କାଷ୍ଟିଙ୍ଗ କାଉଚକୁ ନେଇ ବଡ ଖୁଲାସା କଲେ ଅଭିନେତ୍ରୀ ‘ରିଚା ଚଡ୍ଡା’


ଗତ ବର୍ଷ ‘ମିଠୁ’ ଅଭିଯାନ ଦ୍ୱାରା ଅନେକ ମହିଳା, ତାଙ୍କ ସହ ହୋଇଥିବା ଶୋଷଣ ସଂପର୍କରେ ସମସ୍ତଙ୍କ ସାମନାକୁ ଆଣିଥିବାବେଳେ ଏଥିରେ ବାଦ ପଡିନଥିଲା ବଲିଉଡ । ଏହି ଅଭିଯାନ ଦ୍ୱାରା ବଲିଉଡର ବିଶିଷ୍ଟ ହସ୍ତିମାନଙ୍କ ଦ୍ୱାରା ଶୋଷଣର ଶୀକାର ହୋଇଥିବା ଅନେକ ଅଭିନେତ୍ରୀ ନିଜ ମନର କଥା କହିଥିବାବେଳେ ଅନେକ ହସ୍ତିଙ୍କ ଏହି ଭଳି ଘୃଣ୍ୟ କାର୍ଯ୍ୟକଳାପ ଯୋଗୁଁ ସେମାନେ ସମାଲୋଚନାର ଶୀକାର ମଧ୍ୟ ହୋଇଥିଲେ । ଗତ କିଛି ଦିନ ତଳେ ଅଭିନେତ୍ରୀ ଜରିନ ଖାନ ଏବଂ ଏଲି ଅବରାନ କାଷ୍ଟିଙ୍ଗ କାଉଚ ସଂପର୍କରେ ଖୁଲାସା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିବାବେଳେ ବର୍ତ୍ତମାନ ଅଭିନେତ୍ରୀ ରିଚା ଚଡ୍ଡା ଏଭଳି ଘଟଣାକୁ ନେଇ ନିଜ ମନର କଥା ସମସ୍ତଙ୍କ ସାମନାକୁ ଆଣିଛନ୍ତି । ରିଚା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଅନେକ ଥର ମୁଁ ଲୋକଙ୍କ ଇଂଙ୍ଗିତକୁ ଜାଣିପାରିନଥାଏ । ମୁଁ ଯୁବବସ୍ଥାରେ ଥିବାବେଳେ ଇଂଙ୍ଗିତ ବୁଝିବାରେ ଦୁର୍ବଳ ଥିଲି ।

ଗୋଟିଏ ଦିନ ଜଣେ ବ୍ୟକ୍ତି ମୋ ପାଖକୁ ଆସି ମୋର ସହ ରାତ୍ରି ଭୋଜନ କରିବା ପାଇଁ ଇଚ୍ଛା ପ୍ରକଟ କରିଥିଲେ । ସେହି ସମୟରେ ମୋତେ ଏହାର ପ୍ରକୃତ ଅର୍ଥ ଜଣା ନଥିଲା ଏବଂ ମୁଁ ଡିନର କରି ସାରିଛି ବୋଲି ତାଙ୍କୁ ପ୍ରତିକ୍ରିୟାରେ କହିଥିଲି । କିନ୍ତୁ ଏହା ପରେ ମଧ୍ୟ ସେ ପୁଣି ଥରେ ମୋ ପାଖକୁ ଆସିଥିଲେ ଏବଂ ଛୁଇଁକି କହିଥିଲେ ଆମକୁ ଏକାଠି ଡିନର କରିବା ଉଚିତ । ଏତେ ସବୁ ଘଟଣା ପରେ ମୋତେ ଜଣା ପଡିଥିଲା ସେ ପ୍ରକୃତରେ କ’ଣ କହିବାକୁ ଚାହୁଁଛନ୍ତି ।”କେବଳ ଏତିକି ନୁହେଁ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ମୁଁ ବଲିଉଡରେ ପ୍ରତିଷ୍ଠିତ ହୋଇ ସାରିବା ପରେ ମଧ୍ୟ ଏଭଳି ଘଟଣା ମୋ ସହ ଘଟିଥିଲା । ଏଥିରୁ ବଞ୍ଚିତ ହେବା ପାଇଁ ମୋତେ ବହୁତ ବଡ ପ୍ରୋଜେକ୍ଟକୁ ହାତ ଛଡା କରିବାକୁ ପଡିଥିଲା । କିନ୍ତୁ ଏଥି ପାଇଁ ଅନୁତପ୍ତ ନୁହେଁ । ”


Share It

Comments are closed.