ୍ରେଚରରେ କାନ୍ଧରେ ବୋହି ନିଜର ମାନବିକତା ଦେଖାଇଛନ୍ତି ଏହି ୧୦୮ ଆମ୍ବୁଲାନ୍ସର କର୍ମଚାରୀମାନେ ।


Share It

Comments are closed.