କଣ ଆପଣଙ୍କ କ୍ଲାଉଡ ଷ୍ଟୋରେଜ ଆଉ ସ୍ଥାନ ନାହିଁ


ଭୁବନେଶ୍ୱର: ସୀମିତ ଇଂଟରନାଲ ଫୋନ୍ ଷ୍ଟୋରେଜ୍ ଏବଂ ଡାଟା ବ୍ୟାକ୍‌ଅପ୍ ଓ ସୁରକ୍ଷିତ ଷ୍ଟୋରେଜ ପାଇଁ ଫ୍ରି କ୍ଲାଉଡ୍ ଷ୍ଟୋରେଜ୍ ଭାରତୀୟ ଗ୍ରାହକମାନଙ୍କ ପାଇଁ ଏକ ଭଲ ପ୍ରସ୍ତାବ ଥିଲା । ବର୍ତମାନ ଉପଭୋକ୍ତାମାନେ ମାସିକ ସବ୍‌ସ୍କ୍ରିପ୍‌ଶନରୁ ମୁକ୍ତି ପାଇବା ପାଇଁ ବିକଳ୍ପ ଖୋଜୁଛନ୍ତି ଏବଂ ଡବ୍ଲ୍ୟୁଡି ଓ ସାନ୍‌ଡିସ୍କ ଭଳି ବ୍ରାଣ୍ଡ ଗୁଡିକରେ ଷ୍ଟୋରେଜ୍ ସମାଧାନର ଭଣ୍ଡାର ରହିଛି । ନିକଟରେ ଶୁଭାରମ୍ଭ କରାଯାଇଥିବା ସାନ୍‌ଡିସ୍କ ଆଇଏକ୍ସପାଣ୍ଡ ଫ୍ଲାଶ୍ ଡ୍ରାଇଭ୍ ଲ୍ୟୁକ୍ସ ହେଉଛି ଏକ ୱାନ୍‌ଷ୍ଟପ୍ ବାଧାମୁକ୍ତ ସମାଧାନ । ଏହା ହେଉଛି ଡୁଆଲ ଲାଇଟ୍‌ନିଙ୍ଗ ଓ ୟୁଏସ୍‌ବି ଟାଇପ୍‌-ସି କନେକ୍ଟର୍ ସହିତ ୱେଷ୍ଟର୍ଣ୍ଣ ଡିଜିଟାଲର ପ୍ରଥମ ଫ୍ଲାଶ୍‌-ଡ୍ରାଇଭ୍‌, ଯାହା ଉପଭୋକ୍ତାଙ୍କୁ ନିଜ ଡାଟାକୁ ବିନା କୌଣସି ସମସ୍ୟାରେ ସୁରକ୍ଷିତ ରଖିବା ଓ ବ୍ୟାକ୍‌ଅପ୍ ପାଇଁ ଅନୁମତି ଦେଇଥାଏ । ଏହା ଆପଲ୍ ଡିଭାଇସ୍‌, ଓ ୟୁଏସ୍‌ବି ଟାଇପ୍‌-ସି ଡିଭାଇସ୍ ସମେତ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍‌ଗୁଡିକ ମଧ୍ୟରେ ବାଧାହୀନ ଆକ୍‌ସେସ୍ ଓ ଫାଇଲ୍ ସ୍ଥାନାନ୍ତର ପାଇଁ ଏକ ସୁଗମ ଅନୁଭୂତି ପ୍ରଦାନ କରିଥାଏ । ଯଦି ଆପଣ ସ୍ପେସ୍ ଖାଲି କରିବାକୁ ଚାହୁଁଛନ୍ତି ଏବଂ/କିମ୍ବା ଏକ ଖରାପ ଇଂଟରନେଟ୍ କନେକ୍ସନର ଚିନ୍ତା ବିନା ସ୍ୱୟଂଚାଳିତ ଭାବେ ନିଜ କଂଟେଂଟ୍‌କୁ ବ୍ୟାକ୍‌ଅପ୍ କରିବାକୁ ଚାହୁଁଛନ୍ତି , ତେବେ ଏହି ଡ୍ରାଇଭ୍ ହେଉଛି ଏକ ଉପଯୁକ୍ତ ସମାଧାନ । ଏହି ଡ୍ରାଇଭର ମୂଲ୍ୟ ଆମାଜନ୍ ଇଣ୍ଡିଆରେ ୬୪ ଜିବି, ୧୨୮ଜିବି ଓ ୨୫୬ ଜିବି ଷ୍ଟୋରେଜ୍ ଭାରିଆଂଟ୍ ପାଇଁ ଯଥାକ୍ରମେ ୪୪୪୯ ଟଙ୍କା, ୫୯୧୯ ଟଙ୍କା ଓ ୮୯୯୯ ଟଙ୍କା ରହିଛି ।
ସେହିଭଳି ଯଦି ଆପଣଙ୍କ ପାଖରେ ଏକ ଟାଇପ୍‌-ସି ଡିଭାଇସ୍ ରହିଛି ଓ ଆପଣ କଂଟେଂଟ୍ ତିଆରି କରିବାକୁ ପସନ୍ଦ କରନ୍ତି ସାନ୍‌ଡିସ୍କ ଅଲ୍‌ଟ୍ରା ଡୁଆଲ ଡ୍ରାଇଭ୍ ଲ୍ୟୁକ୍ସ ହେଉଛି ଆପଣଙ୍କ ପାଇଁ ଏକ ଉପଯୁକ୍ତ ସମାଧାନ । ଏହି ଉଚ୍ଚ କ୍ଷମତା ସମ୍ପନ୍ନ ଷ୍ଟୋରେଜ୍ ସମାଧାନ ୟୁଏସ୍‌ବି ଟାଇପ୍‌-ସି ଡିଭାଇସ୍‌ଗୁଡିକ ମଧ୍ୟରେ କଂଟେଂଟ୍ ଟ୍ରାନ୍ସଫର୍‌କୁ ସକ୍ଷମ କରିଥାଏ । ଏହି ଉଚ୍ଚ ଦକ୍ଷତାସମ୍ପନ୍ନ ୟୁଏସ୍‌ବି ଏକ ସ୍ଲିକ୍‌-ଅଲ୍ ମେଟାଲ୍ କେସିଙ୍ଗ୍‌ରେ ଆସିଥାଏ ଏବଂ ଏହାର ରିଡ୍‌ସ୍ପିଡ୍ ୧୫୦ଏମ୍‌ବି/ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ । ଏହାର ମୂଲ୍ୟ ୩୨ ଜିବି, ୬୪ ଜିବି, ୧୨୮ଜିବି, ୨୫୬ ଜିବି, ୫୧୨ ଜିବି ଓ ୧ ଟିବିକ୍ଷମତା: ୩୨ ଜିବି ଭର୍ସନ ପାଇଁ ପ୍ରାରମ୍ଭିକ ମୂଲ୍ୟ ୮୫୬ ଟଙ୍କା ଓ ୧ ଟିବି ଭର୍ସନ ପାଇଁ ୧୧,୮୧୩ ଟଙ୍କା ରହିଛି । ଉପଭୋକ୍ତାମାନେ ଏବେ ନିଜର ଡାଟା ପାଇଁ ଏକ ୟୁନିଫାଏଡ୍ ସଲ୍ୟୁସନ ଖୋଜୁଛନ୍ତି ଏବଂ ଡବ୍ଲ୍ୟୁଡି ମାଇଁ କ୍ଲାଉଡ୍ ହୋମ୍ ଆପଣଙ୍କ ଏହି ବ୍ୟାକ୍ (ଅପ୍‌) ପାଇଁ ଏକ ଉପଯୁକ୍ତ ସମାଧାନ ଅଟେ । ଏହା ହେଉଛି ଏକ ଉନ୍ନତ ବ୍ୟକ୍ତିଗତ କ୍ଲାଉଡ୍ ଷ୍ଟୋରେଜ୍ ଡିଭାଇସ୍ ଯାହା ସ୍ୱୟଂଚାଳିତ ଭାବେ- କେବଳ ଆପଣଙ୍କ ହୋମ୍ ନେଟ୍‌ୱର୍କ ସହ କନେକ୍ଟେଡ୍ ଥିବା ଡିଭାଇସ୍ ନୁହେଁ ବରଂ ଇଂଟର୍‌ନେଟ୍‌ରୁ ମଧ୍ୟ- ଆପଣଙ୍କର ସମସ୍ତ ଡିଭାଇସ୍‌ରୁ ଡାଟା ବ୍ୟାକ୍‌ଅପ୍ କରିଥାଏ । ଏହାର ମୂଲ୍ୟ ୨ ଟିବିଭର୍ସର୍ନ ପାଇଁ ୧୨,୮୯୯ ଟଙ୍କାରୁ ଆରମ୍ଭ ହେଉଥିବାବେଳେ ଏହା ୧୨ଟିବି ପର୍ଯ୍ୟନ୍ତ ଉପଲବ୍ଧ ହେଉଛି ।
ସାନ୍‌ଡିସ୍କ ଏକ୍ସଟ୍ରିମ୍ ମାଇକ୍ରୋଏସ୍‌ଡିଏକ୍ସସି ୟୁଏଚଏସ-ଆଇ କାର୍ଡ ୪କେ ୟୁଏଚ୍‌ଡି ଭିଡିଓ ରେକର୍ଡିଙ୍ଗ୍‌, ଫୁଲ୍ ଏଚ୍‌ଡି ଭିଡିଓ ଓ ହାଇ-ରିଜୋଲ୍ୟୁଶନ ଫଟୋ ପାଇଁ ସୁସଜ୍ଜିତ କରାଯାଇଛି । ଏଥି ସହିତ ଏହା ଏ୨-ରେଟେଡ୍ ଅଟେ, ଯାହାଫଳରେ ଆପଣ ଅତୁଳନୀୟ ସ୍ମାର୍ଟଫୋନ୍ ଅନୁଭୂତି ପାଇଁ ଫାଷ୍ଟ୍ ଆପ୍ଲିକେଶନ ପର୍‌ଫର୍ମାନ୍ସ ପାଇପାରିଥାନ୍ତି । ଏହାର ଆମାଜନ୍‌ରେ ୬୪ଜିବି ପାଇଁ ୧୫୯୦ ଟଙ୍କା ମୂଲ୍ୟରେ ଏବଂ ସର୍ବାଧିକ କ୍ଷମତା ୧ ଟିବି ପାଇଁ ୧୮୭୦୨ ଟଙ୍କାରେ ଉପଲବ୍ଧ ହେଉଛି । ସେହିଭଳି ସାନ୍‌ଡିସ୍କ ଏକ୍ସଟ୍ରିମ୍ ପୋର୍ଟେବୁଲ ଏସ୍‌ଏସ୍‌ଡି ଉନ୍ନତ ପ୍ରଦର୍ଶନ ସହିତ ଆସୁଛନ୍ତି ଯାହା ଉପଭୋକ୍ତାଙ୍କୁ ଫାଇଲ୍‌ଗୁଡିକୁ ଡ୍ରାଇଭ୍ ମଧ୍ୟରୁ ଦ୍ରୁତ ବେଗରେ ଟ୍ରାନ୍ସଫର କରିବା ଓ ଏଡିଟ୍ କରିବା ପାଇଁ ଅନୁମତି ଦେଇଥାଏ । ଏହାର ମୂଲ୍ୟ ୫୦୦ ଜିବି ପାଇଁ ୭୯୯୯ ଟଙ୍କା, ୧ ଟିବି ପାଇଁ ୧୨,୯୯୯ ଟଙ୍କା ଏବଂ ୨ ଟିବି ପାଇଁ ୨୭,୪୯୯ ଟଙ୍କା + ୪ଟିବି ମଡେଲ ପ୍ରୋଭର୍ସନ ପାଇଁ ୧୯,୯୯୯ ଟଙ୍କା ଏବଂ ୨ ଟିବି ପାଇଁ ୩୪,୯୯୯ ଟଙ୍କା ରହିଛି ।


Share It

Comments are closed.