କେତେ ମାରାତ୍ମକ କରୋନାର ଏହି ଡେଲଟା ପ୍ଲସ ଭ୍ୟାରିଏଣ୍ଟ, ଏହାକୁ ନେଇ ବିଶେଷଜ୍ଞ କ’ଣ କହୁଛନ୍ତି ଜାଣନ୍ତୁ


ଦେଶରେ ମାରାତ୍ମକ କରୋନା ଭାଇରସର ଡେଲଟା ପ୍ଲସ୍ ଭାରିଏଣ୍ଟ ସରକାରଙ୍କ ଚିନ୍ତାର କାରଣ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ ଦେଶରେ ଡେଲଟା ପ୍ଲସ୍ ଭାରିଏଣ୍ଟର ୪୦ ଟି ମାମଲା ରହିଛି। ଏହି ୪୦ ଟି ମାମଲା ୮ ଟି ରାଜ୍ୟରେ ଦେଖିବାକୁ ମିଳିଛି। ମହାରାଷ୍ଟ୍ର- ୨୧, ମଧ୍ୟପ୍ରଦେଶ-୬, କେରଳ-୩, ପଞ୍ଜାବ, ତାମିଲନାଡୁ-୩, ଆନ୍ଧ୍ରପ୍ରଦେଶ-୧, ଜାମ୍ମୁ-୧ ଏବଂ କର୍ଣ୍ଣାଟକ-୨ ମାମଲା ରହିଛି। ଡେଲଟା ପ୍ଲସ ଭାରିଏଣ୍ଟ ଚିନ୍ତାର ବିଷୟ ବୋଲି କେନ୍ଦ୍ର ସରକାର କହିଛନ୍ତି। ତେଣୁ ରାଜ୍ୟଗୁଡିକ ସତର୍କ ହେବା ଆବଶ୍ୟକ। ଜାଣନ୍ତୁ ଏହି ଭାରିଏଣ୍ଟ କାହିଁକି ବିପଜ୍ଜନକ ଏବଂ ଏହାର ବିସ୍ତାର ଏତେ ଭୟାନକ କାହିଁକି ?

କରୋନା ଭାଇରସ ଡେଲଟା ଭାରିଏଣ୍ଟ ବିଶ୍ୱରେ ଏହି ଭାଇରସର ଅନ୍ୟ ସ୍ୱରୂପ ତୁଳନାରେ ଅଧିକ ବ୍ୟାପିବାରେ ଲାଗିଛି, କାରଣ ଏହା ବହୁ ଶୀଘ୍ର ସଂକ୍ରମିତ ହୋଇଥାଏ। ଡେଲଟା ଭାରିଏଣ୍ଟ ପ୍ରଥମେ ଭାରତରେ ଦେଖାଦେଇଥିଲା। କିନ୍ତୁ ବର୍ତ୍ତମାନ ଏହା ପ୍ରାୟ ୮୦ ଟି ଦେଶରେ ଦେଖିବାକୁ ମିଳୁଛି। B.1.617.2 ଅକ୍ଟୋବର ୨୦୨୦ ରେ ଭାରତରେ ଡେଲଟା ଭାରିଏଣ୍ଟ ପ୍ରଥମେ ଚିହ୍ନଟ ହୋଇଥିଲା।ହ୍ୱାଇଟ ହାଉସର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡକ୍ଟର ଏନ୍ଥୋନୀ ଫାଉଚି ଚେତାବନୀ ଦେଇଛନ୍ତି ଯେ କରୋନାର ଡେଲଟା ଭାରିଏଣ୍ଟ ଅତ୍ୟନ୍ତ ମାରାତ୍ମକ। ଆମେରିକାରେ ସାମ୍ନାକୁ ଆସୁଥିବା ନୂଆ ମାମଲାରେ ୨୦ ପ୍ରତିଶତରୁ ଅଧିକ କ୍ଷେତ୍ରରେ ଡେଲଟା ଭାରିଏଣ୍ଟ ସଂକ୍ରମଣର କାରଣ। ସେ କହିଛନ୍ତି ଯେ ଦୁଇ ସପ୍ତାହ ପୂର୍ବରୁ ଏହି ମାମଲାର ଦଶ ପ୍ରତିଶତ ମାମଲାରେ ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ ବ୍ରିଟେନରେ ଏହି ଭାରିଏଣ୍ଟ ପ୍ରାଧାନ୍ୟ ବିସ୍ତାର କରିଛି ଏବଂ ଏଠାରେ ସବୁଠାରୁ ପ୍ରଥମେ ସାମ୍ନାକୁ ଆସିଥିବା ଆଲଫା ଭାରିଏଣ୍ଟ ତୁଳନାରେ ଅଧିକ ବିସ୍ତାର କରିଛି। ଏଠାରେ ୯୦ ପ୍ରତିଶତରୁ ଅଧିକ ନୂଆ ମାମଲା ପାଇଁ ଡେଲଟା ଭାରିଏଣ୍ଟ ଦାୟୀ। ସେଥିପାଇଁ ବ୍ରିଟେନରେ ଲକଡାଉନ କୋହଳ କରିବାରେ ବିଳମ୍ବ ହେଉଛି। ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଡେଲଟାକୁ ଅତ୍ୟଧିକ ସଂକ୍ରାମକ ବୋଲି କହିଛନ୍ତି ଏବଂ ଏହାକୁ ‘ଚିନ୍ତାଜନକ ଭାରିଏଣ୍ଟ’ ଶ୍ରେଣୀଭୁକ୍ତ କରିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ ଭାରତୀୟ SARS Cov-2 ଜେନୋମିକ୍ସ କନ୍ସୋର୍ଟିୟମ୍ (INSACOG) ରିପୋର୍ଟ କରିଛି ଯେ ଡେଲଟା ପ୍ଲସ ଭାରିଏଣ୍ଟ, ‘ବର୍ତ୍ତମାନ ଚିନ୍ତାଜନକ ଭାରିଏଣ୍ଟ (VOC)’। ଏହା ଦ୍ରୁତ ଗତିରେ ବ୍ୟାପିଛି, ଫୁସଫୁସ ରୋଗ ଏବଂ ଫୁସଫୁସ କୋଷର ରିସେପ୍ଟର ସହ ଦୃଢ ଭାବେ ଲାଖି ରହୁଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଉଭୟ ଭାରତୀୟ ଟିକା କୋଭଶିଲ୍ଡ ଏବଂ କୋଭାକ୍ସିନ୍ ଡେଲଟା ଭାରିଏଣ୍ଟ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ l କିନ୍ତୁ ଟିକା କେତେ ପରିମାଣରେ ଏବଂ କେତେ ଅନୁପାତରେ ଆଣ୍ଟିବଡି ସୃଷ୍ଟି କରିପାରିବ ସେ ସମ୍ପର୍କରେ ଶୀଘ୍ର ସୂଚାଇ ଦିଆଯିବ।


Share It

Comments are closed.