କ୍ରିକେଟ ପରେ ଏବେ ଫିଲ୍ମ ଜଗତରେ ପାଦ ଥାପିବେ ଇଫ୍ରାନ


ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଇଫ୍ରାନ ପଠାନ କ୍ରିକେଟ ଜଗତରେ ନିଜ ଜଲୱା ଦେଖାଇ ସାରିବା ପରେ ବର୍ତ୍ତମାନ ଫିଲ୍ମ ଜଗତରେ ପାଦ ଥାପିବାକୁ ଯାଉଛନ୍ତି । ଇଫ୍ରାନ, କ୍ରିକେଟ ପରେ ଫିଲ୍ମ ଜଗତରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବାବେଳେ ସେ ଖୁବ ଶୀଘ୍ର ତାଲିମି ଫିଲ୍ମରେ ନଜର ଆସିବେ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ଇଫ୍ରାନ ଏକ ତାମିଲି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ନାମ କ’ଣ ହେବ ତାହା ଠିକ ହୋଇ ନାହିଁ ।

ସେ ତାମିଲି ସୁପର ଷ୍ଟାର ‘ଚିୟାନ ବିକ୍ରମ’ଙ୍କ ସହ କାମ କରିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ “ଅଜୟ ଗନାନାମୁଥୁ” ଯିଏକି ଅତୀତରେ ‘ଡିମୋଣ୍ଟି କଲୋନୀ’ ଏବଂ ‘ଇମାଇକା’ ଭଳି ହିଟ ଫିଲ୍ମର ନିର୍ଦ୍ଦେଶନା ଦେଇସାରିଥିବାବେଳେ ଏହା ନିର୍ମାତା ହେଉଛନ୍ତି ଲଲିତ କୁମାର ।
ପ୍ରକାଶ ଥାଉକି, ଇଫ୍ରାନ ୨୦୧୨ ପର ଠାରୁ କୌଣସି ଆନ୍ତାର୍ଜାତିକ ମ୍ୟାଚ ଖେଳିନଥିବାବେଳେ ସେ ଶେଷ ଥର ପାଇଁ ୨୦୧୨ ଅକ୍ଟୋବର ୨ରେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ମ୍ୟାଚ ଖେଳିଥିଲେ ।


Share It

Comments are closed.